ମହିଳାଙ୍କୁ ସୁରକ୍ଷା ଦିଅ, ରିହାତି ନୁହେଁ

Advertisment

ପଶ୍ଚିମବଙ୍ଗ ସରକାର ମହିଳା ଡାକ୍ତରଙ୍କୁ ନାଇଟ୍ ସିଫ୍ଟ ନ ଦେବା ପାଇଁ ଦେଇଥିବା ନିର୍ଦ୍ଦେଶକୁ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ସମାଲୋଚନା କରି କହିଛନ୍ତି ଯେ ସେମାନଙ୍କୁ ସୁରକ୍ଷା ଯୋଗାଇବା ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ।

ପଶ୍ଚିମବଙ୍ଗ ସରକାର ମହିଳା ଡାକ୍ତରଙ୍କୁ ନାଇଟ୍ ସିଫ୍ଟ ନ ଦେବା ପାଇଁ ଦେଇଥିବା ନିର୍ଦ୍ଦେଶକୁ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ସମାଲୋଚନା କରି କହିଛନ୍ତି ଯେ ସେମାନଙ୍କୁ ସୁରକ୍ଷା ଯୋଗାଇବା ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ।

dgfshfshf

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସରକାର ମହିଳା ଡାକ୍ତରଙ୍କୁ ନାଇଟ୍ ସିଫ୍ଟ ନ ଦେବା ପାଇଁ ଦେଇଥିବା ନିର୍ଦ୍ଦେଶକୁ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ସମାଲୋଚନା କରି କହିଛନ୍ତି ଯେ ସେମାନଙ୍କୁ ସୁରକ୍ଷା ଯୋଗାଇବା ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ। ଆର୍‌ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ୩୧ ବର୍ଷୀୟା ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣା ନେଇ ଜାରି ବିଜ୍ଞପ୍ତିରେ ପରିବର୍ତ୍ତନ କରିବାକୁ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇ ପ୍ରଧାନ ବିଚାରପତି କହିଛନ୍ତି, ଆପଣ କେମିତି କହିପାରିବେ ଯେ ମହିଳାମାନେ ରାତିରେ କାମ କରିପାରିବେ ନାହିଁ? ସେମାନେ ରିହାତି ଚାହାନ୍ତି ନାହିଁ। ମହିଳାମାନେ ସମାନ ସିଫ୍ଟରେ କାମ କରିବାକୁ ପ୍ରସ୍ତୁତ ଅଛନ୍ତି। ଆପଣଙ୍କୁ ଏହି ସମସ୍ୟାର ସମାଧାନ କରିବାକୁ ପଡ଼ିବ। ଏହାର ସମାଧାନ ହେଉଛି ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା। ସୁରକ୍ଷା ପ୍ରଦାନ କରିବା ଆପଣଙ୍କ ଦାୟିତ୍ୱ; ଆପଣ ମହିଳାମାନଙ୍କୁ ରାତିରେ କାମ କରିବାକୁ ବାରଣ କରିପାରିବେ ନାହିଁ। ପାଇଲଟ, ସେନା ଯବାନ ଓ ଅନ୍ୟମାନେ ରାତିରେ କାମ କରନ୍ତି ବୋଲି ପ୍ରଧାନ ବିଚାରପତି କହିଛନ୍ତି। 

ସିବିଆଇର ଷ୍ଟାଟସ୍‌ ରିପୋର୍ଟ ଚିନ୍ତାଜନକ

ଶୁଣାଣି ସମୟରେ କନିଷ୍ଠ ଡାକ୍ତରମାନେ ସର୍ବୋଚ୍ଚ ଅଦାଲତଙ୍କୁ ଜଣାଇଥିଲେ ଯେ, ସୋମବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଗଲେ ପୁଣି ଥରେ କାର୍ଯ୍ୟ ଆରମ୍ଭ କରିବାରେ ସେମାନଙ୍କର କୌଣସି ଅସୁବିଧା ନାହିଁ। ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ କୌଣସି ଦଣ୍ଡମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ପଶ୍ଚିମବଙ୍ଗ ସରକାରଙ୍କ ବୟାନକୁ ଦୃଷ୍ଟିରେ ରଖି କୋର୍ଟ ରାଜ୍ୟ ସରକାରଙ୍କୁ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି। ସେପଟେ କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଚାଲିଥିବା ତଦନ୍ତ ସମ୍ପର୍କରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ଷ୍ଟାଟସ୍ ରିପୋର୍ଟକୁ ଅଦାଲତ ଚିନ୍ତାଜନକ ବୋଲି କହିଛନ୍ତି। ଉଇକିପିଡ଼ିଆକୁ ନିଜ ପ୍ଲାଟଫର୍ମରୁ ପୀଡ଼ିତାଙ୍କ ନାମ ହଟାଇବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏହାବ୍ୟତୀତ କୋର୍ଟ କହିଛନ୍ତି ଯେ ଏହି ସମୟରେ ସିବିଆଇ ତଦନ୍ତର ଅଗ୍ରଗତି ସଂପର୍କରେ ତଥ୍ୟ ପ୍ରକାଶ କରିବା ଠିକ୍ ହେବ ନାହିଁ। ସିବିଆଇର ତଥ୍ୟ ପ୍ରକାଶ କେବଳ ତଦନ୍ତକୁ ବାଧାପ୍ରାପ୍ତ କରିପାରେ। ଖଣ୍ଡପୀଠ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ତଦନ୍ତରେ ୫ ଦିନ ବିଳମ୍ବ ହେତୁ ସିବିଆଇ ଆହ୍ୱାନର ସମ୍ମୁଖୀନ ହେଉଛି, ଯାହା ଏହାର ଅଗ୍ରଗତିକୁ ସୀମିତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe