ରାହୁଲ ଗାନ୍ଧିଙ୍କ ବାସଭବନ ଆଗରେ ବିଜେପିର ଶିଖ ନେତାଙ୍କ ବିକ୍ଷୋଭ

କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଶିଖମାନଙ୍କ ଉପରେ ଦେଇଥିବା ବୟନକୁ ନେଇ ବିବାଦ ବଢିବାରେ ଲାଗିଛି। ବୁଧବାର ଜାତୀୟ ରାଜଧାନୀ ଦିଲ୍ଲୀରେ ଥିବା ଦିଲ୍ଲୀ ବିଜେପିର ଶିଖ୍ ସେଲ୍ ର କର୍ମକର୍ତ୍ତାମାନେ ତାଙ୍କ ବାସଭବନ ବାହାରେ ପହଞ୍ଚି ପ୍ରତିବାଦ କରିଥିଲେ।

ଅଦ୍ୟତନ ହୋଇଛି
Rahul Gandhi

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଶିଖମାନଙ୍କ ଉପରେ ଦେଇଥିବା ବୟନକୁ ନେଇ ବିବାଦ ବଢିବାରେ ଲାଗିଛି। ବୁଧବାର ଜାତୀୟ ରାଜଧାନୀ ଦିଲ୍ଲୀରେ ଥିବା ଦିଲ୍ଲୀ ବିଜେପିର ଶିଖ୍ ସେଲ୍ ର କର୍ମକର୍ତ୍ତାମାନେ ତାଙ୍କ ବାସଭବନ ବାହାରେ ପହଞ୍ଚି ପ୍ରତିବାଦ କରିଥିଲେ। ଅପରାହ୍ନ ପ୍ରାୟ ୪ଟା ବେଳେ ବିଜେପି ଲୋକମାନେ ବହୁ ସଂଖ୍ୟାରେ ଏକାଠି ହୋଇ ସେଠାରେ ନାରାବାଜି କରିବା ସହ ହଙ୍ଗାମା ଆରମ୍ଭ କରିଥିଲେ। କିଛି ଅଧିକାରୀ ଦିଲ୍ଲୀ ପୁଲିସର ବ୍ୟାରିକେଡ୍ ଉପରକୁ ଚଢ଼ି ରାହୁଲ ଗାନ୍ଧିଙ୍କ ବିରୋଧରେ ସ୍ଲୋଗାନ ଦେଉଥିଲେ।

ବୁଧବାର ଜାତୀୟ ରାଜଧାନୀ ଦିଲ୍ଲୀରେ ଥିବା ଦିଲ୍ଲୀ ବିଜେପିର ଶିଖ୍ ସେଲ୍ ର କର୍ମକର୍ତ୍ତାମାନେ ତାଙ୍କ ବାସଭବନ ବାହାରେ ପହଞ୍ଚି ପ୍ରତିବାଦ କରିଥିଲେ। ଅପରାହ୍ନ ପ୍ରାୟ ୪ଟା ବେଳେ ବିଜେପି ଲୋକମାନେ ବହୁ ସଂଖ୍ୟାରେ ଏକାଠି ହୋଇ ସେଠାରେ ନାରାବାଜି କରିବା ସହ ହଙ୍ଗାମା ଆରମ୍ଭ କରିଥିଲେ।

ପରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଦିଲ୍ଲୀ ପୁଲିସକୁ ବିଜେପିର ଶିଖ ନେତା (ଆରପି ସିଂହ)ଙ୍କୁ ଅଟକ ରଖିବାକୁ ପଡ଼ିଥିଲା। ପୁଲିସ ହାତରେ ଧରାପଡ଼ିବା ପରେ ବିଜେପି ର ଶିଖ୍ ନେତା ଆରପି ସିଂହ କହିଛନ୍ତି, ରାହୁଲ ଗାନ୍ଧୀ କ୍ଷମା ମାଗିବା ଉଚିତ। ଭାରତକୁ ବଦନାମ କରିବା ପାଇଁ ସେମାନେ ବିଦେଶୀ ମାଟିକୁ ବ୍ୟବହାର କରିଛନ୍ତି। ସେ ଭୁଲ ବୟାନ ଦେଇଛନ୍ତି। ରାହୁଲ ଗାନ୍ଧି ଏବେ ତାଙ୍କ ପିତା ରାଜୀବ ଗାନ୍ଧୀଙ୍କ ସମୟକୁ ଭୁଲିଯାଇଛନ୍ତି, ରାଜୀବ ଗାନ୍ଧୀ ସେତେବେଳେ ଦିଲ୍ଲୀରେ ୩୦୦୦ ଶିଖଙ୍କୁ ହତ୍ୟା କରିଥିଲେ।

ସୂଚନାଯୋଗ୍ୟ ଯେ ରାହୁଲ ଗାନ୍ଧି ଆମେରିକାରେ କହିଥିଲେ ଯେ ଭାରତରେ ଶିଖମାନଙ୍କୁ ପଗଡ଼ି ଓ କଡ଼ା ପିନ୍ଧିବାକୁ ଦିଆଯାଉନାହିଁ । ଏହାକୁ ନେଇ ଦେଶରେ ବିରୋଧର ସ୍ବର ଉଠିବାରେ ଲାଗିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe