କୋଭିଡ୍‌ କଟକଣାକୁ ବିରୋଧ: ଚୀନ୍‌ର ଆଇଫୋନ୍ କାରଖାନାରେ କର୍ମଚାରୀଙ୍କ ହିଂସାତ୍ମକ ଆନ୍ଦୋଳନ

Advertisment
କୋଭିଡ୍‌ କଟକଣାକୁ ବିରୋଧ: ଚୀନ୍‌ର ଆଇଫୋନ୍ କାରଖାନାରେ କର୍ମଚାରୀଙ୍କ ହିଂସାତ୍ମକ ଆନ୍ଦୋଳନ

YouTube

ବେଜିଂ: ଚୀନ୍‌ରେ ଥିବା ଆଇଫୋନର ମୁଖ୍ୟ କାରଖାନାରେ ଆଜି ଶହଶହ କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ହାତାହାତି ହୋଇଛି। ମାସାଧିକ କାଳ କଡ଼ା କୋଭିଡ୍ କଟକଣା ସହ ଦରମା ମିଳି ନ ଥିବାରୁ କର୍ମଚାରୀମାନେ ହିଂସାତ୍ମକ ପ୍ରଦର୍ଶନକୁ ଓହ୍ଲାଇଛନ୍ତି। ଫକ୍ସକନ ଟେକ୍ନୋଲୋଜି ଗ୍ରୁପ୍‌ କାରଖାନାର କର୍ମଚାରୀମାନେ ବୁଧବାର ସକାଳେ ଡର୍ମିଟୋରି ବାହାରକୁ ଆସି ସୁରକ୍ଷା କର୍ମୀମାନଙ୍କୁ ଆକ୍ରମଣ କରିଥିବା ଏକ ଭିଡ଼ିଓରେ ଦେଖିବାକୁ ମିଳିଛି।

ଅନେକ ସୁରକ୍ଷା କର୍ମୀ ତଳେ ପଡ଼ିଥିବା ଜଣେ ଲୋକକୁ ବାଡ଼ିରେ ବାଡ଼ଉଥିବାର ମଧ୍ୟ ଆଉ ଏକ ଭିଡ଼ିଓ କ୍ଲିପ୍‌ରେ ଦେଖିବାକୁ ମିଳିଛି। ଦେଖଣାହାରୀମାନେ ‘ଫାଇଟ୍’ ‘ଫାଇଟ୍’ ବୋଲି ଚିତ୍କାର କରିବା ଭିତରେ କିଛିଲୋକ ବାରିକେଡ୍ ଭାଙ୍ଗି ଚାଲିଆସିଥିଲେ। ଅନେକ ଲୋକ ଏକ ପୁଲିସ କାର୍‌କୁ ବେଢ଼ିଯାଇ ଆକ୍ରମଣ କରିଥିଲେ। କର୍ମଚାରୀମାନଙ୍କ ପ୍ରତିବାଦ ବାକିଆ ଦରମାକୁ ନେଇ ଗତ ରାତିରୁ ଆରମ୍ଭ ହୋଇଛି। ପୁଲିସ ସହ ସଂଘର୍ଷରେ ବହୁ ଲୋକ ଆହତ ହୋଇଛନ୍ତି। ଶେଷରେ ଦଙ୍ଗା-ବିରୋଧୀ ସ୍କ୍ବାଡ୍ ପହଞ୍ଚି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe