Advertisment

ଭାରତ ପାଇଁ ଗର୍ବର ମୁହୂର୍ତ୍ତ: ଆସିଲା ଦେଶର ପ୍ରଥମ ମେଡ୍ ଇନ୍ ଇଣ୍ଡିଆ ଚିପ୍ ବିକ୍ରମ

Advertisment

ପ୍ରଥମ ମେଡ୍ ଇନ୍ ଇଣ୍ଡିଆ ଚିପ୍ ବିକ୍ରମ ପ୍ରସ୍ତୁତ ହୋଇଛି। ଏନେଇ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହା ଯେକୌଣସି ଦେଶ ପାଇଁ ଏକ ଗର୍ବର ମୁହୂର୍ତ୍ତ। ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଚିନ୍ତାଧାରା ଏବଂ ଦୃଢ଼ ଇଚ୍ଛାଶକ୍ତି ଯୋଗୁ ଏହି ଗୁରୁତ୍ୱପୂର୍ଣ୍ଣ ସଫଳତା ସମ୍ଭବ ହୋଇପାରିଛି...

ପ୍ରଥମ ମେଡ୍ ଇନ୍ ଇଣ୍ଡିଆ ଚିପ୍ ବିକ୍ରମ ପ୍ରସ୍ତୁତ ହୋଇଛି। ଏନେଇ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହା ଯେକୌଣସି ଦେଶ ପାଇଁ ଏକ ଗର୍ବର ମୁହୂର୍ତ୍ତ। ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଚିନ୍ତାଧାରା ଏବଂ ଦୃଢ଼ ଇଚ୍ଛାଶକ୍ତି ଯୋଗୁ ଏହି ଗୁରୁତ୍ୱପୂର୍ଣ୍ଣ ସଫଳତା ସମ୍ଭବ ହୋଇପାରିଛି...

Proud moment for India: Country's first Made in India chip Vikram launched

Proud moment for India: Country's first Made in India chip Vikram launched Photograph: (sambad.in)

ନୂଆଦିଲ୍ଲୀ: ଦେଶର ପ୍ରଥମ 'ମେଡ୍ ଇନ୍ ଇଣ୍ଡିଆ' ଚିପ୍ ଭାରତ ସେମିକନ୍ ଇଣ୍ଡିଆ ୨୦୨୫ରେ ୩୨-ବିଟ୍ ମାଇକ୍ରୋପ୍ରୋସେସର ଲଞ୍ଚ କରାଯାଇଛି। ଏହା ଭାରତରେ ନିର୍ମିତ ପ୍ରଥମ ସ୍ୱଦେଶୀ ଚିପ୍। ଏହି ଚିପ୍‌ର ନାମ ବିକ୍ରମ। ଏହି ଚିପ୍ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଲଞ୍ଚ କରାଯାଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ଥିଲେ।

ଅଶ୍ୱିନୀ ବୈଷ୍ଣବ ଏହି ଅବସରରେ କହିଥିଲେ ଯେ, ଏହା ଯେକୌଣସି ଦେଶ ପାଇଁ ଏକ ଗର୍ବର ମୁହୂର୍ତ୍ତ। ଆଜି ଭାରତ ଏହି ସଫଳତା ହାସଲ କରିଛି। ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଚିନ୍ତାଧାରା, ଦୃଢ଼ ଇଚ୍ଛାଶକ୍ତି ଏବଂ ନିର୍ଣ୍ଣାୟକ କାର୍ଯ୍ୟ ଦ୍ୱାରା ଏହି ଗୁରୁତ୍ୱପୂର୍ଣ୍ଣ ସଫଳତା ସମ୍ଭବ ହୋଇପାରିଛି।

ଏହି ଅବସରରେ ବିଶ୍ୱ ନିବେଶକମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ଭାରତର ସ୍ଥିର ନୀତି ଏବଂ ବର୍ଦ୍ଧିତ ଘରୋଇ ଚାହିଦା ନିବେଶ ପାଇଁ ଆଦର୍ଶ। ଗତ ଦଶନ୍ଧିରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଛଅ ଗୁଣା ବୃଦ୍ଧି ପାଇଛି ଏବଂ ଆଠ ଗୁଣା ରପ୍ତାନି ହୋଇଛି। ଉଲ୍ଲେଖନୀୟ ଯେ, 'ବିକ୍ରମ' ପ୍ରୋସେସର ଭାରତର ସେମିକଣ୍ଡକ୍ଟର ମହତ୍ବାକାଂକ୍ଷାର ଆରମ୍ଭ ମାତ୍ର। ବାଷ୍ଟିଅନ୍ ରିସର୍ଚ୍ଚ ରିପୋର୍ଟ ଅନୁଯାୟୀ, ବିଶ୍ୱର ପ୍ରାୟ ୨୦% ଚିପ୍ ଡିଜାଇନ୍ ଇଞ୍ଜିନିୟର ଭାରତରେ  କାର୍ଯ୍ୟକରୁଛନ୍ତି, ଯାହା ଭାରତକୁ ବିଶ୍ୱ ସେମିକଣ୍ଡକ୍ଟର ଡିଜାଇନ୍ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର କରିଛି।

କ୍ୱାଲକମ୍, ଇଣ୍ଟେଲ୍, ଏନଭିଡିଆ, ବ୍ରଡକମ୍ ଏବଂ ମିଡିଆଟେକ୍ ଭଳି ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକ ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ନୋଏଡାରେ ବଡ଼ ବଡ଼ ଗବେଷଣା ଏବଂ ବିକାଶ ତଥା ଡିଜାଇନ୍ କେନ୍ଦ୍ର ସ୍ଥାପନ କରିଛନ୍ତି। ଭାରତ ସରକାର ବିଶ୍ୱସ୍ତରୀୟ ଉତ୍ପାଦନ କମ୍ପାନିଗୁଡ଼ିକୁ ଆକର୍ଷିତ କରିବା ପାଇଁ ୨୦୨୧ ମସିହାରେ ସେମିକନ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ୭୬,୦୦୦ କୋଟିର ଏକ ପ୍ରୋତ୍ସାହନ ଯୋଜନା ଆରମ୍ଭ କରିଛନ୍ତି। 

 semicon-india-2025 | made-in-india-semiconductor-chip-vikram 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe