ବାଇକର ନମ୍ବର ପ୍ଲେଟରେ ଲେଖାଥିଲା ଖାନ୍ ସାବ୍, ଫଟୋ ଭାଇରାଲ ପରେ ଗୀତ ଲେଖି ଏଭଳି ଉପଦେଶ ଦେଲେ ଟ୍ରାଫିକ ପୁଲିସ

ବାଇକର ନମ୍ବର ପ୍ଲେଟରେ ଲେଖାଥିଲା ଖାନ୍ ସାବ୍, ଫଟୋ ଭାଇରାଲ ପରେ ଗୀତ ଲେଖି ଏଭଳି ଉପଦେଶ ଦେଲେ ଟ୍ରାଫିକ ପୁଲିସ

oneindia.com

ପୁଣେ: ମହାରାଷ୍ଟ୍ରର ପୁଣେ ପୁଲିସ ନିଜର ଏକ ଟୁଇଟକୁ ନେଇ ଚର୍ଚ୍ଚାରେ ରହିଛି। ପୂର୍ବରୁ ମଧ୍ୟ ଟୁଇଟ୍ ମାଧ୍ୟମରେ ଲୋକଙ୍କୁ ନିୟମ ମାନିବା ଶିଖାଉଥିବା ପୁଣେ ପୁଲିସ ଏବେ ଜଣେ ଯୁବକଙ୍କୁ ହେଲମେଟ୍ ପିନ୍ଧିବା ନେଇ ଉପଦେଶ ଦେଇଛନ୍ତି। କିନ୍ତୁ ଯୁବକଙ୍କୁ ଅଟକ ରଖି ବା ତାଙ୍କଠାରୁ ଜରିମାନା ଆଦାୟ କରି ନୁହେଁ, ବରଂ ଟୁଇଟ୍ କରି ଗୀତ ଲେଖିବା ସହ ନିଜର ନିଆରା ଅନ୍ଦାଜରେ ଯୁବକଙ୍କୁ ତାଙ୍କ ଭୁଲ ଜଣାଇଛନ୍ତି ପୁଣେ ପୁଲିସ। ପୁଣେ ପୁଲିସର ଏହି ଟୁଇଟ୍ ଏବେ ଭାଇରାଲ ହେଉଥିବା ବେଳେ ଲୋକ ଟୁଇଟର ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି।

ମିଳିଥିବା ତଥ୍ୟ ଅନୁଯାୟୀ, ଜଣେ ଟୁଇଟର ବ୍ୟବହାରକାରୀ ବାଇକ ଉପରେ ବସିଥିବା ଜଣେ ଯୁବକଙ୍କ ଫଟୋ ସେୟାର କରିବା ସହ ପୁଣେ ପୁଲିସକୁ ଟ୍ୟାଗ୍ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥ‌ିଲେ। ବାଇକରେ ବସିଥିବା ଯୁବକ ମୁଣ୍ଡରେ ହେଲମେଟ୍ ନ ପିନ୍ଧିବା ସହ ନମ୍ବର ପ୍ଲେଟରେ ଖାନ ସାବ୍ ଲେଖିଥିଲେ। ଟ୍ରାଫିକ ନିୟମର ଖୁଲମ୍ ଖୁଲା ଅବମାନନା କରୁଥିବା ଦେଖି ଟୁଇଟର ବ୍ୟବହାରକାରୀ ପୁଣେ ପୁଲିସକୁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଟୁଇଟ୍ କରି କହିଥିଲେ। ଯୁବକଙ୍କ ଟୁଇଟ୍ ଦେଖି ପୁଣେ ପୁଲିସ ରିି-ଟୁଇଟ୍ କରିବା ସହ ଲେଖିଥିଲେ, ଖାନ୍ ସାବକୋ କୁଲ୍ ଭି ବନନା ହେ, ଖାନ୍ ସାବକୋ ହେୟାର ଷ୍ଟାଇଲ ଭି ଦିଖାନା ହେ, ଖାନ୍ ସାବକୋ ହିରୋ ୱାଲି ବାଇକ୍ ଭି ଚଲାନି ହେ, ପର୍ ଖାନ୍ ସାବକୋ ଟ୍ରାଫିକ୍ ରୁଲସ୍ ଫଲୋ ନେହିଁ କରନା ହେ, ଐସେ କୈସେ ଚଲେଗା ଖାନସାବ?

ପୁଣେ ପୁଲିସର ଏଭଳି ପ୍ରତିକ୍ରିୟା ଦେଖି ଲୋକେ ଏବେ ତାଙ୍କର ପ୍ରଶଂସା କରିବାରେ ଲାଗିଛନ୍ତି। ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ପୁଣେ ପୁଲିସର ଟୁଇଟ୍ ଚର୍ଚ୍ଚାର ବିଷୟ ପାଲଟି ସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe