୨୪ଘଣ୍ଟା ମାଗଣା ବିଦ୍ୟୁତ୍ ଦେବା ଏକ ଯାଦୁ ଏବଂ ଏହି ଯାଦୁ କେବଳ ମୋତେ ଆସେ: ଅରବିନ୍ଦ କେଜ୍ରିୱାଲ

Advertisment
୨୪ଘଣ୍ଟା ମାଗଣା ବିଦ୍ୟୁତ୍ ଦେବା ଏକ ଯାଦୁ ଏବଂ ଏହି ଯାଦୁ କେବଳ ମୋତେ ଆସେ: ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ପଞ୍ଜାବ ପରି ଗୁଜରାଟରେ ଯଦି ଆମ୍ ଆଦମୀ ପାର୍ଟିର (ଆପ) ସରକାର ଗଠନ ହୁଏ ତେବେ ଆପ୍ ୩୦୦ ୟୁନିଟ୍ ବିଦ୍ୟୁତ୍ ମାଗଣାରେ ପ୍ରଦାନ କରିବ। ଗୁଜରାଟରେ ଆଜି ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ଆପ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀ ଓ ପଞ୍ଜାବ ପରେ ଏବେ ଗୁଜରାଟରେ ସରକାର ଗଠନ କରିବା ଉପରେ ନଜର ରଖିଛନ୍ତି କେଜ୍ରିୱାଲ। ଏନେଇ ସେ ଗୁଜରାଟବାସୀଙ୍କୁ ୩୦୦ୟୁନିଟ୍ ବିଦ୍ୟୁତ୍ ମାଗଣାରେ ପ୍ରଦାନ କରିବାକୁ କହି ଭୋଟ ହାତେଇବା ପାଇଁ ଉଦ୍ୟମ କରୁଛନ୍ତି।

ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଯଦି ରାଜ୍ୟରେ ଏକ ସଚ୍ଚୋଟ ଦଳ କ୍ଷମତାକୁ ଆସେ ତେବେ ଲୋକଙ୍କୁ ମାଗଣା ବିଦ୍ୟୁତ ଯୋଗାଇବା ସମ୍ଭବ। ଆମ ଦଳ ଦିଲ୍ଲୀ ଏବଂ ପଞ୍ଜାବରେ ଏହା କରି ଦର୍ଶାଇଛି ଯେ ଆମେ ନିଜ ପ୍ରତିଶ୍ରୁତି ପାଳନ କରୁଛୁ। ବିଦ୍ୟୁତ୍ ପ୍ରସଙ୍ଗରେ ଆୟୋଜିତ ଏକ ଟାଉନ୍ ହଲ୍ ସମୟରେ କେଜ୍ରିୱାଲ କହିଛନ୍ତି ଯେ ୨୪ ଘଣ୍ଟା ମାଗଣା ବିଦ୍ୟୁତ୍ ଦେବା ଏକ ଯାଦୁ ଏବଂ ଏହି ଯାଦୁ କେବଳ ମୋତେ ଆସେ। ଅନ୍ୟ କେହି ଏହା କରିପାରିବେ ନୁହେଁ। ଆଜି ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ କେହି ୨୪ଘଣ୍ଟା ବିଦ୍ୟୁତ ଏବଂ ମାଗଣା ବିଦ୍ୟୁତ ଦେଇନାହାଁନ୍ତି। ଭଗବାନ କେବଳ ଏହି ଜ୍ଞାନ ମୋତେ ଦେଇଛନ୍ତି। ଆମେ ବଦ୍ୟୁତ କମ୍ପାନିଗୁଡିକରୁ ଟଙ୍କା ନେଉନାହୁଁ ଏବଂ ଲୋକଙ୍କ ହିତ ପାଇଁ ସଚ୍ଚୋଟ ଭାବରେ କାର୍ଯ୍ୟ କରୁଛୁ।

publive-image livehindustan

ସେ ଆହୁରି କହିଛନ୍ତି ଯେ, ଗୁଜରାଟରେ ମଧ୍ୟ ଆପଣ ଶସ୍ତା, ମାଗଣା, ୨୪ଘଣ୍ଟା ବିଦ୍ୟୁତ୍ ପାଇପାରିବେ, କିନ୍ତୁ ସେଥିପାଇଁ କେବଳ ଗୋଟିଏ ସର୍ତ୍ତ ଅଛି। ତାହା ହେଉଛି ଆପଣଙ୍କୁ ରାଜ୍ୟରେ ସରକାର ବଦଳାଇବାକୁ ପଡିବ ଏବଂ ଏକ ସଚ୍ଚୋଟ ଦଳକୁ ୪କ୍ଷମତାକୁ ଆଣିବାକୁ ପଡିବ। ଗୁଜରାଟର ବିଦ୍ୟୁତ୍ ସମସ୍ୟାର ସମାଧାନ ନେଇ ମୁଁ ରବିବାର ଫେରିବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe