ବିକ୍ଷୋଭ, ରେଳରୋକ: ୬୬ ସାଂସଦଙ୍କୁ ଅଟକ ରଖିଲା ଦିଲ୍ଲୀ ପୁଲିସ

Advertisment
ବିକ୍ଷୋଭ, ରେଳରୋକ: ୬୬ ସାଂସଦଙ୍କୁ ଅଟକ ରଖିଲା ଦିଲ୍ଲୀ ପୁଲିସ

Protests, railroads

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଇଡି ଜେରାକୁ ବିରୋଧ କରି ଆଜି ମଧ୍ୟ କଂଗ୍ରେସ ନେତା ଏବଂ କର୍ମୀମାନେ ଦିଲ୍ଲୀ ଓ ଅନ୍ୟ ସ୍ଥାନମାନଙ୍କରେ ଆନ୍ଦୋଳନ କରିଛନ୍ତି। ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ, କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ, ଗୌରବ ଗୋଗଇ, କେସି ବେଣୁଗୋପାଳ, ଜୟରାମ ରମେଶ, ଶକ୍ତି ସିଂହ ଗୋୟଲ, ରଂଜିତ ରଂଜନ , ମଣିକମ ଟାଗୋରଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ଆଜି ସୋନିଆଙ୍କ ଇଡି ଜେରାକୁ ବିରୋଧ କରି ବିଜୟ ଚୌକରୁ ରାଷ୍ଟ୍ରପତି ଭବନ ଅଭିମୁଖେ ଆନ୍ଦୋଳନ ଯାତ୍ରା କରିବା ସମୟରେ ‌ସେମାନଙ୍କୁ ପୁଲିସ ଅଟକ ରଖିଥିଲା। ଏକ ବସ୍‌ରେ ପୁଲିସ ସେମାନଙ୍କୁ କିଙ୍ଗ୍‌ସୱେ କ୍ୟାମ୍ପ ପୁଲିସ ଲାଇନକୁ ଉଠାଇ ନେଇଥିଲା। ୬୬ କଂଗ୍ରେସ ସାଂସଦଙ୍କୁ ଦିଲ୍ଲୀ ପୁଲିସ ଅଟକ ରଖିଥିଲା। କଂଗ୍ରେସ ସାଂସଦ ମନୀଷ ତିୱାରୀ କହିଛନ୍ତି, ସେମାନେ ସଂସଦରେ ସାଧାରଣ ଲୋକଙ୍କ ସ୍ବର ଉତ୍ତୋଳନ କରିବାକୁ ଚାହିଛନ୍ତି। ଆମେ ରାଷ୍ଟ୍ରପତି ଭବନ ଅଭିମୁଖେ ଯାଉଥିଲୁ କିନ୍ତୁ ପୁଲିସ ଆମକୁ ଅଟକାଇଥିଲା ବୋଲି ତିୱାରୀ କହିଛନ୍ତି। କଂଗ୍ରେସ ସାଂସଦ ଦୀପେନ୍ଦ୍ର ହୁଦା କହିଛନ୍ତି, ଯେତେବେଳେ ସାଂସଦମାନେ ସଂସଦରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଉଛନ୍ତି ସେମାନଙ୍କୁ ନିଲମ୍ବନ କରାଯାଉଛି। ଜି-୨୩ ଗୋଷ୍ଠୀର ଜଣେ ବରିଷ୍ଠ ସଦସ୍ୟ ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆନନ୍ଦ ଶର୍ମା କହିଛନ୍ତି, ଲୋକଙ୍କୁ ଅପମାନିତ କରିବାପାଇଁ ଆଇନକୁ ଅସ୍ତ୍ର ଭାବେ ବ୍ୟବହାର କରିବା ଉଚିତ ନୁହେଁ। ପିଏମଏଲଏକୁ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି ବୋଲି କଂଗ୍ରେସ ନେତାମାନେ ଅଭିଯୋଗ କରିଛନ୍ତି।

ଯୁବ କଂଗ୍ରେସ କର୍ମୀମାନେ ଆଜି ମୁମ୍ବାଇ ଷ୍ଟେସନ୍‌ରେ ‘ରେଳ ରୋକ’ କରି ଆନ୍ଦୋଳନ କରିବା ସମୟରେ ସେମାନଙ୍କୁ ପୁଲିସ ଅଟକ ରଖିଛି। ଆନ୍ଦୋଳନକାରୀମାନେ ଇଡି ଏବଂ ମୋଦୀ ସରକାର ବିରୋଧରେ ସ୍ଲୋଗାନ ଦେଇଥିଲେ। ଦଳର ମୁଖ୍ୟାଳୟ ବାହାରେ ମହିଳା କଂଗ୍ରେସ କର୍ମୀମାନେ ଆନ୍ଦୋଳନରେ ବସିଛନ୍ତି। ମଲିକାର୍ଜୁନ ଖ‌ଡ଼ଗେ କହିଛନ୍ତି, କର୍ମୀଙ୍କ ନୈତିକ ମନୋବଳ ଭାଙ୍ଗିବାପାଇଁ ଇଡି କଂଗ୍ରେସକୁ ନିର୍ଯାତନା ଦେଉଛି। ଇତି ମଧ୍ୟରେ ବିଜେପି ସଭାପତି ଜେପି ନଡ୍ଡା କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ସତ ଲୁଚାଇବାପାଇଁ କଂଗ୍ରେସ ଆନ୍ଦୋଳନ କରୁଛି ବୋଲି ନଡ୍ଡା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe