ପବ୍‌ଜି ସମେତ ୧୧୮ ଆପ୍ ନିଷିଦ୍ଧ

Advertisment

ଚୀନକୁ ଆଉ ପାନେ ଦେଲା ଭାରତ, ନିଷିଦ୍ଧ ଆପ୍‌ ସଂଖ୍ୟା ୨୦୦ ଟପିଲା

ଚୀନକୁ ଆଉ ପାନେ ଦେଲା ଭାରତ, ନିଷିଦ୍ଧ ଆପ୍‌ ସଂଖ୍ୟା ୨୦୦ ଟପିଲା

ପବ୍‌ଜି ସମେତ ୧୧୮ ଆପ୍ ନିଷିଦ୍ଧ

NDTV Gadgets 360

ନୂଆଦିଲ୍ଲୀ : ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ଭାରତ ସହିତ ଚୀନ୍‌ ସେନା ମୁହାଁମୁହିଁ ପରିସ୍ଥିତିରେ ରହିଛନ୍ତି। ଏଭଳି ସ୍ଥିତିରେ ଭାରତ ଚୀନ ବିରୋଧରେ ତାହାର ଆଭିମୁଖ୍ୟକୁ କଡ଼ା କରିଛି। ଶତ୍ରୁ ଦେଶ ଚୀନକୁ ପାନେ ଦେବା ପାଇଁ ଏହି ଦେଶର ଲୋକପ୍ରିୟ ମୋବାଇଲ ଭିଡିଓ ଆପ୍ ପବ୍‌ଜି ସମେତ ୧୧୮ଟି ଆପ୍‌କୁ ଭାରତ ସରକାର ଆଜି ନିଷିଦ୍ଧ ଘୋଷଣା କରିଛନ୍ତି। ପୂର୍ବରୁ ଭାରତ ସରକାର ପ୍ରଥମେ ଚୀନର ଲୋକପ୍ରିୟ ଆପ୍‌ ଟିକ୍‌ଟକ୍ ସମେତ ୫୯ଟି ଆପ୍‌କୁ ନିଷିଦ୍ଧ କରିଥିଲେ। ଏହାର କିଛିଦିନ ପରେ ଦ୍ବିତୀୟ ପର୍ଯ୍ୟାୟରେ ଚୀନର ୪୭ଟି ଆପ୍‌କୁ ବନ୍ଦ କରିଥିବାବେଳେ ଆଜି ତୃତୀୟ ପର୍ଯ୍ୟାୟରେ ଏହି ବଡ଼ ଡିଜିଟାଲ ଆକ୍ରମଣ କରିଛନ୍ତି। ଭାରତ ସରକାର ଆଜି ବିଧିବଦ୍ଧଭାବେ ଚୀନର ୧୧୮ଟି ଆପ୍‌କୁ ନିଷିଦ୍ଧ ଘୋଷଣା କରି ଚୀନ ବିରୋଧରେ ଆର୍ଥିକ ଦୃଷ୍ଟିରୁ ଯେତେସମ୍ଭବ କଟକଣା ଜାରି କରାଯାଇପାରିବ ତାହା କରିବାକୁ ଆଦୌ ପଛଘୁଞ୍ଚା ଦେବେନାହିଁ ବୋଲି ଚେତାଇ ଦେଇଛନ୍ତି।

ଉପଭୋକ୍ତାମାନଙ୍କ ତଥ୍ୟ ନିରାପତ୍ତା ଜନିତ ସମସ୍ୟା ପାଇଁ ସରକାର ଚୀନର ଏସବୁ ଆପ୍‌କୁ ନିଷିଦ୍ଧ କରିଛନ୍ତି ବୋଲି ଦର୍ଶାଇଛନ୍ତି। ଭାରତ ଏବଂ ଚୀନ୍‌ ମଧ୍ୟରେ ସୀମା ବିବାଦକୁ ନେଇ ତିକ୍ତତା ବଢ଼ିବା ଏବଂ ଜୁନ ୧୫ର ଗଲୱାନ ସଂଘର୍ଷ ପରେ ସରକାର ପ୍ରଥମେ ଚୀନ୍‌ ଆପ୍‌ ନିଷିଦ୍ଧ କରିଥିଲେ। ଦେଶର ଏକତା , ସଂହତି , ସାର୍ବାଭୌମତ୍ବର ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ଜରୁରୀ ଥିଲା ବୋଲି ସରକାର ଦର୍ଶାଇଛନ୍ତି। ପବ୍‌ଜି ମୋବାଇଲ୍‌ ଏବଂ ପବ୍‌ଜି ମୋବାଇଲ୍‌ ଲାଇଟ୍‌ ସମେତ ବାଇଦୁ, ବାଇଦୁ ଏକ୍ସପ୍ରେସ୍‌ ଏଡିସନ୍‌, ଟେନସେଣ୍ଟ୍‌ ୱାଚ୍‌ଲିଷ୍ଟ୍‌, ଫେସ୍‌ୟୁ, ୱିଚାଟ୍‌, ଟେନସେଣ୍ଟ୍‌ ୱିୟୁନ୍‌ ମଧ୍ୟ ନିଷିଦ୍ଧ ହୋଇଛି। ମିଳିଥିବା ତଥ୍ୟରୁ ଜଣାପଡ଼ିଛି ଯେ, ଭାରତରେ ୫୦ ନିୟୁତ ସକ୍ରିୟ ଗ୍ରାହକ ପବ୍‌ଜି ଆପ୍‌ ସହ ସମ୍ପୃକ୍ତ ଥିଲେ। ଭାରତୀୟ ଶିଶୁ ଓ ଯୁବବର୍ଗଙ୍କ ମଧ୍ୟରେ ଏହି ଆପ୍‌ ଯଥେଷ୍ଟ ଲୋକପ୍ରିୟତା ହାସଲ କରିଥିଲା। ତେବେ ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ୍‌ ପ୍ଲାଟଫର୍ମ‌୍‌ରେ ଏହି ମୋବାଇଲ୍‌ ଆପ୍‌ ଦ୍ବାରା ତଥ୍ୟ ସୁରକ୍ଷା ବିପନ୍ନ ହେଉଥିବା ଏବଂ ତଥ୍ୟର ଦୁରୁପଯୋଗ ହେଉଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ଉପଭୋକ୍ତାଙ୍କ ତଥ୍ୟକୁ ବେଆଇନ ଭାବେ ଭାରତ ବାହାରେ ବ୍ୟବହାର ପାଇଁ ମଧ୍ୟ ପ୍ରୟାସ ହେଉଥିଲା ବୋଲି ଜଣାପଡ଼ିଛି। ଏଭଳି କାର୍ଯ୍ୟ ଦ୍ବାରା ଭାରତର ଜାତୀୟ ନିରାପତ୍ତା ଏବଂ ପ୍ରତିରକ୍ଷା ବ୍ୟବସ୍ଥା ପ୍ରତି ବିପଦ ଆଶଙ୍କା କରାଯାଇଥିଲା। ତେଣୁ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରି ସମସ୍ତ ସନ୍ଦେହଜନକ ଆପ୍‌କୁ ନିଷିଦ୍ଧ ଘୋଷଣା କରିଛନ୍ତି।

କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ‘ଭାରତୀୟ ସାଇବର ଅପରାଧ ସମନ୍ବୟ କେନ୍ଦ୍ର’ ଏହି ଆପ୍‌ ଗୁଡ଼ିକୁ ନିଷିଦ୍ଧ କରିବାପାଇଁ ସରକାରଙ୍କୁ ସୁପାରିସ କରିଥିଲା। ଏହିସବୁ ବିବାଦୀୟ ଆପ୍‌ ବ୍ୟକ୍ତିଗତ ଗୋପନୀୟତା ଏବଂ ଭାରତର ସାର୍ବଭୌମତ୍ବକୁ ଉଲ୍ଳଂଘନ କରୁଥିବା ଦର୍ଶାଇ ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷ ମଧ୍ୟ ଏହାର ନିଷିଦ୍ଧ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହାର ଆଧାରରେ କେନ୍ଦ୍ର ଆଇଟି ଓ ଇଲେକଟ୍ରୋନିକ୍ସ ମନ୍ତ୍ରାଳୟ ପକ୍ଷରୁ ଆଜି ଏହି ପଦ‌କ୍ଷେପ ନିଆଯାଇଛି। ଏହା ଦ୍ବାରା କୋଟି କୋଟି ମୋବାଇଲ୍‌ ଏବଂ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସ୍ବାର୍ଥର ସୁରକ୍ଷା ହୋଇପାରିଥିବା କୁହାଯାଇଛି। ଚୀନର ଟେନସେଣ୍ଟ କମ୍ପାନିର ପବ୍‌ଜି ଆପ୍ ବିଶ୍ବର ସର୍ବାଧିକ ପ୍ରିୟ ୫ଟି ମୋବାଇଲ ଗେମ୍‌ ମଧ୍ୟରେ ଅନ୍ୟତମ। ବିଶ୍ବବ୍ୟାପୀ ପ୍ରାୟ ୭୩୪ ନିୟୁତ ଥର ଏହି ଆପ୍ ଡାଉନଲୋଡ୍ ହୋଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe