ବାଇକରେ ଆସୁଥିବା ସ୍ବାମୀ-ସ୍ତ୍ରୀଙ୍କୁ ପଛପଟୁ ଧକ୍କା ଦେଲା ଦ୍ରୁତଗାମୀ କାର୍, ତା’ପରେ...

ବାଇକରେ ଆସୁଥିବା ସ୍ବାମୀ-ସ୍ତ୍ରୀଙ୍କୁ ପଛପଟୁ ଧକ୍କା ଦେଲା ଦ୍ରୁତଗାମୀ କାର୍, ତା’ପରେ...

ପୁଣେ: ବାଇକରେ ଆସୁଥିବା ସ୍ବାମୀ-ସ୍ତ୍ରୀଙ୍କୁ ପଛପଟୁ ଧକ୍କା ଦେଲା ଦ୍ରୁତଗାମୀ କାର୍। ଉପରକୁ ଛିଟିକି ତଳେ ପଡ଼ିଲେ ଦମ୍ପତି। ଗତ କିଛି ଦିନ ହେବ ଦେଶର ବିଭିନ୍ନ ସ୍ଥାନରେ ହିଟ୍ ଆଣ୍ଡ ରନ୍ ଘଟଣା ଘଟୁଥିବା ଦେଖିବାକୁ ମିଳୁଛି। କିଛି ଦିନ ତଳେ ମୁମ୍ବାଇର ଜଣେ ମହିଳାଙ୍କୁ ଶିବସେନା ନେତାଙ୍କ ପୁଅ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଏବେ ପୁଣେରେ ସେଭଳି ଘଟିଥିବା ଜଣାପଡ଼ିଛି। ଏକ ଦ୍ରୁତଗାମୀ କାର୍ ଜଣେ ଦମ୍ପତିଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ସୂଚନା ମୁତାବକ, ମହାରାଷ୍ଟ୍ରର ପୁଣେରେ ଥିବା ଅହମଦନଗର-କଲ୍ୟାଣ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା। ଏହାର ଏକ ଭିଡିଓ ମଧ୍ୟ ଏବେ ଖୁବ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଇଛି ଯେ, ଦମ୍ପତି ଏକ ବାଇକ୍ ଯୋଗେ ଆସୁଥିବା ବେଳେ ପଛପଟୁ ଏକ ଧଳା ରଙ୍ଗର କାର୍ ସେମାନଙ୍କୁ ଧକ୍କା ଦେଉଛି। ଏହା ପରେ ଦମ୍ପତି ଉପରକୁ ଛିଟିକି ପଡ଼ିବା ସହ କାରର ଛାତ ଉପରେ ପଡ଼ି ତଳକୁ ଖସିପଡ଼ୁଛନ୍ତି। ଏହି ଦୁର୍ଘଟଣା ପରେ ଏବେ ଦମ୍ପତିିଙ୍କ ଚିକିତ୍ସା ଚାଲିଛି ଏବଂ ସେମାନଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି।

ଅନ୍ୟପକ୍ଷରେ ଚାଳକ ବିରୋଧରେ ଏତଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି ବୋଲି କହିଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe