କୋଭିଡ୍‌ ଟିକା ପାଇଁ ପୁନେ ଫାର୍ମକୁ ପ୍ରଥମ ସରକାରୀ ପାଣ୍ଠି ମିଳିବ

Advertisment
ଆଜିଠୁ ମଣିଷ ଶରୀରରେ କରୋନା ଟିକାର ପରୀକ୍ଷା

Economic Times

ନୂଆଦିଲ୍ଲୀ : କରୋନା ଭାଇରସ୍‌ ପାଇଁ ଟିକା ବାହାର କରିବାକୁ ବିଶ୍ବବ୍ୟାପୀ ଏବେ ଗବେଷଣା ଜାରି ରହିଥିବାବେଳେ ଭାରତରେ ପ୍ରଥମ ଥର ପାଇଁ ପୁନେର ଏକ କମ୍ପାନି କରୋନା ଟିକା ପାଇଁ ସରକାରୀ ଅନୁଦାନ ଗ୍ରହଣ କରିବ। ସାଗୁଲ୍‌ ବାୟୋସଲ୍ୟୁସନ୍‌ ନାମକ ଏକ ଘ‌ରୋଇ କମ୍ପାନି କ‌ରୋନା ଟିକା ବାହାର କରିବା ପାଇଁ ସରକାରୀ ପାଣ୍ଠି ପାଇବ। କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ପକ୍ଷରୁ ଏହି ପାଣ୍ଠି ଦିଆଯିବ ବୋଲି ଜଣାପଡ଼ିଛି। ଏହା ମଧ୍ୟ ଏକ ଆଟ୍‌-ହୋମ୍‌ ଟେଷ୍ଟ୍‌ କିଟ୍‌ ବାହାର କରିବ ଯାହା ଲକ୍ଷଣ ନଥିବା ଆକ୍ରାନ୍ତ ବ୍ୟକ୍ତିଙ୍କୁ ବି ଚିହ୍ନଟ କରିପାରିବ। ଏହି ଫାର୍ମ କରୋନା ଭାଇରସ୍‌ ଚିକିତ୍ସା ପାଇଁ ଟିକା ବାହାର କରିବାକୁ କାର୍ଯ୍ୟ ଜାରି ରଖିଛି। ସରକାର ଏବେ ଏହାର କାର୍ଯ୍ୟକୁ ଅଧିକ ତ୍ବରାନ୍ବିତ କରିବାପାଇଁ ଏହି କମ୍ପାନିକୁ ଆର୍ଥିକ ସହାୟତା ପ୍ରଦାନ କରିବେ। ପ୍ରଥମେ ବଣୁଆ ମୁଷାଙ୍କୁ ପରୀକ୍ଷା କରାଯିବ। ପରେ ଏହାକୁ ସାର୍ସ‌୍‌ ରୋଗ ପାଇଁ ପରୀକ୍ଷା କରାଯିବ ଏବଂ ଏହାପରେ ମାଙ୍କଡ଼ ଏବଂ କ୍ଷୁଦ୍ର ପଶୁଙ୍କ ଶରୀରରେ ପରୀକ୍ଷା କରାଯିବ। ଏହାର ଫଳାଫଳକୁ ଦେଖିବାପରେ ଫେଜ୍‌-୧ କ୍ଲିନିକାଲ୍‌ ଟ୍ରାଏଲ୍‌ ପାଇଁ ପ୍ରସ୍ତୁତ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe