ବିରଳ ପ୍ରତିବାଦ: ଚୀନର କଡ଼ା କୋଭିଡ ନୀତିକୁ ତିବ୍ବତରେ ବିରୋଧ

Advertisment

ବିକ୍ଷୋଭ, କର୍ତ୍ତୃପକ୍ଷଙ୍କ ସହ ମୁହାଁମୁହିଁ

ବିକ୍ଷୋଭ, କର୍ତ୍ତୃପକ୍ଷଙ୍କ ସହ ମୁହାଁମୁହିଁ

ବିରଳ ପ୍ରତିବାଦ: ଚୀନର କଡ଼ା କୋଭିଡ ନୀତିକୁ ତିବ୍ବତରେ ବିରୋଧ

ବେଜିଂ : ଚୀନ ସରକାରଙ୍କ କଡ଼ା କୋଭିଡ ନୀତିକୁ ତିବ୍ଦତରେ ଜୋରଦାର ବିରୋଧ କରାଯାଇଛି। ଏହାକୁ ନେଇ ଲାସାରେ ବଡ଼ ଧରଣର ପ୍ରତିବାଦ ଦେଖିବାକୁ ମିଳିଛି। ଏପରିକି କେତେକ ସ୍ଥାନରେ କର୍ତ୍ତୃପକ୍ଷଙ୍କ ସହ ସ୍ଥାନୀୟ ବାସିନ୍ଦା ମୁହାଁମୁହିଁ ହୋଇଛନ୍ତି।

ପ୍ରବାସୀ ଚୀନ ଶ୍ରମିକଙ୍କୁ ଲାସା ଅଞ୍ଚଳରୁ ଫେରିବାକୁ ଚୀନ ଅନୁମତି ଦେଉନାହିଁ। ଏଠାରେ ମୁଖ୍ୟତଃ ହନ୍‌ ବାସିନ୍ଦା ଦିନ ମଜୁରିଆ ଭାବେ କାର୍ଯ୍ୟ କରିଥାନ୍ତି। ସେହି ଶ୍ରମିକମାନେ ଏବେ ଘରକୁ ଫେରିବା ଲାଗି ଦାବି କରୁଛନ୍ତି। କୋଭିଡ କଟକଣା ଜାରି ହୋଇଥିବାରୁ ପ୍ରବାସୀ ଶ୍ରମିକମାନେ କାମଧନ୍ଦା ବି ପାଉନାହାନ୍ତି। ଫଳରେ ପୂର୍ବ ଲାସାର ଚେନଗୁଆନ ଜିଲ୍ଲା ଅନ୍ତର୍ଗତ ଚକ୍ରଙ୍ଗ ଓ ପୟି ଅଞ୍ଚଳରେ ପ୍ରବାସୀ ଶ୍ରମିକଙ୍କ ଆନ୍ଦୋଳନ ଦେଖିବାକୁ ମିଳିଛି।

ଚୀନ୍‌ ରାଜନୀତି ଉପରେ ନଜର ରଖୁଥିବା ବିଶେଷଜ୍ଞଙ୍କ କହିବାନୁଯାୟୀ, ସାରା ବିଶ୍ବ କୋଭିଡ ସହ ବଞ୍ଚିବା ନୀତିକୁ ଆପଣାଉଥିବା ବେଳେ ରାଷ୍ଟ୍ରପତି ସି ଜିନପିଙ୍ଗ କିନ୍ତୁ କଠୋର ନୀତି ଗ୍ରହଣ କରି ଉକ୍ତ ଭାଇରସକୁ ମୂଳୋତ୍ପାଟନ କରିବା ଲକ୍ଷ୍ୟ ରଖିଛନ୍ତି। ରାଷ୍ଟ୍ରପତିଙ୍କ ଏଭଳି ଆଭିମୁଖ୍ୟ ଚୀନର ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରଭାବିତ କରିଛି। ନିକଟରେ ଚୀନର ଏକ ବୃହତ୍ ସହର ଚେଙ୍ଗଡ଼ୁରେ ଭୂମିକମ୍ପ ସତ୍ତ୍ବେ ଲୋକମାନଙ୍କୁ ବାହାରକୁ ବାହାରିବା ଲାଗି ଅନୁମତି ଦିଆଯାଇ ନଥିଲା। ସାଂଘାଇରେ ଏକମାସବ୍ୟାପୀ ଲକଡାଉନ୍‌କୁ ଦେଶର ମଧ୍ୟମ ଆୟବର୍ଗ ଏବଂ ଧନୀକ ଶ୍ରେଣୀର ଲୋକମାନେ ପ୍ରତିବାଦ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe