ରାତିରେ ଅଫିସ୍‌ ଛାତରେ ବୁଲେ ମହିଳା ଭୂତ! ଭୂତ ଭଗାଇବାକୁ ସରକାରୀ ହେଡ୍‌ କ୍ୱାଟରରେ ହେଲା ପୂଜା

ରାତିରେ ଅଫିସ୍‌ ଛାତରେ ବୁଲେ ମହିଳା ଭୂତ! ଭୂତ ଭଗାଇବାକୁ ସରକାରୀ ହେଡ୍‌ କ୍ୱାଟରରେ ହେଲା ପୂଜା

ଧନବାଦ: ଧନବାଦ ମହାନଗର ନିଗମର କର୍ମଚାରୀମାନେ ଶନିବାର ‘ଭୂତ ଭଗାଓ’ ଅଭିଯାନରେ ଅଂଶ ଗ୍ରହଣ କରିଛନ୍ତି। କର୍ମଚାରୀମାନେ ବିଶ୍ୱାସ କରୁଛନ୍ତି ଯେ ୪ ମହଲା ବିଶିଷ୍ଟ ତାଙ୍କ ଅଫିସ୍‌ର ଶେଷ ମହଲାରେ ଏକ ମହିଳା ଭୂତ ପ୍ରତି ରାତିରେ ବୁଲାବୁଲି କରୁଛି।

ଭୂତ ଭଗାଇବା ପାଇଁ କରାଯାଇଥିବା ବନ୍ଦୋବସ୍ତର ଆୟୋଜନ କରିଛନ୍ତି ଡେପୁଟି ମେୟର୍‌ ଏକଲବ୍ୟ ସିଂହ। କର୍ମଚାରୀମାନେ ତାଙ୍କ ଅଞ୍ଚଳର ଜଣେ କଂଗ୍ରେସ ନେତାଙ୍କ ଆଗରେ ଯାଇ ଅଭିଯୋଗ ଆଣିଥିଲେ ଯେ ଏକ ଭୂତ ତାଙ୍କ କର୍ପୋରେସନ ବିଲ୍ଡିଂରେ ବୁଲାବୁଲି କରୁଛି। ତା’ପରେ ସେମାନେ ସହର ବାହାରର ଜଣେ ପୂଜାରୀଙ୍କୁ ଡକାଇ ଭୂତ ଭଗାଇବା ଆୟୋଜନ କରିଥିଲେ।

ଗୋଟାଏ ସପ୍ତାହ ତଳେ କର୍ମଚାରୀମାନେ ଅନୁଭବ କରିଥିଲେ ହେଡ୍‌ କ୍ୱାଟର ଛାତରେ ଜଣେ ମହିଳା ଭୂତ ରାତି ହେଲେ ବାହାରି ଚଲାବୁଲା କରୁଛି। ଏପରିକି ସେହି ବିଲ୍ଡିଂରେ ରହୁଥିବା ଜଗୁଅଳୀ ବି ରାତିରେ ଜଣେ ମହିଳାର ପାଉଁଜି ଶବ୍ଦ ଶୁଣିବାକୁ ପାଇଥିଲା।

ଯାହାବି ହେଉ, ଶେଷରେ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଉକ୍ତ ବିଲ୍ଡିଂ ମଧ୍ୟରେ ଭୂତ ଭଗାଇବା ପାଇଁ ଏକ ପୂଜା ଆୟୋଜନ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe