ଏନ୍‌ଡିଏ ସହଯୋଗୀ ଦଳ ବି ବିରୋଧ କଲେ

Advertisment

ଏକସଂଗରେ ଲୋକସଭା-ବିଧାନସଭା ନିର୍ବାଚନ

ଏକସଂଗରେ ଲୋକସଭା-ବିଧାନସଭା ନିର୍ବାଚନ

ଏନ୍‌ଡିଏ ସହଯୋଗୀ ଦଳ ବି ବିରୋଧ କଲେ

ନୂଆଦିଲ୍ଲୀ: ଦେଶରେ ଏକସଂଗରେ ଲୋକସଭା ଓ ବିଧାନସଭା ନିର୍ବାଚନ କରାଇବା ପାଇଁ ଆଲୋଚନା ନିମନ୍ତେ କେନ୍ଦ୍ର ଆଇନ କମିସନ ଆଜିଠାରୁ ଦୁଇ ଦିନିଆ ବୈଠକର ଆୟୋଜନ କରିଛନ୍ତି। ୧୪ଟି ରାଜନୈତିକ ଦଳର ପ୍ରତିନିଧି ଆଲୋଚନାରେ ଭାଗ ନେଇଛନ୍ତି। ଆସନ୍ତାକାଲି ସୁଦ୍ଧା ଏଥିରେ ୭ଟି ସ୍ୱୀକୃତିପ୍ରାପ୍ତ ଜାତୀୟ ଦଳ ଏବଂ ୫୯ଟି ରାଜ୍ୟ ଦଳ ଅଂଶ ଗ୍ରହଣ କରିବେ। ଆଲୋଚନା ପରେ ଏ ବାବଦ ମତାମତ ସଂଗହ କରାଯିବ ଏବଂ ସେହି ଆଧାରରେ ଆଇନ କମିସନ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ। ଏଥିରେ ସମସ୍ତ ଜାତୀୟ ଓ ଆଞ୍ଚଳିକ ଦଳଗୁଡ଼ିକର ପ୍ରତିନିଧି ଅଂଶ ଗ୍ରହଣ କରିଥିବାରୁ ଦେଶରେ ଏକକାଳୀନ ନିର୍ବାଚନ କରାଇବା ନେଇ ସ୍ଥିତି ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି। ତେବେ ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ପାଇଁ ବିଜେପିର ପ୍ରସ୍ତାବକୁ ଅନେକ ବିରୋଧୀ ଦଳ ଜୋର୍‌ଦାର ବିରୋଧ କରିଛନ୍ତି। ଆଜି ପ୍ରଥମ ପର୍ଯ୍ୟାୟ ଆଲୋଚନା ପୂର୍ବରୁ ବିଜେପିର ସହଯୋଗୀ ଦଳ ଜିଏଫ୍‌୍‌ପି ମଧ୍ୟ ଏହାକୁ ବିରୋଧ କରିଥିବା ଜଣାପଡ଼ିଛି। ପୂର୍ବରୁ ଏହି ପ୍ରସ୍ତାବକୁ ବିରୋଧ କରି ଆସୁଥିବା ଟିଏମ୍‌୍‌ସି ଆଜି ମଧ୍ୟ ତା’ର ବିରୋଧକୁ ଦୋହରାଇଛି। ଆଇନ କମିସନ ଏକକାଳୀନ ନିର୍ବାଚନ ନେଇ ସାମ୍ବିଧାନିକ ଓ ଆଇନଗତ ଦିଗଗୁଡ଼ିକ ଉପରେ ତର୍ଜମା ଆରମ୍ଭ କରିଛନ୍ତି। ପ୍ରଥମେ ଏ ବାବାଦରେ ରାଜନୈତିକ ଦଳ, ସମ୍ବିଧାନ ବିଶେଷଜ୍ଞ, ଅମଲତନ୍ତ୍ର, ବୁଦ୍ଧିଜୀବୀ ଏବଂ ଅନ୍ୟ ବିଶେଷଜ୍ଞଙ୍କ ରାୟ ନିଆଯିବା ପରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ। ନିର୍ବାଚନ କମିସନ ପୂର୍ବରୁ ଏକାସଂଗରେ ନିର୍ବାଚନ କରିବାରେ କୌଣସି ସମସ୍ୟା ନଥିବା ସ୍ପଷ୍ଟ କରିସାରିଥିବାରୁ ଏବେ ରାଜନୈତିକ ଦଳଗୁଡ଼ିକର ନିଷ୍ପତ୍ତି ଉପରେ ହିଁ ସବୁକିଛି ନିର୍ଭର କରୁଥିବା କୁହାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରୁ ଏକକାଳୀନ ନିର୍ବାଚନ ସପକ୍ଷରେ ଦୃଢ଼ମତ ପୋଷଣ କରି ଆସିଥିବା ବେଳେ ପ୍ରମୁଖ ବିରୋଧୀ ଦଳଗୁଡ଼ିକ ଏଥିପ୍ରତି ସମର୍ଥନ ଘୋଷଣା କରିାହାନ୍ତି। ଆଜି ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀ ଏଥିରେ ପ୍ରତିକ୍ରିୟ ପ୍ରକାଶ କରି କହିଛନ୍ତି ଯେ ସମ୍ବିଧାନର ମୂଳ ଢାଞ୍ଚାକୁ କେହି ବଦଳାଇ ପାରିବେ ନାହିଁ। ଏକସଂଗରେ ନିର୍ବାଚନ କଲେ ସମ୍ବିଧାନରେ ଉଲ୍ଲେଖ ଥିବା ବ୍ୟବସ୍ଥାର ଉଲ୍ଲଂଘନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe