ପୁଣେ: ପୁଣେର ଏକ ରାସାୟନିକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଥିବାବେଳେ ସାନିଟାଇଜର ତିଆରି କାରଖାନାରେ ଦୁର୍ଘଟଣା ସମୟରେ ୩୭ଜଣ କର୍ମଚାରୀ ଡ୍ୟୁଟିରେ ଥିଲେ। ବିଳମ୍ବିତ ରାତି ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇଥିଲା। ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦ହଜାର ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।
ଗତକାଲି ପୁଣେର ମୁଲସି ତହସିଲର ପିରଙ୍ଗାଟ ଶିଳ୍ପାଞ୍ଚଳର ଏସଭିଏସ୍ ଆକ୍ୱା ଟେକ୍ନୋଲୋଜି କାରଖାନାରେ ଏହି ଅଗ୍ନିକାଣ୍ଡ ଘଟିଥଲା | ଏହି କାରଖାନାରେ ସାନିଟାଇଜର ସହିତ ଅନେକ ପ୍ରକାରର ରାସାୟନିକ ପଦାର୍ଥ ପ୍ରସ୍ତୁତ କରାଯାଇଥାଏ | ଚାଁହୁଚାଁହୁ ଏହି ନିଆଁ ସମଗ୍ର କାରଖାନାକୁ ବ୍ୟାପିଯାଇଥିଲା ଏବଂ ସେଠାରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ଏଥିରେ ଫସି ଯାଇଥିଲେ। ଅଗ୍ନିଶମ ବିଭାଗର ଆଠଟି ଗାଡି ନିଆଁକୁ ଆୟତ୍ତ କରିଥିଲେ |
photo-abp newsଏହି ଦୁର୍ଘଟଣାରେ ୧୫ ଜଣ ମହିଳାଙ୍କ ସମେତ ୧୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଲୋକଙ୍କୁ ନିରାପଦରେ ସ୍ଥାନାନ୍ତର କରାଯାଇଥିଲା | ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ଗଭୀର ଦୁଃଖ ପ୍ରକାଶ କରିଛନ୍ତି।
Follow Us