ଖଲିସ୍ତାନୀଙ୍କୁ ସୁରକ୍ଷା!: ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରିଥିବା ଉଗ୍ରବାଦୀଙ୍କୁ ପୁଲିସ ତୁରନ୍ତ ମୁକ୍ତ କଲା

କାନାଡାର ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ମାମଲାରେ ଖାଲିସ୍ତାନୀ ମୌଳିବାଦୀ ଇନ୍ଦରଜିତ ଗୋସାଲଙ୍କୁ ପୁଲିସ ଗିରଫ କରିଥିଲା। କିନ୍ତୁ ଗିରଫ ହେବାର କିଛି ସମୟ ପରେ ତାଙ୍କୁ ମୁକ୍ତ କରାଯାଇଛି। ଖାଲିସ୍ତାନୀମାନେ ବ୍ରମ୍ପଟନରେ ଥିବା ହିନ୍ଦୁ ସଭା ମନ୍ଦିର ଉପରେ ଆକ୍ରମଣ କରି ଶ୍ରଦ୍ଧାଳୁଙ୍କୁ ମାଡ଼ ମାରିଥିଲେ...

2aammaputa

ଅଟୱା: କାନାଡାର ବ୍ରମ୍ପଟନ୍‌ରେ ଥିବା ଏକ ହିନ୍ଦୁ ମନ୍ଦିର ଉପରେ ହିଂସାତ୍ମକ ଆକ୍ରମଣ ମାମଲାରେ ପିଲ୍ ପୁଲିସ ଆଉ ଜଣଙ୍କୁ ଗିରଫ କରିଛି। ଖାଲିସ୍ତାନୀ ମୌଳିବାଦୀ ଇନ୍ଦରଜିତ ଗୋସାଲଙ୍କୁ ପୁଲିସ ଗିରଫ କରିଛି।

ପିଲ ଆଞ୍ଚଳିକ ପୁଲିସ ଏହି ସୂଚନା ଦେଇଥିଲା। ପୁଲିସର ବିଭାଗର ଏକ  ବିବୃତି ଅନୁଯାୟୀ, ୨୧ ଡିଭିଜନ୍ କ୍ରାଇମବ୍ରାଞ୍ଚ ବ୍ୟୁରୋ ଏବଂ ଏସଆଇଟିର ଅନୁସନ୍ଧାନକାରୀମାନେ ବ୍ରମ୍ପଟନ୍ ମନ୍ଦିରରେ ହୋଇଥିବା ହିଂସାକାଣ୍ଡରେ ସମ୍ପୃକ୍ତ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି।

ଆଶ୍ଚର୍ଯ୍ୟର କଥା, ଖାଲିସ୍ତାନୀ ମୌଳବାଦୀଙ୍କୁ ଗିରଫ ହେବାର କିଛି ସମୟ ପରେ ମୁକ୍ତ କରାଯାଇଥିଲା। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସରକାର ଖୋଲାଖୋଲି ଭାବେ ଖଲିସ୍ତାନୀଙ୍କୁ ସୁରକ୍ଷା ଦେଉଛନ୍ତି।

ପୁଲିସର ସୂଚନାନୁସାରେ, ପ୍ରଦର୍ଶନ ସମୟରେ ଅନେକ ଘଟଣାର ତଦନ୍ତ କରାଯାଇଥିଲା। ଏଥିରେ ସେହି ଭିଡିଓଗୁଡ଼ିକୁ ମଧ୍ୟ ଯାଞ୍ଚ୍ କରାଯାଇଥିଲା ଯେଉଁଥିରେ ଖାଲିସ୍ତାନୀ ପତାକା ଧରିଥିବା ଲୋକମାନେ ବାଡ଼ିରେ ଶ୍ରଦ୍ଧାଳୁଙ୍କୁ ଆକ୍ରମଣ କରୁଥିବା ଦେଖାଯାଇଥିଲା।

ଏହି ବିବୃତିରେ ଆହୁରି କୁହାଯାଇଛି ଯେ 'ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ ବ୍ରମ୍ପଟନର ୩୫ ବର୍ଷ ବୟସ୍କ ଇନ୍ଦ୍ରଜିତ ଗୋସାଲ ବୋଲି ଜଣାପଡିଛି। ନଭେମ୍ବର ୩ରେ ତାଙ୍କୁ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ ଅଭିଯୋଗରେ ଗିରଫ କରାଯାଇଥିଲା। ତାଙ୍କୁ ସର୍ତ୍ତ ଅନୁଯାୟୀ ମୁକ୍ତ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ବ୍ରମ୍ପଟନର ଅନଟାରିଓ କୋର୍ଟରେ ହାଜର ହେବାର ଯୋଜନା ରହିଛି।

ଅଧିକ ପଢ଼ନ୍ତୁ: ଟ୍ରମ୍ପଙ୍କ ପତ୍ନୀ ମେଲାନିଆଙ୍କର ଅଶ୍ଳୀଳ ଫଟୋ ପ୍ରକାଶ କଲା ରୁଷିଆର ସରକାରୀ ଗଣମାଧ୍ୟମ

ପୋଲିସ କହିଛି ଯେ ଘଟଣାର ଶତାଧିକ ଭିଡିଓର ଯାଞ୍ଚ୍ ଅନୁସନ୍ଧାନକାରୀମାନେ ଜାରି ରଖିଛନ୍ତି ଏବଂ ଏହି ଅପରାଧରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛନ୍ତି। ଏନେଇ ଶନିବାର କାନାଡାର ହିନ୍ଦୁ ସାଂସଦ ଚନ୍ଦ୍ର ଆର୍ଯ୍ୟ ହିନ୍ଦୁ ସଭା ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଉପରେ ଖଲିସ୍ତାନୀ ଉଗ୍ରବାଦୀଙ୍କ ଆକ୍ରମଣକୁ ନିନ୍ଦା କରିଥିଲେ।

ଏହା ସହ ସେ ଦେଶର ନେତାମାନଙ୍କୁ ଏହି ଘଟଣାକୁ ନେଇ ହିନ୍ଦୁ ବନାମ ଶିଖ୍ କରୁଥିବାରୁ ସମାଲୋଚନା କରିଥିଲେ। ସେ କହିଥିଲେ କାନାଡାର ମୂଳ ହିନ୍ଦୁ ଓ ଶିଖ୍ ଗୋଟିଏ ପଟେ ଏବଂ ଖାଲିସ୍ତାନୀମାନେ ଅନ୍ୟ ପଟେ ଅଛନ୍ତି।

ଅଧିକ ପଢ଼ନ୍ତୁ: ବିମୁଦ୍ରୀକରଣକୁ ସ୍ଲୋ ପଏଜନ କହୁଥିବା ଅଖିଳେଶ ବ୍ୟକ୍ତିଗତ କ୍ଷତି ସହିଛନ୍ତି: ବିଜେପିର କଡ଼ା ଜବାବ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe