ହନୁମାନ ପତାକା କାଢ଼ିବାକୁ ନେଇ ବିକ୍ଷୋଭ, ସୁରକ୍ଷା ବ୍ୟବସ୍ଥା କଡ଼ା‌ ହେଲା

Advertisment
ହନୁମାନ ପତାକା କାଢ଼ିବାକୁ ନେଇ ବିକ୍ଷୋଭ, ସୁରକ୍ଷା ବ୍ୟବସ୍ଥା କଡ଼ା‌ ହେଲା

ବେଙ୍ଗାଲୁର: କର୍ଣ୍ଣାଟକର ମାଣ୍ଡିୟା ଜିଲ୍ଲାରେ ହନୁମାନ ପତାକାକୁ କାଢ଼ିବାକୁ ନେଇ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଏହି ଅଞ୍ଚଳରେ ସୁରକ୍ଷାକୁ ଅଧିକ ଜୋରଦାର କରାଯାଇଛି। ବିଜେପି ଏବଂ ଜନତା ଦଳ-ସିକ୍ୟୁଲାର୍‌ (ଜେଡିଏସ୍‌) ପକ୍ଷରୁ ଆଜି ଏକ ବିକ୍ଷୋଭ ରାଲି ପ୍ରଦର୍ଶନ ହେବା ପରେ ଅନେକ ପୁଲିସ୍‌ କର୍ମୀ ସେଠାରେ ନିୟୋଜିତ ହୋଇଛନ୍ତି।

ସୋମବାର ସକାଳେ ବେଙ୍ଗାଲୁରୁରେ ବହୁ ସଂଖ୍ୟାରେ ବିକ୍ଷୋଭକାରୀ ପତାକା ହଟାଇବାକୁ ନେଇ ବିରୋଧ କରିଥିଲେ। ବିକ୍ଷୋଭକାରୀମାନେ ରାସ୍ତା ଅବରୋଧ କରି 'ଜୟ ଶ୍ରୀ ରାମ' ସ୍ଲୋଗାନ ଦେଇଥିଲେ ଏବଂ ସେମାନଙ୍କୁ ପୁଲିସ ଅଟକ ରଖିଥିଲା।
କେରାଗୋଡୁ ଗ୍ରାମରେ ମଧ୍ୟ ଏହିପରି ଏକ ବିରୋଧ କରାଯାଇଥିଲା, ଯେଉଁଠାରେ ୧୦୮ ଫୁଟା ହନୁମାନଙ୍କ ପତାକାକୁ ଜିଲ୍ଲା ପ୍ରଶାସନ ଦ୍ୱାରା  ହଟାଇବା ନେଇ ତୀବ୍ର ବିବାଦ ସୃଷ୍ଟି ହୋଇଥିଲା।
ଗ୍ରାମ ପଞ୍ଚାୟତ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରିବାକୁ ଅନୁମତି ଦିଆଯାଇଥିବା ବେଳେ ଏକ ଗୋଷ୍ଠୀ ତ‌ାହା ନକରି ସେହି ସ୍ଥାନରେ ୧୦୮ ଫୁଟ୍‌ର ଏକ ହନୁମାନ ପତାକା ଲଗାଇଥିଲେ। ଯାହାକୁ ନେଇ ବିବାହ ସୃଷ୍ଟି ହୋଇଥିଲା। ଏପରିକି ବିବାଦକୁ ରୋକିବା ପାଇଁ ପୁଲିସ୍‌ ଲାଠି ଚାଳନା ବି କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe