ହୃତଘାତରେ ପୁଲୱାମା ଆକ୍ରମଣରେ ସାମିଲ ଥିବା ଅଭିଯୁକ୍ତର ମୃତ୍ୟୁ

Advertisment

୨୦୧୯ ଫେବ୍ରୁଆରି ୧୪ ତାରିଖରେ ପୁଲୱାମାର ଜମ୍ମୁକଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିବା ଅଭିଯୁକ୍ତ ବିଲାଲ ଅହମ୍ମଦ କୁଚାଇର ଗତସୋମବାର ରାତିରେ ହୃଦଘାତରେ ମୃତ୍ୟୁ।

୨୦୧୯ ଫେବ୍ରୁଆରି ୧୪ ତାରିଖରେ ପୁଲୱାମାର ଜମ୍ମୁକଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିବା ଅଭିଯୁକ୍ତ ବିଲାଲ ଅହମ୍ମଦ କୁଚାଇର ଗତସୋମବାର ରାତିରେ ହୃଦଘାତରେ ମୃତ୍ୟୁ।

୬୭୮୯

ନୂଆଦିଲ୍ଲୀ: ୨୦୧୯ ଫେବ୍ରୁଆରି ୧୪ ତାରିଖରେ ପୁଲୱାମାର ଜମ୍ମୁକଶ୍ମୀରରେ ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ଘଟିଥିଲା। ଏହି ଆକ୍ରମଣରେ ସାମିଲ ଥିବା ଅଭିଯୁକ୍ତ ବିଲାଲ ଅହମ୍ମଦ କୁଚାଇର ଗତସୋମବାର ରାତିରେ ହୃତଘାତରେ ମୃତ୍ୟୁ ହୋଇଥିବା ଖବର ମିଳିଛି।

ଅଭିଯୁକ୍ତ କୁଚାଇକୁ ସେପ୍ଟେମ୍ବର ୧୭ରେ ଜିଏମସି ଜମ୍ମୁକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଥିଲା, ସେଠାରେ ତାର ଚିକିତ୍ସା ଚାଲିଥିବା ସମୟରେ ଗତ ସୋମବାର ମୃତ୍ୟୁ ହୋଇଥିବା ଖବର ମିଳିଛି। ସେ ୨୦୨୦ ଜୁଲାଇ ୫ପରଠାରୁ କିଶତୱାଡ଼ ଜିଲ୍ଲା ଜେଲରେ ବନ୍ଦୀ ରହିଥିଲା। ଏହି ପ୍ରସଙ୍ଗରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

୨୦୧୯ ଫେବ୍ରୁଆରି ୧୪ରେ ଜୈଶ-ଏ-ମହମ୍ମଦର ଜଣେ ଆତଙ୍କବାଦୀ ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସର କନଭେରେ ବିସ୍ଫୋରକ ଭର୍ତ୍ତି ଗାଡ଼ି ଆଣି ଧକ୍କା କରିଥିଲା। ଯେଉଁଥିରେ ୪୦ଜଣ ଯବାନ ସହିଦ ହୋଇଯାଇଥିଲେ। ଘଟଣା ସମୟରେ କନଭେରେ ୭୮ ଟି ବସ୍ ଥିଲା ଯେଉଁଥିରେ ୨୫୦୦ ଯବାନ ଜମ୍ମୁରୁ ଶ୍ରୀନଗର ଯାଉଥିଲେ। ଏହି ଆକ୍ରମଣ ପରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା।

କୁଚାଇ ଏହି ଆକ୍ରମଣରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ଆତ୍ମଘାତୀ ବିସ୍ଫୋରଣକାରୀ କୁଚାଇ ଫୋନରେ ନିଜର ଭିଡିଓ କରିଥିଲା।ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଜୁଲାଇ ୨୦୨୦ରେ ପୁଲୱାମା ଆକ୍ରମଣ ମାମଲାରେ ମିଲ ମାଲିକ ବିଲାଲକୁ ଗିରଫ କରିଥିଲା ଏ। ବିଲାଲ ଅହମ୍ମଦ କୁଚାଇକୁ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

ବିଲାଲ ପୁଲୱାମାର ହାଜିବଲ-ଲଲହାର ବାସିନ୍ଦା। ସେ ଏହି ମାମଲାରେ ସପ୍ତମ ଅଭିଯୁକ୍ତ ଥିଲା। ତା‘ ଉପରେ ଘରେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା ବି ଅଭିଯୋଗ ହୋଇଥିଲା। କେବଳ ଏତିକି ନୁହେଁ ପାକିସ୍ତାନରେ ଜୈସଙ୍କ  ସହ ଯୋଗାଯୋଗ କରିବାକୁ ଆତଙ୍କବାଦୀଙ୍କୁ ହାଇ-ଏଣ୍ଡ ସେଲ ଫୋନ ଯୋଗାଇ ବି ଦେଇଥିଲା ବିଲାଲ ଅହମ୍ମଦ କୁଚାଇ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe