କ୍ଷତିପୂରଣ ରାଶି ପାଇବା ପାଇଁ ପୁଲୱାମା ଆକ୍ରମଣରେ ସହିଦ୍ ହୋଇଥିବା ଯବାନଙ୍କ ପୁଅକୁ ୪ମାସ ହେଲାଣି ଅପହରଣ କରି ରଖିଛନ୍ତି ବଡ଼ ଭାଇ

Advertisment
କ୍ଷତିପୂରଣ ରାଶି ପାଇବା ପାଇଁ ପୁଲୱାମା ଆକ୍ରମଣରେ ସହିଦ୍ ହୋଇଥିବା ଯବାନଙ୍କ ପୁଅକୁ ୪ମାସ ହେଲାଣି ଅପହରଣ କରି ରଖିଛନ୍ତି ବଡ଼ ଭାଇ

timesnownews.com

ଶ୍ରୀନଗର: ଗତବର୍ଷର ଫେବ୍ରୁଆରି ୧୪ ସାରା ଦେଶ ପାଇଁ କଳାଦିନ ପାଲଟି ଯାଇଥିଲା। ଏହି ଦିନ ଜୈସ୍-ଇ-ମହମ୍ମଦର ଆତଙ୍କବାଦୀମାନେ ଯବାନମାନଙ୍କ ଗାଡ଼ି ଉପରେ ଆକ୍ରମଣ କରିଥିବା ବେଳେ ପ୍ରାୟ ୪୦ରୁ ଉର୍ଧ୍ବ ଭାରତୀୟ ଯବାନ ସହିଦ୍ ହୋଇଥିଲେ। ଏଭଳି ଦୁଃଖଦାୟକ ଘଟଣା ପରେ ସରକାର ଦେଶ ପାଇଁ ସହିଦ୍ ହୋଇଥିବା ଯବାନମାନଙ୍କ ପରିବାରକୁ କ୍ଷତିପୂରଣ ରାଶି ଦେବା ପାଇଁ ଘୋଷଣା କରିଥିଲେ। ଘଟଣାକୁ ବର୍ଷେ ପୂରିବାକୁ ଥିବା ବେଳେ ଜଣେ ସହିଦ୍ ଯବାନଙ୍କ ବଡ଼ ଭାଇ କ୍ଷତିପୂରଣ ରାଶି ପାଇବା ପାଇଁ କରିଥିବା କାମ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Image result for Pulwama marty DNA India

ସହିଦ୍ ହୋଇଥିବା ସିଆରପିଏଫ୍ ହେଡ୍ କନଷ୍ଟେବଳ ନଶୀର ଅହମ୍ମଦଙ୍କ ପତ୍ନୀ ସାଜିଆ କୌଶର ସୋମବାର ଏଭଳି ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ମୁତାବକ, ଗତ ୪ମାସ ହେଲାଣି ଦେଢ଼ଶୁର କ୍ଷତିପୂରଣ ରାଶି ପାଇବା ପାଇଁ ତାଙ୍କ ପୁଅକୁ ଅପହରଣ କରି ରଖିଛନ୍ତି। ୪ମାସ ମଧ୍ୟରେ ସେ ପୁଲିସ ଷ୍ଟେସନ‌ରେ ପହଞ୍ଚି ସମାଧାନ ପାଇଁ ଗୁହାରି କରି ସାରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କୁ ପୁଲିସ ପକ୍ଷରୁ ‌କୌଣସି ସାହାଯ୍ୟ ମିଳିପାରି ନାହିଁ।। ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ପରେ ସୋମବାର ଏକ ସାମ୍ବାଦିକ ସମ୍ମିଳନୀ କରି ସାଜିଆ ନିଜର ସମସ୍ୟା ଜଣାଇଛନ୍ତି। ଯାହା ପରେ ଖବରଟି ସାମ୍ନାକୁ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe