ଜିଏସ୍‌ଟିକୁ ବିରୋଧ: ବିଷ ପିିିଇ ବିଜେପି କାର୍ଯ୍ୟାଳୟରେ ପଶିଲେ ବ୍ୟବସାୟୀ

ଜିଏସ୍‌ଟିକୁ ବିରୋଧ: ବିଷ ପିିିଇ ବିଜେପି କାର୍ଯ୍ୟାଳୟରେ ପଶିଲେ ବ୍ୟବସାୟୀ

ଡେରାଡୁନ: କେନ୍ଦ୍ର ସରକାରଙ୍କ ବିମୁଦ୍ରାକରଣ ଓ ଜିଏସ୍‌ଟି କାରଣରୁ ବ୍ୟବସାୟରେ ଅନେକ କ୍ଷତି ସହି ଋଣରେ ବୁଡ଼ି ରହିଥିବା ଉତ୍ତରାଖଣ୍ଡର ଜଣେ ପରିବହନ ବ୍ୟବସାୟୀ ଆଜି ଡେରାଡୁନ୍‌ସ୍ଥିତ ବିଜେପି କାର୍ଯ୍ୟାଳୟକୁ ବିଷ ପିଇ ପଶିଛନ୍ତି। କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ଯୋଗୁଁ ବ୍ୟବସାୟରେ କ୍ଷତି ସହିଥିବା ବ୍ୟବସାୟୀ ଗତ ୫ ମାସ ହେଲା ମୁଖ୍ୟମନ୍ତ୍ରୀ ଓ ସ୍ଥାନୀୟ ବିଧାୟକଙ୍କୁ ସହାୟତା ପାଇଁ ଗୁହାରି କରି ଆସିଥିଲେ ସୁଦ୍ଧା ତାଙ୍କ କଥା କେହି ଶୁଣିନଥିବାରୁ ଏହାର ପ୍ରତିବାଦରେ ସେ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି। ମିଳିଥିବା ଖବର ମୁତାବକ ଏହି ଘଟଣା ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ସୁବୋଧ ଉନିୟାଲଙ୍କ ଜନତା ଦରବାରରେ ଘଟିଛି। ଘଟଣାସ୍ଥଳରେ ହିଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଡୁନ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe