Image Courtesy of Indian Express
ନୂଆଦିଲ୍ଲୀ: ସୋମବାର ଦିନ ଲୋକସଭାରେ ଟିଡିପି, ଓ୍ଵାଇଏସ୍ଆସିପି ଏବଂ ଟିଆର୍ଏସ୍ର ସାଂସଦମାନେ ପ୍ରତିବାଦ କରିବାରୁ ଆସନ୍ତାକାଲି ଯାଏଁ ଗୃହକୁ ମୁଲତବୀ ରଖାଯାଇଛି। ଆଜିକୁ ମିଶାଇ କ୍ରମାନ୍ଵୟରେ ୧୧ ଥର ଲୋକସଭା ମୁଲତବୀ ରଖାଗଲାଣି।
ଆଜି ପୂର୍ବହ୍ନରେ ଓ୍ଵାଇଏସ୍ଆର୍ କଂଗ୍ରେସ ଏବଂ ଟିଡିପି ଅନାସ୍ଥା ପ୍ରସ୍ତାବ ଆଗତ କରିବାକୁ ଯିବାବେଳେ ବିରୋଧୀମାନେ ହୋହଲ୍ଲା କରିବାରୁ ବାଚସ୍ପତି ମଧ୍ୟାହ୍ନ ୧୨ଟା ଯାଏଁ ଲୋକସଭାକୁ ମୁଲତବୀ ରଖିଥିଲେ।
ପରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ କହିଲେ କି, ଅନାସ୍ଥା ପ୍ରସ୍ତାବ ମାମଲା ଉପରେ ଆଲୋଚନା ଚାହୁଁଛୁ। କିନ୍ତୁ ବିରୋଧୀ ସାଂସଦମାନେ ଲୋକସଭାରେ ବିଶୃଙ୍ଖଳ ଆଚରଣ ଆରମ୍ଭ କରିବାରୁ ବାଚସ୍ପତି ମଙ୍ଗଳବାର ଯାଏଁ ଲୋକସଭା ମୁଲତବୀ ରଖିବାକୁ ଘୋଷଣା କରିଛନ୍ତି।
ପାଟିତୁଣ୍ଡ ଯୋଗୁଁ ରାଜ୍ୟସଭାକୁ ମଧ୍ୟ ମୁଲତବୀ ରଖାଯାଇଛି।
ଆଗତ ହେବାକୁ ଯାଉଥିବା ଅନାସ୍ଥା ପ୍ରସ୍ତାବକୁ ସିପିଆଇ(ଏମ୍) ସମର୍ଥନ କରିବାକୁ ଯାଉଥିବା ବେଳେ ମହାରାଷ୍ଟ୍ରର ବିଜେପି ମେଣ୍ଟ ଭୋଟ୍ ଦାନରୁ ବିରତ ରହିବାକୁ ସ୍ଥିର କରିଛି।
ମାର୍ଚ ୫ ତାରିଖରୁ ଆରମ୍ଭ ହୋଇ ଥିବା ବଜେଟ୍ ଅଧିବେଶନରେ କ୍ରମାଗତ ମୁଲତବୀ ଚାଲିଛି।
Follow Us