ଆନ୍ଦୋଳନରତ ଚାଷୀଙ୍କୁ ଦିଲ୍ଲୀ ପ୍ରବେଶ ଅନୁମତି

Advertisment
ନୂଆ କୃଷି ଆଇନ ଏନ୍‌ଡିଏର ଚାପ ବଢ଼ାଉଛି, ହରିୟାଣାରେ ମେଣ୍ଟରୁ ଓହରିଲେ ସ୍ବାଧୀନ ବିଧାୟକ

headlineenglish.com

ସରକାର ଚାଷୀଙ୍କୁ ଲଢେଇରୁ ବଞ୍ଚିତ କରିପାରିବେନି: ରାହୁଲ ଗାନ୍ଧି
କୃଷକ ଆନ୍ଦୋଳନକୁ ଆପ୍‌ର ସମର୍ଥନ

ନୂଆଦିଲ୍ଲୀ : ହଜାର ହଜାର ଆନ୍ଦୋଳନରତ କୃଷକଙ୍କୁ ଆଜି ଦିଲ୍ଲୀ ମଧ୍ୟକୁ ପ୍ରବେଶ କରିବା ପାଇଁ ଅନୁମତି ମିଳିଛି। ଦିଲ୍ଲୀର ବୁରାଡ଼ିସ୍ଥିତ ନିରଙ୍କରୀ ପଡ଼ିଆରେ ଚାଷୀ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ ହେବ ବୋଲି ଦିଲ୍ଲୀ ପୁଲିସ କହିଛି। ଆଜି ବିଭିନ୍ନ ଚାଷୀ ନେତାଙ୍କ ସହ ଆଲୋଚନା ପରେ ଦିଲ୍ଲୀ ପୁଲିସ ଚାଷୀ ଆନ୍ଦୋଳନକୁ ସବୁଜ ସଂକେତ ଦେଇଛି। ଅପରପକ୍ଷେ, କେନ୍ଦ୍ର ସରକାର ଚାଷୀଙ୍କୁ ଅନୁମତି ପ୍ରଦାନ କରିବା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। କୋଭିଡ୍‌ ମହାମାରୀ କଟକଣା ଯୋଗୁଁ ବିଶାଳ ଚାଷୀ ଆନ୍ଦୋଳନ ଉପରେ ସହମତି ପ୍ରକାଶ ପାଇପାରୁ ନଥିଲା। ଯଦି କୋଭିଡ୍‌ ମହାମାରୀ ସମୟରେ ବିହାର ନିର୍ବାଚନ ହୋଇପାରୁଛି ତେବେ ଚାଷୀ ସମାବେଶ କାହିଁକି ହୋଇ ପାରିବ ନାହିଁ ବୋଲି ଚାଷୀ ନେତାମାନେ ଯୁକ୍ତି ଉପସ୍ଥାପନ କରିଥିଲେ। ହରିୟାଣା, ପଞ୍ଜାବ, ରାଜସ୍ଥାନ, ଉତ୍ତରପ୍ରଦେଶ ଓ ଦିଲ୍ଲୀ ସୀମାରେ ଚାଷୀମାନଙ୍କ ପାଇଁ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି। ଅପରପକ୍ଷେ, ହରିୟାଣା ପୁଲିସ ଆଜି ପଞ୍ଜାବ ଓ ହରିୟାଣା ସୀମାର ବିଭିନ୍ନ ସ୍ଥାନ‌ରୁ ପୁଲିସ ବ୍ୟାରିକେଡ୍‌ ହଟାଇ ଦେଇଛି। ଚାଷୀମାନଙ୍କୁ କେହି ଅଟକାଇ ପାରିବେ ନାହିଁ ବୋଲି ଅମ୍ବାଲା ଏସ୍‌ପି ରାଜେଶ କାଲିଆ ସ୍ପଷ୍ଟ କରିଛନ୍ତି।

ବିଜେପି ଶାସିତ ରାଜ୍ୟମାନଙ୍କରେ ଚାଷୀମାନଙ୍କ ଉପରେ ଆକ୍ରମଣ କରାଯାଉଛି ବୋଲି ଆଜି ‘କିଷାନ କଂଗ୍ରେସ’ ଅଭିଯୋଗ କରିଛି। ବିଜେପି ଶାସିତ ରାଜ୍ୟମାନଙ୍କରେ ଜାଣିଶୁଣି ଚାଷୀଙ୍କୁ ହଇରାଣ ହରକତ କରାଯାଉଛି ବୋଲି ଜାତୀୟ ସଂଯୋଜକ ରାକେଶ କୁମାର ସିଂହ ଅଭିଯୋଗ କରିଛନ୍ତି। କୃଷକ ଆନ୍ଦୋଳନ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ରାହୁଲ କହିଛନ୍ତି, କୌଣସି ସରକାର ଚାଷୀଙ୍କୁ ସେମାନଙ୍କ ଲଢେଇରୁ ବଞ୍ଚିତ କରିପାରିବେ ନାହିଁ। ସେହିଭଳି ଚାଷୀ ସମାବେଶ ନେଇ କୌଣସି ସମସ୍ୟା ନାହିଁ ଏବଂ ଆମ୍‌ ଆଦ୍‌ମି ପାର୍ଟି ଆନ୍ଦୋଳନକୁ ସମର୍ଥନ କରେ ବୋଲି ଏଏପି ନେତା ତଥା ବୁରାଡ଼ି ବିଧାୟକ ସଞ୍ଜୀବ ଝା କହିଛନ୍ତି।

ଦିଲ୍ଲୀରେ ହେବାକୁ ଥିବା ଚାଷୀ ଆନ୍ଦୋଳନକୁ ନଜରରେ ରଖି ପଞ୍ଜାବରୁ ଦିଲ୍ଲୀକୁ ଦୁଇଟି ଟ୍ରେନ୍‌ ବାତିଲ୍‌ କରାଯାଇଛି ବୋଲି ଉତ୍ତରାଞ୍ଚଳ ରେଲୱେ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe