Advertisment

ଦମ୍ପତିଙ୍କୁ ସର୍ବସାଧାରଣରେ ପିଟିବା ଘଟଣା: ସମର୍ଥନ କରିଥିବା ଟିଏମସି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲେ ମମତା

Advertisment
ଦମ୍ପତିଙ୍କୁ ସର୍ବସାଧାରଣରେ ପିଟିବା ଘଟଣା: ସମର୍ଥନ କରିଥିବା ଟିଏମସି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲେ ମମତା

କୋଲକାତା: ପଶ୍ଚିମବଙ୍ଗରେ ଏକ ଦମ୍ପତିଙ୍କୁ ଜନସାଧାରଣଙ୍କୁ ପିଟିବା ଘଟଣା ସମର୍ଥନରେ ମନ୍ତବ୍ୟ ଦେଇଥିବାରୁ ଟିଏମସି ପକ୍ଷରୁ ଏହାର ଚୋପରା ବିଧାୟକ ହମିଦୁଲ ରେହମାନଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛି।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶରେ ଏହି ନୋଟିସ୍ ଜାରି ହୋଇଥିବା କୁହାଯାଉଛି। ଗତ ସପ୍ତାହରେ ଉତ୍ତର ଦିନାଜପୁର ଜିଲ୍ଲାରେ ଘଟିଥିବା ଏହି ଘଟଣା କ୍ୟାମେରାରେ କଏଦ ହୋଇଥିଲା। ଭିଡିଓରେ ଜଣେ ବ୍ୟକ୍ତି ସର୍ବସାଧାରଣରେ ଦମ୍ପତିଙ୍କୁ ପିଟୁଥିବା ଦେଖାଯାଉଛି।

ଶାସକ ଟିଏମସିର ଜଣେ ବରିଷ୍ଠ ନେତା କହିଛନ୍ତି, ତାଙ୍କ ମନ୍ତବ୍ୟ ପାଇଁ ଦଳ ରେହମାନଙ୍କୁ ଏକ କାରଣ କାରଣ ନୋଟିସତ ଜାରି କରିଛି। ତାଙ୍କଠାରୁ ସ୍ପଷ୍ଟୀକରଣ ମାଗିଛି। ଏହି ଘଟଣା କିମ୍ବା ତାଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟକୁ ଦଳ ସମର୍ଥନ କରେ ନାହିଁ। ଭିଡିଓରେ ବାଡିରେ ଦମ୍ପତିଙ୍କୁ ମାଡ ମାରିଥିବା ବ୍ୟକ୍ତି ତାଜମୁଲ ଓରଫ ଜେସିବି ବୋଲି ଜଣାପଡିଛି। ଅଭିଯୁକ୍ତ ଚୋପରାର ଜଣେ ଟିଏମସି ନେତା ଏବଂ ରେହମାନଙ୍କ ଜଣେ ଘନିଷ୍ଠ ସହଯୋଗୀ ବୋଲି ଜଣାପଡିଛି।

ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ରେହମାନ ସୋମବାର କହିଥିଲେ ଏହି ଦମ୍ପତିଙ୍କର ଅନୈତିକ ସମ୍ପର୍କ ଥିବା ଅଭିଯୋଗ ହୋଇଛି, ଯେଉଁଥିପାଇଁ ସେମାନଙ୍କୁ ମାଡ ଦିଆଯାଇଥିଲା। ସେମାନେ ନିଜ କାର୍ଯ୍ୟକଳାପ ମାଧ୍ୟମରେ ସମାଜକୁ ପ୍ରଦୂଷିତ କରୁଥିଲେ। ସେ କହିଛନ୍ତି ଯେ ମହିଳାଙ୍କ ଦୋଷ ଥିଲା ଯେ ତାଙ୍କର ସ୍ବାମୀ ଏବଂ ଶିଶୁପୁତ୍ର ଥିବା ସତ୍ତ୍ବେ ଏଭଳି ସମ୍ପର୍କ ରଖିବା ଅନୈତିକ କାର୍ଯ୍ୟ ନୁହେଁ କି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe