Image Courtesy of NDTV
ଓ୍ଵାସିଂଟନ୍: ଅନେକ ବର୍ଷ ପରେ କୌଣସି ନୂଆ ଯୁଦ୍ଧ ଆରମ୍ଭ ନ କରି କାର୍ଯ୍ୟକାଳ ପୂରଣ କରିଥିବା ପ୍ରଥମ ରାଷ୍ଟ୍ରପତି ଭାବେ ସେ ଗର୍ବିତ ବୋଲି ମଙ୍ଗଳବାର ଦିନ ବିଦାୟକାଳୀନ ସମ୍ଭାଷଣରେ ଡୋନାଲ୍ଡ୍ ଟ୍ରମ୍ପ୍ କହିଛନ୍ତି।
ଖୁବ୍ ଶୀଘ୍ର ପ୍ରସାରଣ ହେବାକୁ ଥିବା ତାଙ୍କର ଏହି ସମ୍ଭାଷଣରୁ ଉଦ୍ଧୃତି କରି ହ୍ଵାଇଟ୍ ହାଉସ୍ କହିଛି ଯେ, ଟ୍ରମ୍ପ୍ କହିଛନ୍ତି, ଦଶନ୍ଧି ଦଶନ୍ଧି ପରେ କୌଣସି ନୂଆ ଯୁଦ୍ଧ ଆରମ୍ଭ କରି ନ ଥିବା ପ୍ରଥମ ରାଷ୍ଟ୍ରପତି ଭାବେ ମୁଁ ବିଶେଷ ଭାବେ ଗୌରବାନ୍ଵିତ।
Image Courtesy of NDTVଏହା ବ୍ୟତିରେକେ, ପ୍ରାୟ ଏକ ସପ୍ତାହ ହେବ ସର୍ବସାଧାରଣରେ ଦେଖା ଦେଇ ନ ଥିବା ଟ୍ରମ୍ପ୍ ଏହି ସମ୍ଭାଷଣରେ ବାଇଡେନ୍ ପ୍ରଶାସନର ସଫଳତା ପାଇଁ ‘ପ୍ରାର୍ଥନା’ କରିବାକୁ ପ୍ରଥମ ଥର ପାଇଁ ଆମେରିକୀୟମାନଙ୍କୁ କହିଛନ୍ତି। କିନ୍ତୁ, ଏପର୍ଯ୍ୟନ୍ତ ଟ୍ରମ୍ପ୍ ବ୍ୟକ୍ତିଗତ ଭାବେ ବାଇଡେନ୍ଙ୍କୁ ନିର୍ବାଚନରେ ବିଜୟ ନିମନ୍ତେ ଅଭିନନ୍ଦନ ଜଣାଇ ନାହାନ୍ତି କି, ଓଭାଲ୍ ଅଫିସ୍ରେ ପ୍ରଚଳିତ ପାରମ୍ପରିକ ଚା ପାନ ନିମନ୍ତେ ନିମନ୍ତ୍ରଣ ଜଣାଇ ନାହାନ୍ତି।
ସେହିଭଳି, ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ସମୟରେ ଉପରାଷ୍ଟ୍ରପତି ଭାବେ କାର୍ଯ୍ୟ ସମ୍ପାଦନ କରିଥିବା ବର୍ଷିୟାନ୍ ଡେମୋକ୍ରାଟିକ୍ ସିନେଟର୍ ତଥା ରାଷ୍ଟ୍ରପତି-ନିର୍ବାଚିତ ଜୋ ବାଇଡେନ୍ ପତ୍ନୀ ଜିଲ୍ ବାଇଡେନ୍ଙ୍କ ସହ ଓ୍ଵାସିଂଟନ୍ ଆସିଛନ୍ତି। ଓ୍ଵାସିଂଟନ୍ରେ ପହଞ୍ଚିବା ପରେ ସେ କରୋନଭାଇସ୍ ସଂକ୍ରମଣ ଯୋଗୁଁ ପ୍ରାଣ ହରାଇଥିବା ୪୦୦୦୦୦ରୁ ଊର୍ଦ୍ଧ୍ୱ ଆମେରିକୀୟଙ୍କ ପ୍ରତି ଖୁବ୍ ସାଧାରଣ କିନ୍ତୁ, ପ୍ରଭାବଶାଳୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
Follow Us