ଦେହ ବ୍ୟବସାୟ ଏକ ପେସା: ସୁପ୍ରିମ୍‌ କୋର୍ଟ

Advertisment

ଯୌନ କର୍ମୀଙ୍କର ସମ୍ମାନ ସହ ବଞ୍ଚିବାର ଅଧିକାର ଅଛି, କେନ୍ଦ୍ରକୁ ଜବାବ ମାଗିଲେ, ଜୁଲାଇ ୨୭ରେ ପରବର୍ତ୍ତୀ ଶୁଣାଣି

ଯୌନ କର୍ମୀଙ୍କର ସମ୍ମାନ ସହ ବଞ୍ଚିବାର ଅଧିକାର ଅଛି, କେନ୍ଦ୍ରକୁ ଜବାବ ମାଗିଲେ, ଜୁଲାଇ ୨୭ରେ ପରବର୍ତ୍ତୀ ଶୁଣାଣି

ପିଏମ୍‌ଏଲ୍‌ଏ ରାୟର ସମୀକ୍ଷା କରିବେ ସୁପ୍ରିମକୋର୍ଟ, କେନ୍ଦ୍ର ସରକାରଙ୍କୁ ନୋଟିସ୍‌

Image Courtesy of India Today

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟ ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇ କହିଛନ୍ତି, ଦେହଜୀବୀଙ୍କ କାମରେ ପୁଲିସ ହସ୍ତକ୍ଷେପ କରିପାରିବ ନାହିଁ କି ସେମାନଙ୍କ ବିରୋଧରେ କୌଣସି ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବନି। ଦେହ ବ୍ୟବସାୟ ଏକ ବୃତ୍ତି ଏବଂ ‌ଯୌନକର୍ମୀମାନଙ୍କର ମଧ୍ୟ ସମ୍ମାନର ସହ ବଞ୍ଚିବାର ଅଧିକାର ଅଛି। ଆଇନ ଅଧୀନରେ ସେମାନେ ମଧ୍ୟ ସମାନ ସୁରକ୍ଷା ପାଇବା ପାଇଁ ହକ୍‌ଦାର। ଜଷ୍ଟିସ୍‌ ଏଲ ନାଗେଶ୍ବର ରାଓଙ୍କ ନେତୃତ୍ବାଧୀନ ତିନିଜଣିଆ ଖଣ୍ଡପୀଠ ଆଜି ଦେହଜୀବୀଙ୍କ ଅଧିକାର ସୁରକ୍ଷା ପ୍ରସଙ୍ଗରେ ୬ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ଦେହଜୀବୀମାନେ ଆଇନର ସମାନ ସୁରକ୍ଷା ପାଇବା ପାଇଁ ଯୋଗ୍ୟ। ବୟସ ଏବଂ ସମ୍ମତି ଆଧାରରେ ଅପରାଧିକ ଆଇନ ସବୁ ମାମଲାରେ ସମାନ ଭାବେ ପ୍ରୟୋଗ ହେବା ଦରକାର। ତେବେ ଜଣେ ଦେହଜୀବୀ ଯଦି ୧୮ ବର୍ଷରୁ ଊର୍ଦ୍ଧ୍ବ ଏବଂ ନିଜର ସମ୍ମତି ସହ ସେ ଯୌନକର୍ମରେ ଲିପ୍ତ ଅଛନ୍ତି ତେବେ ପୁଲିସ ଏହି କାର୍ଯ୍ୟରେ ହସ୍ତକ୍ଷେପ ନକରିବା ଉଚିତ ଏବଂ ପୁଲିସ ଏଭଳି କ୍ଷେତ୍ରରେ କୌଣସି ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବନି। ଦେଶରେ ପ୍ରତ୍ୟେକ ନାଗରିକଙ୍କର ସମ୍ବିଧାନର ଧାରା ୨୧ ଅଧୀନରେ ଏକ ସମ୍ମାନଜନକ ଜୀବନ ବଞ୍ଚିବାର ଅଧିକାର ଅଛି ବୋଲି କୋର୍ଟ କହିଛନ୍ତି।

ଖଣ୍ଡପୀଠ କହିଛନ୍ତି, ସ୍ବେଚ୍ଛାକୃତ ‌ବେଶ୍ୟାବୃତ୍ତି ବେଆଇନ ନୁ‌ହେଁ। କେବଳ ବେଶ୍ୟାଳୟର ପରିଚାଳନା କରିବା ବେଆଇନ। ତେବେ କୌଣସି ବେଶ୍ୟାଳୟରେ ଚଢ଼ଉ ସମୟରେ ଦେହଜୀବୀଙ୍କୁ ଗିରଫ କରାଯାଇପାରିବ ନାହିଁ ଏବଂ ସେମାନଙ୍କୁ ଦଣ୍ଡିତ କରାଯାଇପାରିବନି। ଜ‌ଣେ ଦେହଜୀବୀଙ୍କ ଶିଶୁଙ୍କୁ ତାଙ୍କଠାରୁ ଅଲଗା ରଖାଯାଇପାରିବ ନାହିଁ। ଯଦି ଜଣେ ଦେହଜୀବୀଙ୍କ ସହ ତାଙ୍କ ନାବାଳକ ଶିଶୁ ବେଶ୍ୟାଳୟରେ ରହୁଛନ୍ତି ତେବେ ତାହାକୁ ବେଆଇନ ବିବେଚନା କରାଯିବନି। କୌଣସି ଦେହଜୀବୀ ଯଦି ଯୌନ ଶୋଷଣର ଶିକାର ହୋଇ ପୁଲିସରେ ଅଭିଯୋଗ କରିଛନ୍ତି ତେବେ ତାଙ୍କ ବିରୋଧରେ କୌଣସି ପକ୍ଷପାତ ହୋଇପାରିବ ନାହିଁ। ‌‌ଯୌନ ‌ଶୋଷଣର ଶିକାର ହୋଇଥିବା‌ ‌ଯୌନ କର୍ମୀଙ୍କୁ ତୁରନ୍ତ ସ୍ବାସ୍ଥ୍ୟ ଏବଂ ଆଇନଗତ ସୁରକ୍ଷା ଦେବା ପାଇଁ କୁହାଯାଇଛି। କୋର୍ଟ କହିଛନ୍ତି, ଯୌନ କର୍ମୀଙ୍କ ପ୍ରତି ପୁଲିସର ବ୍ୟବହାର ଅନେକ ସମୟରେ କଠୋର ରହୁଛି। ଏହା ଅତ୍ୟନ୍ତ ସମ୍ବେଦନଶୀଳ ବିଷୟ ବୋଲି କୋର୍ଟ କହିଛନ୍ତି। କୋର୍ଟ କହିଛନ୍ତି ଯେ ଗିରଫ, ଚଢ଼ଉ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଦେହଜୀବୀଙ୍କ ପରିଚୟ ପ୍ରଘଟ ନକରିବା ଦିଗରେ ଗଣମାଧ୍ୟମ ସର୍ବାଧିକ ସତର୍କ ରହିବା ଉଚିତ। କୋର୍ଟ ଉପ‌ରୋକ୍ତ ସୁପାରିସ ସଂକ୍ରାନ୍ତରେ କେନ୍ଦ୍ରଠାରୁ ଜବାବ ମାଗିଛନ୍ତି ଏବଂ ଜୁଲାଇ ୨୭ରେ ପରବର୍ତ୍ତୀ ଶୁଣାଣି ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe