Times of India
ଗୁରୁଗ୍ରାମ: ବିଗତ ଅକ୍ଟୋବର ୧୩, ୨୦୧୮ରେ ଜଣେ ଅତିରିକ୍ତ ଜିଲ୍ଲା ବିଚାରପତିଙ୍କ ପୁଅ ଏବଂ ତାଙ୍କ ପତ୍ନୀଙ୍କୁ ସ୍ପଷ୍ଟ ଦିବାଲୋକରେ ଗୁଳିମାଡ଼ କରି ହତ୍ୟା କରିଥିଲେ ବିଚାରପତିଙ୍କ ସୁରକ୍ଷା ଦାୟିତ୍ବରେ ଥିବା ତାଙ୍କ ସରକାରୀ ବ୍ୟକ୍ତିଗତ ସୁରକ୍ଷାକର୍ମୀ। ଏବେ ଅଭିଯୁକ୍ତର ଦୋଷ ପ୍ରମାଣିତ ହେବା ପରେ ଘଟଣାରେ ଦୋଷୀକୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି ଗୁରୁଗ୍ରାମ ଅଦାଲତ। ଘଟଣାରେ ସଂପୃକ୍ତ ଦୋଷୀ ମହିପାଲଙ୍କୁ ଶୁକ୍ରବାର ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଛି।
ଅତିରିକ୍ତ ସେସନ ଜଜ୍ ସୁଧୀର ପରମାର ଏହି ମାମଲାର ଶୁଣାଣି କରିଥିଲେ। ଶୁଣାଣି ସମୟରେ ପ୍ରମାଣ ଆକାରରେ ୬୪ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯିବା ସହ ଘଟଣା ସ୍ଥଳର ସିସିଟିଭି ଭିଡିଓ ମଧ୍ୟ ଅଦାଲତକୁ ଦିଆଯାଇଥିଲା। ଏହା ସହ ଫରେନସିକ୍ ରିପୋର୍ଟ ମଧ୍ୟ ବିଚାରପତି ଦେଖିଥିଲେ। ସବୁ ପ୍ରମାଣକୁ ଦେଖିବା ଏବଂ ବୁଝିବା ପରେ ମହିପାଲକୁ ଦୋଷୀ ସାବ୍ୟସ୍ତ କରି ତାକୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଛନ୍ତି ଅତିରିକ୍ତ ସେସନ ଜଜ୍ ସୁଧୀର ପରମାର।
The Indian Expressସୂଚନା ମୁତାବକ, ଗୁରୁଗ୍ରାମର ସେକ୍ଟର ୪୯ ସ୍ଥିତ ଆର୍କଡିଆ ମାର୍କେଟ୍ର ଜନଗହଳିପୂର୍ଣ୍ଣ ଅଂଚଳରେ ଅକ୍ଟୋବର ୧୩, ୨୦୧୮ ଅପରାହ୍ନ ୩.୩୦ରେ ଏଭଳି ଅଭାବନୀୟ କାଣ୍ଡ ଘଟିଥିଲା। ଅତିରିକ୍ତ ଜିଲ୍ଲା ବିଚାରପତି କୃଷ୍ଣକାନ୍ତ ଶର୍ମାଙ୍କ ପତ୍ନୀ ରୀତୁ ଓ ପୁଅ ଧ୍ରୁବ ସପିଂ ପାଇଁ ବାହାରିଥିଲେ। ଏକ ମଲ୍ ସମ୍ମୁଖରେ ବିଚାରପତିଙ୍କ ପତ୍ନୀ ଗାଡ଼ି ଚାବି ମାଗିବାରୁ ରାଗିଯାଇ ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ମହିପାଲ୍ ପ୍ରଥମେ ପତ୍ନୀ ଏବଂ ପରେ ପୁଅଙ୍କ ଉପରକୁ ଗୁଳି ଚଳାଇଥିଲା। ଗୁଳି ମାରିବା ପରେ ଅଭିଯୁକ୍ତ ମହିପାଲ୍ ବିଚାରପତିଙ୍କ ପୁଅକୁ ଗାଡ଼ି ଭିତରକୁ ଟାଣି ନେବାକୁ ଚେଷ୍ଟା କରିଥିଲା । ତେବେ ଏଥିରେ ବିଫଳ ହେବାରୁ ସେ ତାଙ୍କୁ ରାସ୍ତା ଉପରେ ଫୋପାଡ଼ି କାର୍ ନେଇ ଫେରାର ହୋଇ ଯାଇଥିଲା। ଘଟଣା ଦିନ ରିତୁଙ୍କୁ ମୃତ୍ୟୁ ହୋଇଥିବା ବେଳେ ଘଟଣାର ୧୦ଦିନ ପରେ ଏକ ଘରୋଇ ଡାକ୍ତରଖାନାରେ ଧ୍ରୁବଙ୍କର ମୃତ୍ୟୁ ହୋଇଥିଲା।
Follow Us