ପାକିସ୍ତାନରୁ ଆସିଥିଲା ଆରଡିଏକ୍ସ!

ପାକିସ୍ତାନରୁ ଆସିଥିଲା ଆରଡିଏକ୍ସ!

ନୂଆଦିଲ୍ଲୀ : ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ହାତ ଥିବା ସ୍ପଷ୍ଟ ଜଣାପଡ଼ିଛି। ମାମଲାର ତଦନ୍ତ କରୁଥିବା ଏନ୍‌ଆଇଏ ତଦନ୍ତର ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଖୁବ୍‌ଶୀଘ୍ର ତଦନ୍ତ ଶେଷ ହେବ ଏବଂ ତଦନ୍ତକାରୀ ସଂସ୍ଥା ସମସ୍ତ ପ୍ରମାଣପତ୍ର ସହ ପାକିସ୍ତାନର ମୁଖା ଖୋଲିବ। ଏକ ବିଶେଷ ସୂତ୍ରରୁ ଜଣାଯାଇଛି ଯେ ଏହି ଆକ୍ରମଣରେ ଆଦିଲ ଅହମଦ ଡାର ସମେତ ୫ ଜେଇଏମ୍‌ ଆତଙ୍କବାଦୀଙ୍କ ହାତ ଥିଲା। ଆତ୍ମଘାତୀ କାରରେ ଖଞ୍ଜାଯାଇଥିବା ଆରଡିଏକ୍ସ ପାକିସ୍ତାନରୁ ଆସିଥିବା ଜଣାପଡ଼ିଛି।

ଆଦିଲ୍‌ ଗତବର୍ଷ ମାର୍ଚ୍ଚରୁ ନିଖୋଜ ହେବା ପରଠାରୁ ଜେଜେଇଏମ୍‌ରେ ସକ୍ରିୟ ଭାବେ କାର୍ଯ୍ୟ କରୁଥିଲା। ତେବେ ଆଦିଲ୍‌ ସିଆରପିଏଫ୍‌କୁ ଟା‌ର୍ଗେଟ୍ କରିବାର ଏକ ନିର୍ଦ୍ଦିଷ୍ଟ କାରଣ ଅଛି। ୨୦୧୮ ମସିହା ଜୁନ୍‌ ମାସରେ ଏକ ସିଆରପିଏଫ୍‌ ଦଳ ଦ୍ବାରା ଆଦିଲ୍‌ର କାକାପୋରା ବାସଭବନରେ ନିଆଁ ଲଗାଇ ଜାଳି ଦେବାର ଉଦ୍ୟମ କରାଯାଇଥିଲା। ଏହା ପରଠାରୁ ଆଦିଲ୍‌ ସୁରକ୍ଷାକର୍ମୀଙ୍କୁ ଜାଳି ମାରିବାର ଟା‌ର୍ଗେଟ୍‌ କରିଥିଲା ବୋଲି ଜଣାପଡ଼ିଛି। ଆସନ୍ତା ୨ ସପ୍ତାହ ମଧ୍ୟରେ ଏନ୍‌ଆଇଏ ଏହି ଆକ୍ରମଣ ମାମଲାରେ ତଦନ୍ତ ଶେଷ କରିବ ବୋଲି ଏନ୍‌ଆଇଏର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe