‘ଅପରେସନ୍‌ ସିନ୍ଦୂର’କୁ ନେଇ ବିବାଦୀୟ ବୟାନ ନେଇ ଆଇନ୍‌ ଛାତ୍ରୀ ଗିରଫ

ପହଲଗାମ୍‌ ଆକ୍ରମଣର ପ୍ରତିଶୋଧ ଭାବେ ଆରମ୍ଭ ହୋଇଥିବା ‘ଅପରେସନ୍‌ ସିନ୍ଦୂର’ ସଂପର୍କରେ ଏକ ବିବାଦୀୟ ମନ୍ତବ୍ୟ ଦେଇ ଗିରଫ ‌ହୋଇଛନ୍ତି ଆଇନ୍‌ ଛାତ୍ରୀ ଶର୍ମିଷ୍ଠା ପାନୋଲି। ପୁଣେର ଏହି ଆଇନ୍‌ ଛାତ୍ରୀ ଜଣଙ୍କୁ ଗୁରୁବାର ରାତିରେ କୋଲକାତା ପୁଲିସ୍‌ ଗିରଫ କରିଛି।

ଗୁୀଭିରଳିର

ଗୁୁରୁଗ୍ରାମ: ପହଲଗାମ୍‌ ଆକ୍ରମଣର ପ୍ରତିଶୋଧ ଭାବେ ଆରମ୍ଭ ହୋଇଥିବା ‘ଅପରେସନ୍‌ ସିନ୍ଦୂର’ ସଂପର୍କରେ ଏକ ବିବାଦୀୟ ମନ୍ତବ୍ୟ ଦେଇ ଗିରଫ ‌ହୋଇଛନ୍ତି ଆଇନ୍‌ ଛାତ୍ରୀ ଶର୍ମିଷ୍ଠା ପାନୋଲି। ପୁଣେର ଏହି ଆଇନ୍‌ ଛାତ୍ରୀ ଜଣଙ୍କୁ ଗୁରୁବାର ରାତିରେ କୋଲକାତା ପୁଲିସ୍‌ ଗିରଫ କରିଛି।

ସେ ‘ଅପରେସନ ସିନ୍ଦୂର’  ଉପରେ କରାଯାଇଥିବା ଏକ ପୋଷ୍ଟର ଉତ୍ତର ଦେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ତାଙ୍କୁ ପୁଲିସ୍‌ ଗିରଫ କରିଛି। ଛାତ୍ରୀ ଜଣକ ମନ୍ତବ୍ୟ ଦେଇ ପୋଷ୍ଟ୍‌ କରିଥିବା ଭିଡିଓଟିକୁ ପରବର୍ତ୍ତୀ ସମୟ‌ରେ ଡିଲିଟ୍‌ କରି ଦେଇଛନ୍ତି। 

ପୁଲିସ ସୂତ୍ର ଅନୁଯାୟୀ, ପାନୋଲି ଏହାକୁ ଇନଷ୍ଟାଗ୍ରାମରେ ଅପଲୋଡ କରିଥିଲେ। ଯେଉଁଥିରେ ଏକ ନିର୍ଦ୍ଦିଷ୍ଟ ଧର୍ମକୁ ଟାର୍ଗେଟ କରି "ଅସମ୍ମାନଜନକ ଏବଂ ଅପମାନଜନକ ମନ୍ତବ୍ୟ" ଥିଲା।

କ୍ଲିପ୍ ଭାଇରାଲ ହୋଇଥିଲା, ଯାହା ପରେ କୋଲକାତାର ଏକ ପୁଲିସ ଷ୍ଟେସନରେ ଅଭିଯୋଗ ଦାୟର ହୋଇଥିଲା। ଏହାପରେ କୋଲକାତା ପୁଲିସ ତାଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ କରିଥିଲା।

"ଏହି ମାମଲାଟି ଶର୍ମିଷ୍ଠା ପାନୋଲି ନାମକ ଜଣେ ମହିଳାଙ୍କ ଦ୍ୱାରା କରାଯାଇଥିବା ଏକ ଇନଷ୍ଟାଗ୍ରାମ ଭିଡିଓ ସହିତ ଜଡିତ, ଯାହା ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ସଦସ୍ୟଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିଲା," ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

କର୍ତ୍ତୃପକ୍ଷ ଦାବି କରିଛନ୍ତି ଯେ ପାନୋଲି ଏବଂ ତାଙ୍କ ପରିବାର ଫେରାର୍ ହୋଇଯାଇଥିବା ଅଭିଯୋଗରେ ତାଙ୍କୁ ଆଇନଗତ ନୋଟିସ୍ ପ୍ରଦାନ କରିବାରବାରମ୍ବାର ଚେଷ୍ଟା ବିଫଳ ହୋଇଥିଲା। ଏହାପରେ କୋର୍ଟ ଏକ ଗିରଫ ପରୱାନା ଜାରି କରିଥିଲେ, ଯାହା ଆଧାରରେ ତାଙ୍କୁ ଗୁରୁଗ୍ରାମରୁ ଗିରଫ କରାଯାଇଥିଲା।

ବିବାଦ ପରେ ପାନୋଲି ସୋସିଆଲ ମିଡିଆରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ ଏବଂ ତାଙ୍କର ଭିଡିଓ ଏବଂ ପୋଷ୍ଟଗୁଡ଼ିକୁ ଡିଲିଟ୍ କରିଦେଇଥିଲେ।

ସେ ତାଙ୍କ ଏକ୍ସରେ ଲେଖିଛନ୍ତି, "ମୁଁ ଏଠାରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରୁଛି। ଯାହା ବି କହିଛି ତାହା ମୋର ବ୍ୟକ୍ତିଗତ ଭାବନା ଏବଂ ମୁଁ କେବେ ଜାଣିଶୁଣି କାହାକୁ ଆଘାତ ଦେବାକୁ ଚାହୁିଁନାହିଁ। ଯଦି କାହାକୁ ଆଘାତ ଲାଗିଛି ତେବେ ମୁଁ ଏଥିପାଇଁ ଦୁଃଖିତ। ମୁଁ ସହଯୋଗ ଆଶା କରୁଛି। ଏବେଠାରୁ ମୁଁ ମୋର ସାର୍ବଜନୀନ ପୋଷ୍ଟରେ ସତର୍କ ରହିବି। ଦୟାକରି ମୋର କ୍ଷମା ପ୍ରାର୍ଥନା ଗ୍ରହଣ କରନ୍ତୁ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe