ଲକ୍ଷ୍ନୌ : ପୁଣି ଏକ ଦୁଷ୍କର୍ମ ଘଟଣା ୟୁପିରେ ହଇଚଇ ସୃଷ୍ଟି କରିଛି। ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା ପୀଡ଼ିତା ନ୍ୟାୟ ପାଇଁ ଏବେ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଆମରଣ ଅନଶନ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନାନୁଯାୟୀ ୨ ମାସ ପୂର୍ବେ ଉକ୍ତ ୧୪ ବର୍ଷୀୟା ନାବାଳିକା ବରେଲିରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ୫ ଜଣ ଅଭିଯୁକ୍ତ ଏହି ଜଘନ୍ୟା କାଣ୍ଡ ଘଟାଇଥିଲେ। ପୀଡ଼ିତା ଏନେଇ ପୁଲିସରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ୩ ଜଣ ଦୁଷ୍କର୍ମକାରୀଙ୍କୁ ଗିରଫ କରିବାରେ ହୋଇନାହିଁ। ପୀଡ଼ିତା ଶେଷରେ ନ୍ୟାୟ ପାଇଁ ଜିଲ୍ଲାପାଳ ଅଫିସ୍ ଆଗରେ ଆମରଣ ଅନଶନ କରିଛନ୍ତି। ଅନ୍ୟପକ୍ଷେ ଏସ୍ପି ସତିଶ କୁମାର କହିଛନ୍ତି ଯେ ତଦନ୍ତ ଜାରି ରହିଛି ଏବଂ ଖୁବ୍ଶୀଘ୍ର ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଗିରଫ କରାଯିବ।
ନ୍ୟାୟ ପାଇଁ ଆମରଣ ଅନଶନ କଲେ ଦୁଷ୍କର୍ମ ପୀଡ଼ିତା
Advertisment
Follow Us