ବଜେଟ୍‌କୁ ବିରୋଧ କରି ବିରୋଧୀ ମେଣ୍ଟ ସାଂସଦଙ୍କ ଆାନ୍ଦାଳନ

Advertisment
ବଜେଟ୍‌କୁ ବିରୋଧ କରି ବିରୋଧୀ ମେଣ୍ଟ ସାଂସଦଙ୍କ ଆାନ୍ଦାଳନ

ନୂଆଦିଲ୍ଲୀ: ମଙ୍ଗଳବାର କେନ୍ଦ୍ର ବଜେଟ୍‌ ଉପସ୍ଥାପନ ହେବାପରେ ବିରୋଧୀ ଦଳ ନେତାମାନେ ଆଜି ମିଳିତ ଭାବେ ସଂସଦ ବାହାରେ ବଜେଟ୍‌କୁ ବିରୋଧ କରି ଆନ୍ଦୋଳନ କରିଛନ୍ତି। ବିରୋଧୀ ଦଳ ନେତାମାନେ ବଜେଟ୍‌କୁ ପକ୍ଷପାତପୂର୍ଣ୍ଣ ଏବଂ ଏଥିରେ କୌଣସି ଦୂରଦୃଷ୍ଟି ନାହିଁ ବୋଲି କହିଛନ୍ତି। କଂଗ୍ରେସ ସାଂସଦ ଗୌରବ ଗୋଗଇ କହିଛନ୍ତି, ବିଜେପି ମୌଳିକ ପ୍ରସଙ୍ଗଗୁଡ଼ିକୁ ସମାଧାନ କରିବାରେ ବିଫଳ ହୋଇଛି ଏବଂ ବଜେଟ୍‌ରେ ଏହାର ଅସହାୟତା ଦେଖିବାକୁ ମିଳିଛି। ସମଗ୍ର ଦେଶ ବଜେଟ୍‌କୁ ନେଇ ଅସନ୍ତୁଷ୍ଟ। ସବୁ ରାଜ୍ୟର ଲୋକମାନେ ଅସନ୍ତୁଷ୍ଟ କାରଣ ବିଜେପି ସେମାନଙ୍କ ମୌଳିକ ପ୍ରସଙ୍ଗର ସମାଧାନ କରିବାପାଇଁ ବିଫଳ ହୋଇଛି। ବଜେଟ୍‌ରେ ଯେଉଁ ଅନ୍ୟାୟ ହୋଇଛି ଇଣ୍ଡି ମେଣ୍ଟ ଏହାକୁ ବିରୋଧ କରୁଛି।

ବିରୋଧୀ ଦଳମାନେ ଆଜି ସଂସଦ ଭବନରେ ଆନ୍ଦୋଳନ କରିବା ସମୟରେ ‘କୁର୍ସି ବଚାଓ ବଜେଟ୍‌ ମୁର୍ଦାବାଦ୍‌’ ସ୍ଲୋଗାନ ଦେଇଥିଲେ। ଆନ୍ଦୋଳନରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ଦଳର ସାଧାରଣ ସମ୍ପାଦକ କେସି ବେଣୁଗୋପାଳ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଟିଏମ୍‌ସି ସାଂସଦ ଡୋଲା ସେନ୍‌ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe