ସମସ୍ତଙ୍କ ପାଇଁ ଟିକାକରଣ ବାଧ୍ୟତାମୂଳକ କଲା ପୁଡ୍ଡୁଚେରୀ

ସମସ୍ତଙ୍କ ପାଇଁ ଟିକାକରଣ ବାଧ୍ୟତାମୂଳକ କଲା ପୁଡ୍ଡୁଚେରୀ

Image Courtesy of Zee News

ନୂଆଦିଲ୍ଲୀ: କେନ୍ଦ୍ରଶାସିତ ଅଞ୍ଚଳ ପୁଡ୍ଡୁଚେରୀରେ ପ୍ରଶାସନ ରବିବାର ଦିନ ସମସ୍ତଙ୍କ ପାଇଁ କୋଭିଡ୍‌-୧୯ ଟିକାକରଣ ବାଧ୍ୟତାମୂଳକ କରିଛି। ଏହା ଅବିଳମ୍ବେ ଲାଗୁ କରାଯିବ। ପୂର୍ବରୁ କୋଭିଡ୍‌-୧୯ ମହାମାରୀ ବିପକ୍ଷ ଟିକାକରଣ ଅଭିଯାନରେ ଯୋଗ୍ୟ ବ୍ୟକ୍ତିଙ୍କ ଟିକାକରଣ ‌କ୍ଷେତ୍ରରେ ପୁଡ୍ଡୁଚେରୀର କେନ୍ଦ୍ରଶାସିତ ପ୍ରଶାସନ ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିଲା।

ଶତପ୍ରତିଶତ ଟିକାକରଣ ଲକ୍ଷ୍ୟ ହାସଲ କରିବା ନିମନ୍ତେ ସବୁ ମତେ ଉଦ୍ୟମ କରାଯିବ ବୋଲି ଶନିବାର ଦିନ ପୁଡ୍ଡୁଚେରୀର ଉପରାଜ୍ୟପାଳ ତାମିଲିସାଇ ସୌନ୍ଦରରାଜନ କହିଥିଲେ।

publive-image Image Courtesy of Mint

ନିକଟବର୍ତ୍ତୀ ରେଡ୍ଡିଆପାଲୟମ୍‌ରେ ପଡ଼ିଥିବା ଏକ ସ୍ବତନ୍ତ୍ର କ୍ୟାମ୍ପ୍‌ ପରିଦର୍ଶନ କରିବା ସହ ରାଜ୍ୟପାଳ ଦ୍ବାର ଦ୍ବାର ବୁଲି ଲୋକମାନଙ୍କୁ ଟିକା ନେବା ପାଇଁ ପରାମର୍ଶ ଦେଇଥିଲେ ବୋଲି ଏକ ପ୍ରେସ୍‌ ବିବୃତିରୁ ଜଣାପଡ଼ିଛି।

ରବିବାର ପର୍ଯ୍ୟନ୍ତ ଉକ୍ତ ସ୍ବତନ୍ତ୍ର କ୍ୟାମ୍ପ୍‌ ରହିବ ବୋଲି ଉପରୋକ୍ତ ପ୍ରେସ୍‌ ବିବୃତିରୁ ଜଣାପଡ଼ିଛି। ଭୂତାଣୁ ବିପକ୍ଷରେ ଅଭିଯାନ ଚଳାଇଥିବା ସ୍ବେଚ୍ଛାସେବୀ ପ୍ରତିଷ୍ଠାନଗୁଡ଼ିକର ଭୂମିକାକୁ ଉପରାଜ୍ୟପାଳ ଖୁବ୍‌ ପ୍ରଶଂସା କରିଥିଲେ।

ସ୍ବାସ୍ଥ୍ୟ ସଚିବ ଉଦୟକୁମାର, ସ୍ବାସ୍ଥ୍ୟ ନିର୍ଦେଶକ ଜି. ଶ୍ରୀରାମୁଲୁ ଏବଂ ସ୍ବାସ୍ଥ୍ୟ ବିଭାଗର ଅନ୍ୟ ଅଧିକାରୀମାନେ ତାଙ୍କୁ ଟିକାକରଣ କାର୍ଯ୍ୟକ୍ରମ ପ୍ରଣୟନ ପ୍ରସଙ୍ଗରେ ବୁଝାଇ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe