Image Courtesy of FirstPost
ନୂଆଦିଲ୍ଲୀ: ଭାଲେଣ୍ଟାଇନ୍ସ୍ ଡେ’କୁ ବିରୋଧ କରି ବୁଧବାର ଦେଶର ବିଭିନ୍ନ ସ୍ଥାନରେ ‘ମୋରାଲ୍ ପୋଲିସ୍’ ପୂରା ଦମ୍ରେ ସକ୍ରିୟ ହୋଇଉଠିଛନ୍ତି।
ଅହମଦାବାଦରେ ଆତ୍ମଘୋଷିତ ‘ମୋରାଲ୍ ପୋଲିସ୍’ ପ୍ରେମୀଯୁଗଳଙ୍କୁ ଗୋଡ଼ାଇ ଥିବାର ଖବର ମିଳିଛି। ସହରସ୍ଥିତ ସାବରମତୀ ରିଭର୍ଫ୍ରଣ୍ଟ୍ରେ ବଜରଙ୍ଗ ଦଳ ପ୍ରେମୀଯୁଗଳଙ୍କୁ ହଟହଟା କରିଥିବା ପ୍ରକାଶ। ପରେ ଅବଶ୍ୟ ସେମାନଙ୍କୁ ଅଟକ ରଖାଯାଇଥିଲା।
ହାଇଦ୍ରାବାଦରେ ମଧ୍ୟ ସଙ୍ଗଠନ ତରଫରୁ ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା।
ଗତକାଲି ଦକ୍ଷିଣପନ୍ଥୀ ଦଳ ନାଗପୁରରେ ଭାଲେଣ୍ଟାଇନ୍ ଡେ’ ବିରୋଧରେ ପଟୁଆର ବାହାର କରିଥିଲା। ସର୍ବସାଧାରଣ ସ୍ଥାନରେ ପରସ୍ପରକୁ ଭେଟିଲେ ପ୍ରେମୀଯୁଗଳଙ୍କୁ ବାହା କରି ଦିଆଯିବ ବୋଲି ସେମାନେ ଧମକ ଦେଇଥିଲେ। ସେମାନେ କହିଥିଲେ: ଭାଲେଣ୍ଟାଇନ୍ ଡେ’ ପାଳନ କରିବା ଯଦି ସେମାନଙ୍କର ଅଧିକାର, ଐତିହ୍ୟ ବଜାୟ ରଖିବା ଆମର ଅଧିକାର।
ଚେନ୍ନାଇରେ ଭାରତ ହିନ୍ଦୁ ଫ୍ରଣ୍ଟ୍ ପ୍ରତିବାଦର ଚିହ୍ନ ସ୍ୱରୂପ ଗୋଟିଏ କୁକୁର ସହ ଗୋଟିଏ ଗଧର ବିବାହ କରାଇଥିଲେ।
ମଙ୍ଗଳବାର ଦିନ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ ଫେବ୍ରୁଆରି ୧୪ ତାରିଖକୁ ଛୁଟି ଦିବସ ଭାବେ ଘୋଷଣା କରିଛି। ଏ ଛୁଟି ଭାଲେଣ୍ଟାଇନ୍ସ୍ ଡେ’ ପାଇଁ ନୁହେଁ, ମହାଶିବରାତ୍ରୀ ପାଇଁ। ଆଜି କ୍ୟାମ୍ପସ୍ ମଧ୍ୟକୁ ପ୍ରବେଶ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ବାରଣ କରାଯାଇଛି।
Follow Us