ଶ୍ରୀନଗର: ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ବିରୋଧରେ କାଶ୍ମୀରର ବଡଗାମରେ ପ୍ରତିବାଦର ନିଆଁ ଜଳିଉଠିଛି। ସିଆ ମୁସଲମାନମାନେ ହାତରେ ଖେମିନିଙ୍କ ପୋଷ୍ଟର ଧରି "ଆମେରିକା ମୁର୍ଦାବାଦ, ଇସ୍ରାଏଲ ମୁର୍ଦାବାଦ" ନାରାବାଜୀ କରିଛନ୍ତି। ଶହ ଶହ ସଂଖ୍ୟକ ଲୋକ ରାଜରାସ୍ତାରେ ବିରୋଧ ପ୍ରଦର୍ଶନ କରିଛନ୍ତି, କାରଣ ଇରାନ ଉପରେ ଆକ୍ରମଣ ପରେ, ଅନେକ କାଶ୍ମୀର ଛାତ୍ରଛାତ୍ରୀ ସେଠାରେ ଫସି ରହିଛନ୍ତି। ଯୁଦ୍ଧର ସପ୍ତାହେ ପୂର୍ବରୁ ଯେତେବେଳେ ବିମାନ ଚଳାଚଳ ସ୍ଵାଭାବିକ ଥିଲା ସେତେବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଓ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଇରାନରେ ରହୁଥିବା କାଶ୍ମୀର ଛାତ୍ରଛାତ୍ରୀମାନଙ୍କୁ ଭାରତ ଫେରିବାକୁ ଅନୁରୋଧ କରିଥିଲେ।
କିନ୍ତୁ ବିଶ୍ଵବିଦ୍ୟାଳୟରୁ ଅନୁମତି ନମିଳିବା ଓ କ୍ୟାରିୟର ପ୍ରତି ବିପଦ କାରଣରୁ ଛାତ୍ରଛାତ୍ରୀମାନେ ଘରକୁ ଫେରିପାରିନଥିଲେ। କିଛି ଛାତ୍ର ଫେରି ଆସିଥିବାବେଳେ, ଅନେକ ଫସି ରହିଛନ୍ତି। କେବଳ କାଶ୍ମୀରୀ ନୁହେଁ, ବରଂ ସାରା ଭାରତରୁ ଅନେକ ଛାତ୍ର ସେଠାରେ ଫସି ରହିଛନ୍ତି। ଫସି ରହିଥିବା ଅନେକ ଭାରତୀୟ ଛାତ୍ର ସାହାଯ୍ୟ ପାଇଁ ନିବେଦନ କରି ଭିଡିଓ ଜାରି କରିଛନ୍ତି। ଇରାନରେ ଥିବା ଭାରତୀୟ ଦୂତାବାସ ଭାରତୀୟ ନାଗରିକଙ୍କ ପାଇଁ ଏକ ପରାମର୍ଶଦାତା ଓ ହେଲ୍ପଲାଇନ୍ ନମ୍ବର ଜାରି କରିଛି।
Follow Us