Advertisment

ଏନ୍‌ସିଇଆରଟି କମିଟିର ପ୍ରସ୍ତାବ: ପାଠ୍ୟ ପୁସ୍ତକରେ ଇଣ୍ଡିଆ ବଦଳରେ ଭାରତ ଲେଖାଯାଉ

Advertisment
ଏନ୍‌ସିଇଆର୍‌ଟି କମିଟିର ସୁପାରିସ: ପାଠ୍ୟପୁସ୍ତକରେ ଅନ୍ତର୍ଭୁକ୍ତ ହେଉ ରାମାୟଣ, ମହାଭାରତ

ନୂଆଦିଲ୍ଲୀ : ଏନ୍‌ସିଇଆର୍‌ଟି (ଜାତୀୟ ଶୈକ୍ଷିକ ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ) କମିଟିର ଏକ ପ୍ରସ୍ତାବ ଅନୁଯାୟୀ ଆଗକୁ ଏନ୍‌ସିଇଆରଟି ପାଠ୍ୟପୁସ୍ତକରେ ‘ଇଣ୍ଡିଆ’ ବଦଳରେ ‘ଭାରତ’ ଲେଖାଯିବ। ଏନ୍‌ସିଇଆରଟି କମିଟି ସଦସ୍ୟଙ୍କ ଦ୍ବାରା ଏହି ପ୍ରସ୍ତାବକୁ ମଂଜୁରି ମିଳିଛି। ତେବେ ଏନ୍‌ସିଇଆରଟି ପୁସ୍ତକରେ କିଛି ପରିବର୍ତ୍ତନ ପାଇଁ କାମ କରୁଥିବା ୨୫ଟି କମିଟି ମଧ୍ୟରୁ ଏହା ଗୋଟିଏ। ଏହି ପ୍ରସ୍ତାବକୁ ଏଯାବତ ଚୂଡ଼ାନ୍ତ ସ୍ବୀକୃତି ମିଳିନାହିଁ। ପରବର୍ତ୍ତୀ ସମୀକ୍ଷା ପାଇଁ ଏହି ପ୍ରସ୍ତାବକୁ ଦିଲ୍ଲୀ ଏନ୍‌ସିଇଆର୍‌ଟିକୁ ପଠାଯାଇଛି। କମିଟିର ଅଧ୍ୟକ୍ଷ ସିଆଇ ଇସାକ କହିଛନ୍ତି, ପ୍ରସ୍ତାବଟି ଗତ କିଛି ମାସ ହେବ ପଡ଼ି ରହିଥିଲା ଏବଂ ଏବେ ଏହାକୁ ଅନୁମୋଦନ କରି ପଠାଯାଇଛି।

ଏ ନେଇ ଏନ୍‌ସିଇଆର୍‌ଟି କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହିଁ। ଉଲ୍ଲେଖଯୋଗ୍ୟ, ଦେଶର ନାଁ ଇଣ୍ଡିଆ ବଦଳରେ ଭାରତ ‌ହେବ ବୋଲି ଜୋରଦାର ଚର୍ଚ୍ଚା ହୋଇଥିବା ବେଳେ ଏହି ସମୟରେ ଏନ୍‌ସିଇଆରଟିର ଏକ କମିଟି ଏହାର ପାଠ୍ୟ ପୁସ୍ତକ‌‌ରେ ଇଣ୍ଡିଆ ବଦଳରେ ଭାରତ ଛାପିବାପାଇଁ ପ୍ରସ୍ତାବ ଦେଇଛି। ଉଲ୍ଲେଖଯୋଗ୍ୟ, ନିକଟରେ ଜି-୨୦ ସମ୍ମିଳନୀ ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ୍‌ ଅଫ୍‌ ଇଣ୍ଡିଆ‘ ବଦଳରେ ‘ପ୍ରେସିଡେଣ୍ଟ୍‌ ଅଫ ଭାରତ’ ଲେଖାଥିଲା ଏବଂ ଏହାକୁ ନେଇ ରାଜନୈତିକ ବିବାଦ ସୃଷ୍ଟି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe