ଆଜିଠାରୁ ଭାରତରେ ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବ ପବଜି ମୋବାଇଲ୍ ଗେମ୍, ଦୁଃଖର ସହ ଘୋଷଣା କଲା ଟେନସେଣ୍ଟ କମ୍ପାନି

ଆଜିଠାରୁ ଭାରତରେ ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବ ପବଜି ମୋବାଇଲ୍ ଗେମ୍, ଦୁଃଖର ସହ ଘୋଷଣା କଲା ଟେନସେଣ୍ଟ କମ୍ପାନି

News18.com

ନୂଆଦିଲ୍ଲୀ: ଆଜିଠାରୁ ଭାରତରେ ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବ ପବଜି ମୋବାଇଲ୍ ଏବଂ ପବଜି ମୋବାଇଲ୍ ଲାଇଟ୍ ଆପ | ଗୁରୁବାର ଟେନସେଣ୍ଟ କମ୍ପାନି ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଘୋଷଣା କରିଛି | ଭାରତ ସେପ୍ଟେମ୍ବର ୨ରେ ୧୧୮ଟି ଆପ୍ ସହିତ ପବଜି ଖେଳ ଉପରେ ପ୍ରତିବନ୍ଧକ ଲଗାଇଥିଲା | ହେଲେ ପବଜି ନିଷେଧ ହେବା ପରେ ମଧ୍ୟ ଡାଉନଲୋଡ୍ କରିସାରିଥିବା ପିଲାମାନେ ଏହାକୁ ଖେଳିପାରୁଥିଲେ। କିନ୍ତୁ ଆଜିଠାରୁ ତାହା ଅଚଳ ହୋଇଯିବ। ଆପ ଡାଉନଲୋଡ୍ କରି ରଖିଥିଲେ ମଧ୍ୟ ତାହା ଚାଲିବ ନାହିଁ।

PUBG Mobile oneindia

ଟେନସେଣ୍ଟ କମ୍ପାନି ଏହି ଖବରକୁ ଅତ୍ୟନ୍ତ ଦୁଃଖର ସହିତ ଘୋଷଣା କରିଛି | ଫେସବୁକ୍ ପୋଷ୍ଟରେ କମ୍ପାନି ଲେଖିଛି ଯେ, ଭାରତରେ ପବଜି ମୋବାଇଲ୍ ଏବଂ ପବଜି ମୋବାଇଲ୍ ଲାଇଟ୍ କୁ ସମର୍ଥନ କରିଥିବାରୁ ଆପଣ ସମସ୍ତଙ୍କୁ ଧନ୍ୟବାଦ। ସେପ୍ଟେମ୍ବର ୨, ୨୦୨୦ରେ ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟର ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ପାଳନ କରିବାକୁ ଟେନସେଣ୍ଟ ଗେମ୍ସ ଅକ୍ଟୋବର ୩୦ରୁ ଭାରତରେ ଏହାର ସମସ୍ତ ସେବା ବନ୍ଦ କରୁଛି। ଉପଭୋକ୍ତାମାନଙ୍କ ତଥ୍ୟର ସୁରକ୍ଷାକୁ ଆମେ ସର୍ବଦା ପ୍ରାଥମିକତା ଦେଇଆସିଛୁ | ଆମେ ସବୁବେଳେ ଭାରତରେ ତଥ୍ୟ ସୁରକ୍ଷା ଆଇନ ଏବଂ ନିୟମାବଳୀକୁ ପାଳନ କରିଛୁ। ଆମର ଗୋପନୀୟତା ନୀତିରେ ଦର୍ଶାଯାଇଥିବା ସମସ୍ତ ଉପଭୋକ୍ତାଙ୍କର ଗେମପ୍ଲେ ସୂଚନା ଏକ ସ୍ୱଚ୍ଛ ଢ଼ଙ୍ଗରେ ପ୍ରକ୍ରିୟାକରଣ କରାଯାଏ | ଏହି ଫଳାଫଳକୁ ନେଇ ଆମେ ଗଭୀର ଦୁଃଖିତ ଏବଂ ଭାରତରେ ପବଜି ମୋବାଇଲ୍ ପ୍ରତି ଆପଣଙ୍କର ସମର୍ଥନ ଏବଂ ଭଲ ପାଇବା ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe