ମଣ୍ଡିରେ ବେଆଇନ ମସ୍‌ଜିଦ୍‌ ବିରୋଧୀ ବିକ୍ଷୋଭ

Advertisment

ହିମାଚଳପ୍ରଦେଶରେ ସଂପ୍ରତି ବିଭିନ୍ନ ସ୍ଥାନରେ ଗଢ଼ି ଉଠିଥିବା ବେଆଇନ ମସ୍‌ଜିଦ ବିରୋଧରେ ବିକ୍ଷୋଭ ଆରମ୍ଭ ହୋଇଛି। ସିମଲାରେ ବେଆଇନ ମସ୍‌ଜିଦ ବିରୋଧୀ ବି‌କ୍ଷୋଭ ପରେ ଆଜି ମଣ୍ଡିରେ ମଧ୍ୟ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ହିମାଚଳପ୍ରଦେଶରେ ସଂପ୍ରତି ବିଭିନ୍ନ ସ୍ଥାନରେ ଗଢ଼ି ଉଠିଥିବା ବେଆଇନ ମସ୍‌ଜିଦ ବିରୋଧରେ ବିକ୍ଷୋଭ ଆରମ୍ଭ ହୋଇଛି। ସିମଲାରେ ବେଆଇନ ମସ୍‌ଜିଦ ବିରୋଧୀ ବି‌କ୍ଷୋଭ ପରେ ଆଜି ମଣ୍ଡିରେ ମଧ୍ୟ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

sfhfshfhfttj

ମଣ୍ଡି: ହିମାଚଳପ୍ରଦେଶରେ ସଂପ୍ରତି ବିଭିନ୍ନ ସ୍ଥାନରେ ଗଢ଼ି ଉଠିଥିବା ବେଆଇନ ମସ୍‌ଜିଦ ବିରୋଧରେ ବିକ୍ଷୋଭ ଆରମ୍ଭ ହୋଇଛି। ସିମଲାରେ ବେଆଇନ ମସ୍‌ଜିଦ ବିରୋଧୀ ବି‌କ୍ଷୋଭ ପରେ ଆଜି ମଣ୍ଡିରେ ମଧ୍ୟ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।  ମଣ୍ଡିର ଜେଲ ରୋଡ୍‌ରେ ଥିବା ଏକ ବେଆଇନ ମସ୍‌ଜିଦ ବିରୋଧରେ ସ୍ଥାନୀୟ ଜନସାଧାରଣ ଓ ହିନ୍ଦୁ ସଂଗଠନ ଜୋରଦାର ପ୍ରତିବାଦ କରିଛନ୍ତି। ବିରୋଧକୁ ଦେଖି ମସ୍‌ଜିଦ ପରିଚାଳନା କମିଟି ପକ୍ଷରୁ ଆଗୁଆ ପଦକ୍ଷେପ ନେଇ ଗୁରୁବାର ବେଆଇନ ଢାଞ୍ଚାକୁ ଭାଙ୍ଗିଦେଇଥିଲେ। ଏହାସତ୍ବେ ସମଗ୍ର ମସ୍‌ଜିଦ ଭାଙ୍ଗିବା ଦାବିରେ ଜନସାଧାରଣ ଆଜି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ହଜାର ହଜାର ଲୋକ ଜେଲ ରୋଡ୍‌ରେ ଏକତ୍ରିତ ହୋଇଥିଲେ।

 ପରିସ୍ଥିତିକୁ ଦେଖି ମଣ୍ଡି ଡେପୁଟି କମିସନର ଅପୁର୍ବ ଦେବଗନ୍‌, ବିଏନ୍‌ଏସ୍‌ର ଧାରା ୧୬୩ରେ ନିଷେଧାଦେଶ ଜାରି କରିଥିଲେ। ତେବେ ବିକ୍ଷୋଭକାରୀମାନେ ବ୍ୟାରିକେଡ୍‌ ଭାଙ୍ଗି ମସ୍‌ଜିଦ ନିକଟକୁ ଯିବାକୁ ଚେଷ୍ଟା କରିଥିଲେ। ସେମାନଙ୍କୁ ଘଉଡ଼ାଇବାକୁ ପୁଲିସ ପାଣି ମାଡ଼ କରିଥିଲା। ଏସ୍‌ପି ସାକ୍ଷୀ ବର୍ମା କହିଛନ୍ତି, କୌଣସି ପରିସ୍ଥିତିରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେବାକୁ ଦିଆଯିବ ନାହିଁ। କେତେକ ସଂଗଠନ ଜେଲରୋଡ୍‌ରେ ଏକତ୍ରିତ ହେଉଥିବା ନେଇ ବିଭିନ୍ନ ସୂତ୍ରରୁ ଖବର ମିଳିଥିଲା। ସେଠାରେ ୩ଶହ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ମଣ୍ଡି ସହର ପ୍ରବେଶ ପଥରେ ଅସ୍ଥାୟୀ ତନଖି ଫାଟକ ସ୍ଥାପନ କରାଯାଇଛି। ସମସ୍ୟାର ସମାଧାନ ନିମନ୍ତେ ପୌର ପ୍ରଶାସନ, ମସ୍‌ଜିଦ କର୍ତ୍ତୃପକ୍ଷ ଓ ପ୍ରତିବାଦକାରୀଙ୍କୁ ନେଇଏକ ତ୍ରିପାକ୍ଷିକ ବୈଠକ ଡକାଯାଇଛି। ସେହିଭଳି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି। ରାଜ୍ୟରେ ଭାଇଚାରା ଓ ଶାନ୍ତି ରକ୍ଷା ପାଇଁ ସେ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe