ଛେଳି ନେଇ ରାଜଭବନ ଆଗରେ ଯୁବକ ଆନ୍ଦୋଳନ କରିବାକୁ ପହଞ୍ଚିବା ପରେ ସୁରକ୍ଷା ସ୍ଥିତିକୁ ନେଇ ସ୍ପଷ୍ଟୀକରଣ ମାଗିଲେ କୋଲକାତା ରାଜ୍ୟପାଳ

ଛେଳି ନେଇ ରାଜଭବନ ଆଗରେ ଯୁବକ ଆନ୍ଦୋଳନ କରିବାକୁ ପହଞ୍ଚିବା ପରେ ସୁରକ୍ଷା ସ୍ଥିତିକୁ ନେଇ ସ୍ପଷ୍ଟୀକରଣ ମାଗିଲେ କୋଲକାତା ରାଜ୍ୟପାଳ

indiatoday.in

କୋଲକାତା: ପଶ୍ଚିମବଙ୍ଗରେ କରୋନାଭାଇରସ୍ ଅବସ୍ଥା ଖରାପ ହେଉଥିବା ବେଳେ ଉଚ୍ଚ ପଦବୀରେ ଅବସ୍ଥାପିତ ଥିବା ବ୍ୟକ୍ତି ଧ୍ୟାନ ଦେଉନଥିବାରୁ ଏକ ସାମାଜିକ ସଂଗଠନ ମଙ୍ଗଳବାର କୋଲକାତାର ରାଜ ଭବନ ସମ୍ମୁଖରେ କିଛି ଛେଳିଙ୍କୁ ନେଇ ପହଞ୍ଚିଥିଲେ | ସେଠାରେ ସେ ୫-୭ମିନିଟ ରହି ରାଜ୍ୟରେ କରୋନା ରୋଗୀଙ୍କୁ ଅଣଦେଖା କରାଯାଉଥିବା ନେଇ ଆନ୍ଦୋଳନ କରିଥିଲେ | ଆଜି ଏନେଇ ରାଜ୍ୟପାଳ ନଗର ପୋଲିସ ମୁଖ୍ୟଙ୍କୁ ଚିଠି ଲେଖି ସ୍ପଷ୍ଟୀକରଣ ମାଗିଛନ୍ତି |

ରାଜ୍ୟପାଳଙ୍କ କହିବା ମୁତାବକ, ରାଜଭବନର ମୁଖ୍ୟ ପ୍ରବେଶ ଦ୍ୱାରରେ ମଧ୍ୟ ଆଇନ ଶୃଙ୍ଖଳା ସ୍ଥିତି ଚିନ୍ତାଜନକ | ପୁଲିସ ନିୟୋଜିତ ଥାଇ ମଧ୍ୟ ଲୋକେ ପ୍ରବେଶ ନିଷେଧ କରାଯାଇଥିବା ପଥକୁ ଆସି ଆନ୍ଦୋଳନ କରିପାରୁଛନ୍ତି | ଏନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ସେ ନଗର ପୋଲିସ ମୁଖ୍ୟଙ୍କୁ ଚିଠି ଲେଖି ସନ୍ଧ୍ୟା ୫ଟା ମଧ୍ୟରେ ସ୍ପଷ୍ଟୀକରଣ ଦେବାକୁ କହିଛନ୍ତି |

publive-image newindianexpress.com

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଅନ୍ୟ ସବୁ ସମସ୍ୟା ଉପରେ ନଜର ରଖିବାକୁ ସମୟ ଥିଲେ ମଧ୍ୟ ରାଜ୍ୟପାଳ ଜଗଦୀପ ଧନଖରଙ୍କ ପାଖରେ କରୋନା ସ୍ଥିତି ଉପରେ ନଜର ରଖିବାକୁ ସମୟ ନାହିଁ | ରାଜ୍ୟରେ କରୋନା ରୋଗୀଙ୍କୁ ଶଯ୍ୟା ସହ ଚିକିତ୍ସା ପାଇଁ ଜରୁରୀ ଜିନିଷ ମିଳୁନଥିବା ବେଳେ ରାଜ୍ୟପାଳ ଏ ଦିଗ ପ୍ରତି ଧ୍ୟାନ ଦେଉନାହାନ୍ତି ବୋଲି ଅଭିଯୋଗ କରି ରାଜ ଭବନର ଉତ୍ତର ଦ୍ୱାରରେ ପହଞ୍ଚିଥିଲେ କୋଲକାତା ନାଗରିକ ମହାମଞ୍ଚର ମୁଖପାତ୍ର | କରୋନା ମହାମାରୀ ପାଇଁ ଲୋକଙ୍କୁ ନଆଣି ସେ ଛେଳି ନେଇ ଆନ୍ଦୋଳନ କରିବାକୁ ଆସିଥିବା କହିଥିଲେ | ଉତ୍ତର ଦ୍ୱାରରେ ସୁରକ୍ଷାକର୍ମୀ ମୁତୟନ ଥାଇ ମଧ୍ୟ ସେ ସେଠାରେ ୫-୭ମିନିଟ ରହି ଆନ୍ଦୋଳନ କରିଥିଲେ | ଏହାକୁ ଦେଖିବା ପରେ ଏବେ ସୁରକ୍ଷା ସ୍ଥିତି ଉପରେ ପ୍ରଶ୍ନ ଉଠାଇବା ସହ ସ୍ପଷ୍ଟୀକରଣ ମାଗିଛନ୍ତି ରାଜ୍ୟପାଳ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe