Terror Attack: ବଲୁଚିସ୍ତାନକୁ ପାକିସ୍ତାନଠୁ ଅଲଗା ହେବାର ଆବଶ୍ୟକତା ରହିଛି: ମୀର ୟାର ବଲୁଚ

Advertisment

୨୦୧୯ ମସିବା ଫେବ୍ରୁଆରି ୧୪ତାରିଖ, ଅର୍ଥାତ ଠିକ୍ ଆଜିର ଦିନରେ ଘଟିଥିଲା ପୁଲୱାମା ଆକ୍ରମଣ। ଏହି କଳାଦିନକୁ କେହି କେବେବି ଭୁଲିପାରିବ ନାହିଁ। କାହିଁକି ନା ଆଜିର ଦିନରେ ୪୦ଜଣ ବୀର ଯବାନଙ୍କୁ ହରାଇଥିଲା ଭାରତ।

୨୦୧୯ ମସିବା ଫେବ୍ରୁଆରି ୧୪ତାରିଖ, ଅର୍ଥାତ ଠିକ୍ ଆଜିର ଦିନରେ ଘଟିଥିଲା ପୁଲୱାମା ଆକ୍ରମଣ। ଏହି କଳାଦିନକୁ କେହି କେବେବି ଭୁଲିପାରିବ ନାହିଁ। କାହିଁକି ନା ଆଜିର ଦିନରେ ୪୦ଜଣ ବୀର ଯବାନଙ୍କୁ ହରାଇଥିଲା ଭାରତ।

Untitled-31.jpg

ଇସଲାମାବାଦ: ୨୦୧୯ ମସିବା ଫେବ୍ରୁଆରି ୧୪ତାରିଖ, ଅର୍ଥାତ ଠିକ୍ ଆଜିର ଦିନରେ ଘଟିଥିଲା ପୁଲୱାମା ଆକ୍ରମଣ। ଏହି କଳାଦିନକୁ କେହି କେବେବି ଭୁଲିପାରିବ ନାହିଁ। କାହିଁକି ନା ଆଜିର ଦିନରେ ୪୦ଜଣ ବୀର ଯବାନଙ୍କୁ ହରାଇଥିଲା ଭାରତ। ସାରା ବିଶ୍ଵ ଏହି ଘଟଣାକୁ ନିନ୍ଦା କରିଥିଲା। ଏହି ପରିପ୍ରେକ୍ଷୀରେ ଆଜି ବଲୁଚିସ୍ତାନ ବିଚ୍ଛିନ୍ନତାବାଦୀ ନେତା ମୀର ୟାର ଭାରତ ସହିତ ଏକତା ପ୍ରକାଶ କରିଛନ୍ତି। ମୀର ୟାର ବଲୁଚ କହିଛନ୍ତି ଯେ ପାକିସ୍ତାନ ସେନା ଓ ତାର ପାଳିତ ଆତଙ୍କବାଦୀ ଗୋଷ୍ଠୀ ପୁଲୱାମା ଭଳି ଆକ୍ରମଣ କରୁଛନ୍ତି। ପାକିସ୍ତାନୀ ସେନା ଓ ସରକାର ହିଂସା ବଢ଼ାଇବା ପାଇଁ ବଲୁଚିସ୍ତାନର କୋଟି କୋଟି ଡଲାର ମୂଲ୍ୟର ଖଣିଜ ପଦାର୍ଥ ବ୍ୟବହାର କରୁଛନ୍ତି। ତେଣୁ, ପୁଲୱାମା ଭଳି ଆକ୍ରମଣକୁ ରୋକିବା ପାଇଁ, ବଲୁଚିସ୍ତାନକୁ ପାକିସ୍ତାନଠୁ ଅଲଗା ହେବାର ଆବଶ୍ୟକତା ରହିଛି।

ମୀର ୟାର ତାଙ୍କ ସୋସିଆଲ୍ ମିଡିଆ ଏକ୍ସରେ ଲେଖିଛନ୍ତି, ବଲୁଚିସ୍ତାନ ଗଣରାଜ୍ୟ ଭାରତର ଜନସାଧାରଣ ଏବଂ ୧୪ ଫେବ୍ରୁଆରି ପୁଲୱାମା ଆତଙ୍କବାଦୀ ଆକ୍ରମଣର ପୀଡିତଙ୍କ ସହିତ ଠିଆ ହୋଇଛି। ଆମେ ଏହି ହିଂସାକୁ ନିନ୍ଦା କରୁଛୁ ଯାହା ଅନେକ ନିର୍ଦ୍ଦୋଷ ଲୋକଙ୍କ ଜୀବନ ନେଇଛି ଓ ଯନ୍ତ୍ରଣା ଦେଇଛି। ଏପରି ଘଟଣା ପାଇଁ ଦାୟୀ ପାକିସ୍ତାନକୁ କାଠଗଡ଼ାରେ ଠିଆ କରିବାକୁ ପଡ଼ିବ।

ଆହୁରି ପଢ଼ନ୍ତୁ: Mohan Charan Majhi: ୧୦୦ କୋଟିର ଟେକ୍ସଟାଇଲ୍ ପାର୍କ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଅପରେସନ ସିନ୍ଦୂର ବିଷୟରେ ଉଲ୍ଲେଖ କରି ମୀର କହିଛନ୍ତି, ଭାରତୀୟ ସେନାର ଆକ୍ରମଣ ପରେ ପାକିସ୍ତାନୀ ସେନା, ଲସ୍କର ଓ ଜୈଶ ମଧ୍ୟରେ ସମ୍ପର୍କ କେତେ ନିବିଡ଼ ତାହା ସାରା ବିଶ୍ୱ ଦେଖିଲା। ପାକିସ୍ତାନୀ ସାମରିକ ଅଧିକାରୀମାନେ ନିଜେ ଆତଙ୍କବାଦୀଙ୍କ ଶବଦାହରେ ଅଂଶଗ୍ରହଣ କରିଥିଲେ। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ସେମାନଙ୍କୁ ପାକିସ୍ତାନର ଆଗଧାଡ଼ିର ଯୋଦ୍ଧା ଭାବରେ ମଧ୍ୟ ବର୍ଣ୍ଣନା କରିଛନ୍ତି।

ଆହୁରି ପଢ଼ନ୍ତୁ: 2,000-year-old Tamil-Brahmi inscriptions: ରାଜକୀୟ ସମାଧିରେ ପୁରୁଣା ତାମିଲ-ବ୍ରାହ୍ମୀ ଶିଳାଲେଖ

ମୀର ଆହୁରି ଲେଖିଛନ୍ତି, ବଲୁଚିସ୍ତାନର ଲୁଟିତ ସମ୍ପତ୍ତି ପାକିସ୍ତାନର ମିସାଇଲ୍ କ୍ରୟ, ପ୍ରତିରକ୍ଷା ଖର୍ଚ୍ଚ ଓ ଆତଙ୍କବାଦକୁ ସହାୟତା ଯୋଗାଇଥାଏ। ଏହି ଟେରର୍ ଫ୍ୟାକ୍ଟ୍ରିଗୁଡ଼ିକୁ ନଷ୍ଟ କରିବା, ଆତଙ୍କବାଦୀ ସୋର୍ସକୁ ବନ୍ଦ କରିବା ଏବଂ ଦକ୍ଷିଣ ଏସିଆରେ ଶାନ୍ତି ଓ ସମୃଦ୍ଧି ସୁନିଶ୍ଚିତ କରିବା ପାଇଁ ଏକ ସ୍ୱାଧୀନ ବଲୁଚିସ୍ତାନ ଜରୁରୀ। ବଲୁଚିସ୍ତାନର ସ୍ୱାଧୀନତା କେବଳ ସେଠାରେ ରହୁଥିବା ୬ କୋଟି ବେଲୁଚ ଲୋକଙ୍କ ଆବଶ୍ୟକତା ନୁହେଁ ବରଂ ବଲୁଚିସ୍ତାନର ସ୍ୱାଧୀନତା ପାକିସ୍ତାନର ଆତଙ୍କୀ କାରଖାନାଗୁଡ଼ିକୁ ନଷ୍ଟ କରିବାର ଏକ ସ୍ଥାୟୀ ସମାଧାନ ମଧ୍ୟ ପ୍ରଦାନ କରିବ। ତେଣୁ ବିଶ୍ୱ ଆମକୁ ସମର୍ଥନ କରିବା ଉଚିତ ବୋଲି ମୀର ୟାର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe