୩୬ ଘଣ୍ଟା ପରେ ପୁଲଓ୍ଵାମା ଏନ୍‌କାଉଣ୍ଟର ଶେଷ, ୩ୟ ଆତଙ୍କୀର ଶବ ଜବତ

Advertisment
୩୬ ଘଣ୍ଟା ପରେ ପୁଲଓ୍ଵାମା ଏନ୍‌କାଉଣ୍ଟର ଶେଷ, ୩ୟ ଆତଙ୍କୀର ଶବ ଜବତ

କଶ୍ମୀର: ବର୍ଷ ୨୦୧୭ର ଶେଷ ଦିନରେ ରବିବାର ହୋଇଥିବା ଆତଙ୍କୀ ଆକ୍ରମଣରେ ୫ଜଣ ଯବାନ ସହିଦ ହୋଇଥିବା ବେଳେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ୩୬ ଘଣ୍ଟା ପରେ ଏନ୍‌କାଉଣ୍ଟର ଶେଷ ହୋଇଛି। ୩ୟ ଆତଙ୍କୀର ଶବ ମଧ୍ୟ ସୋମବାର ଜବତ ହୋଇଥିବା ଜଣାପଡ଼ିଛି। ଏହି ଆତଙ୍କୀ ଆକ୍ରମଣ ପାଇଁ ଜୈଶ-ଏ-ମହମ୍ମଦ ନିଜକୁ ଦାୟୀ କରିଛି। ଯେଉଁ କୋଠାକୁ ଆତଙ୍କୀମାନେ ପ୍ରବେଶ କରିଥିଲେ, ଏହାକୁ ରବିବାର ରାତିରେ ବିସ୍ଫୋରଣ କରାଯାଇଥିଲା। ଏଥିରେ ୨ଜଣ ଆତଙ୍କୀ ନିହତ ହୋଇଥିଲେ। ସେନା ପକ୍ଷରୁ ସୋମବାର ପୁଣି ଥରେ ଅଭିଯାନ ଚାଲିଥିଲା। ୩୬ ଘଣ୍ଟା ପରେ ସୋମବାର ଅପରାହ୍ନରେ ୩ୟ ଆତଙ୍କୀର ଶବ ଜବତ କରାଯାଇଛି।

publive-image

ସୂଚନାଯୋଗ୍ୟ ରବିବାର ଭୋରରୁ ହୋଇଥିବା ଆକ୍ରମଣ ନେଇ ଜୈଶ-ଏ-ମହମ୍ମଦ ନିଜକୁ ଦାୟି କରିଛି। ବିଳମ୍ବିତ ସନ୍ଧ୍ୟାରେ ଯେଉଁ କୋଠାର ତୃତୀୟ ମହଲାରେ ଆତଙ୍କୀ ଲୁଚି ରହିଥିଲା, ତା’ର ଛାତକୁ ବିସ୍ଫୋରଣ କରାଯାଇଛି। ଏହା ପରେ ଫାୟରିଙ୍ଗ କରାଯାଇଥିଲା।

ଜୈଶର ଫିଦାୟିନ ଆତଙ୍କୀ ପ୍ରବଳ ଶୀତ ସମୟରେ ରାତି ୨ଟା ୧୦ରେ ସିଆରପିଏଫ୍‌ ଶିବିରରେ ପ୍ରବେଶ କରି ଆଖିବନ୍ଦ କରି ଫାଇରିଙ୍ଗ ଆରମ୍ଭ କରି ଦେଇଥିଲେ। ସିଆରପିଏଫ୍‌ ଯବାନମାନେ ମଧ୍ୟ ଏହାର କଡ଼ା ଜବାବ ଦେଇଥିଲେ ଫଳରେ ଆତଙ୍କୀମାନେ ଅନ୍ୟ ଉପାୟ ନପାଇ ଶେଷରେ ଏକ କୋଠାଘର ଭିତରକୁ ପ୍ରବେଶ କରିଥିଲେ। ଆତଙ୍କୀମାନେ ଯେଉଁଠାରେ ଲୁଚିଥିଲେ ତାହା ୪ ମହଲା ବିଶିଷ୍ଟ କୋଠା। କୁହାଯାଉଛି ଯେ, ଆତଙ୍କୀମାନେ କୋଠାର ୪ର୍ଥ ମହଲାରୁ ଥାଇ ଫାଇରିଙ୍ଗ କରିଥିଲେ। ଏହି କୋଠାରେ ସିଆରପିଏଫ ସେଣ୍ଟରର ପ୍ରଶାସନିକ ବ୍ଲକ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe