ଫେବ୍ରୁଆରି ୧୮ରେ କୃଷକଙ୍କ ଦେଶବ୍ୟାପୀ ୪ ଘଣ୍ଟିଆ ‘ରେଳ ରୋକୋ’

Advertisment
ଫେବ୍ରୁଆରି ୧୮ରେ କୃଷକଙ୍କ ଦେଶବ୍ୟାପୀ ୪ ଘଣ୍ଟିଆ ‘ରେଳ ରୋକୋ’

ନୂଆଦିଲ୍ଲୀ: କେନ୍ଦ୍ରର ତିନିଟି କୃଷି ଆଇନ ପ୍ରତ୍ୟାହାର ଦାବୀରେ ଆନ୍ଦୋଳନ ଚଳାଇଥିବା କୃଷକମାନଙ୍କର ଆନ୍ଦୋଳନ ଥମିବା ପରିବର୍ତ୍ତେ ଆହୁରି ଜୋରଦାର ହେବାକୁ ଯାଉଛି। ଆସନ୍ତା ଫେବ୍ରୁଆରି ୧୮ରେ କୃଷକମାନେ ଦେଶବ୍ୟାପୀ ଚାରି ଘଣ୍ଟିଆ ‘ରେଳ ରୋକୋ’ (ରେଳ ଅବରୋଧ) କରିବେ ବୋଲି ଆଜି ବିଳମ୍ବିତ ସନ୍ଧ୍ୟାରେ ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ବୁଧବାର) ଲୋକସଭାରେ ଭାଷଣ ଦେବା ଅବସରରେ ବିରୋଧ ପ୍ରଦର୍ଶନ କରୁଥିବା ଚାଷୀଙ୍କୁ ଆଲୋଚନା ଆରମ୍ଭ କରିବା ପାଇଁ ଆସିବାକୁ ନିବେଦନ କରବାର କିଛି ଘଣ୍ଟା ପରେ ଆନ୍ଦୋଳନରତ ଚାଷୀ ନେତାମାନେଏହି ଘୋଷଣା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ଆଜି ଲୋକସଭାରେ କହିଥିଲେ ଯେ ନୂତନ କୃଷି ଆଇନର ନିୟମଗୁଡ଼ିକ ଇଚ୍ଛାଧୀନ, ବାଧ୍ୟତାମୂଳକ ନୁହେଁ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ସର୍ବଦା କୃଷକମାନଙ୍କୁ ସମ୍ମାନିତ କରିଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ସେମାନଙ୍କୁ ସମ୍ମାନ ପ୍ରଦାନ ଜାରି ରଖିବେ ଏବଂ ସେମାନଙ୍କ ସହ ଅନେକ ରାଉଣ୍ଡ ଆଲୋଚନା ପରେ ମଧ୍ୟ ସରକାର ଏହି ଆଇନଗୁଡ଼ିକ ଉପରେ ସେମାନଙ୍କର ଯୁକ୍ତିଯୁକ୍ତ ପରାମର୍ଶ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି।

ତେବେ, ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରି ଚାଷୀନେତାମାନେ ଆସନ୍ତା ଫେବ୍ରୁଆରି ୧୮ରେ ଦେଶବ୍ୟାପୀ ଚାରି ଘଣ୍ଟିଆ ‘ରେଳ ରୋକୋ’ ଡାକରା ଦେଇଛନ୍ତି। ଫେବ୍ରୁଆରି ୧୮ ତାରିଖରେ ରାତି ୧୨ ଟାରୁ ପ୍ରତ୍ୟୁଷ ୪ଟା ପର୍ଯ୍ୟନ୍ତ ସାରା ଦେଶରେ ଏକ ‘ରେଳ ରୋକୋ’ ଆନ୍ଦୋଳନ ହେବ ବୋଲି ଚାଷୀନେତାମାନେ ଏକ ବିବୃତ୍ତିରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe