ରଥଯାତ୍ରା ପାଇଁ ସଂସଦ ଛୁଟି ପ୍ରସ୍ତାବ, ଗ୍ରହଣ କଲେନି ସଂସଦୀୟ ବ୍ୟାପାର ମନ୍ତ୍ରୀ

Advertisment
ରଥଯାତ୍ରା ପାଇଁ ସଂସଦ ଛୁଟି ପ୍ରସ୍ତାବ, ଗ୍ରହଣ କଲେନି ସଂସଦୀୟ ବ୍ୟାପାର ମନ୍ତ୍ରୀ

mayapur.com

ନୂଆଦିଲ୍ଲୀ : ଆସନ୍ତା ମାସ ୪ ତାରିଖରେ ରଥଯାତ୍ରା ଥିବା ଯୋଗୁଁ ସେହିଦିନ ସଂସଦର ଉଭୟ ଗୃହ କାର୍ଯ୍ୟ ବନ୍ଦ କରି ଛୁଟି ଘୋଷଣା କରିବା ପାଇଁ ବିଜେଡି ତରଫରୁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ଦିଆଯାଇଥିବା ଅନୌପଚାରିକ ପ୍ରସ୍ତାବରେ ମନ୍ତ୍ରୀ ସହମତି ପ୍ରକାଶ କରିନଥିବା ଜଣାପଡ଼ିଛି। ଗତ ସପ୍ତାହରେ ବିଜେଡି ସାଂସଦମାନେ ସଂସଦ ଭବନରେ ଥିବା ବିଜେଡି କାର୍ଯ୍ୟାଳୟରେ ବୈଠକ କରିବା ଅବସରରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସମୟରେ ଜୁଲାଇ ୪ ତାରିଖରେ ରଥଯାତ୍ରା ଥିବାରୁ ସେଦିନ ସଂସଦର ଉଭୟ ଗୃହ- ରାଜ୍ୟସଭା ଓ ଲୋକସଭା କାର୍ଯ୍ୟ ବନ୍ଦ କରି ଛୁଟି ଘୋଷଣା କରିବା ପାଇଁ ମତ ଦେଇଥିଲେ। ଏ ସମ୍ପର୍କରେ ଲୋକସଭାର ବାଚସ୍ପତିଙ୍କୁ ମଧ୍ୟ ବିଧିବଦ୍ଧ ଭାବେ ଅନୁରୋଧ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସୂତ୍ର ଅନୁସାରେ ପ୍ରଥମେ ଦଳ ପକ୍ଷରୁ ଜଣେ ବରିଷ୍ଠ ସାଂସଦ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ଛୁଟି କରାଯିବା ନେଇ ଅନୌପଚାରିକ ପ୍ରସ୍ତାବ ଦେଇଥିଲେ। ଜୁଲାଇ ୫ରେ ସାଧାରଣ ବଜେଟ୍ ଉପସ୍ଥାପନ କରାଯିବା ପୂର୍ବରୁ ଜୁଲାଇ ୪ରେ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରାଯିବାର ତାରିଖ ଧାର୍ଯ୍ୟ କରାଯାଇଥିବା ଯୋଗୁଁ କେନ୍ଦ୍ରମନ୍ତ୍ରୀ ପ୍ରସ୍ତାବକୁ ବିଚାର କରିବାରେ ଅସମର୍ଥତା ପ୍ରକାଶ କରିଥିବା ସୂତ୍ରରୁ ଜଣାପଡିଛି। ଉଲ୍ଲେଖଯୋଗ୍ୟ ଯେ ରଥଯାତ୍ରାକୁ ଜାତୀୟ ଛୁଟି ଘୋଷଣା ପାଇଁ ପୂର୍ବରୁ ବିଭିନ୍ନ ସଂଗଠନ ମାନଙ୍କ ଦ୍ବାରା ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe