ନୂଆବର୍ଷରେ ସଡ଼କ ଦୁର୍ଘଟଣାରେ ପୁଲିସ ଇନ୍ସପେକ୍ଟରଙ୍କ ମୃତ୍ୟୁ

ପୁଣେର ଚାକନରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ନୂଆ ବର୍ଷରେ ଡିୟୁଟି ଯାଉଥିବା ବେଳେ କଣ୍ଟେନର ଟ୍ରକ ଧକ୍କାରେ ପୁଲିସ ଇନ୍ସପେକ୍ଟରଙ୍କ ମୃତ୍ୟୁ ‌ହୋଇଛି। ମୃତ ପୁଲିସ ଅଧିକାରୀଙ୍କ ନାମ ଜିତେନ୍ଦ୍ର ଏସ ଗିରନାର।

କନତଦପନ

ନୂଆଦିଲ୍ଲୀ: ପୁଣେର ଚାକନରେ ଗତବୁଧବାର ସକାଳେ ଅର୍ଥାତ ଜାନୁଆରି ୧ ତାରିଖ ନୂଆବର୍ଷରେ ଜଣେ ପୁଲିସ ସବ୍-ଇନ୍ସପେକ୍ଟରଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବାର ଦୁଃଖଦ ଖବର ସାମ୍ନାକୁ ଆସିଛି। ମୃତ ପୁଲିସ ଅଧିକାରୀଙ୍କ ନାମ ଜିତେନ୍ଦ୍ର ଏସ ଗିରନାର ବୟସ ୩୮ବର୍ଷ ବୋଲି ଜଣାପଡ଼ିଛି। ସେ ପିମ୍ପରି ଚିଞ୍ଚୱାଡ଼ ପୁଲିସର ମହାଲୁଙ୍ଗେ ଏମଆଇଡିସି ପୁଲିସ ଷ୍ଟେସନରେ ନିୟୋଜିତ ଥିଲେ।

ଅଧିକପଢ଼ନ୍ତୁ:ରୋହିତ ଶର୍ମା ଖେଳିବେନି ସିଡନୀ ଟେଷ୍ଟ

ସୂଚନାଯୋଗ୍ୟ, ପୁଣେ ଜିଲ୍ଲାର ଖେଡ ତାଲୁକା ଅନ୍ତର୍ଗତ ଚାକନ ମହାରାଷ୍ଟ୍ର ଶିଳ୍ପ ବିକାଶ ନିଗମ (ଏମଆଇଡିସି) ଅଞ୍ଚଳରେ ସକାଳ ପ୍ରାୟ ୭ଟା ସମୟରେ ଡିୟୁଟି ଯାଉଥିବା ବେଳେ ପୁଲିସ ଇନ୍ସପେକ୍ଟର ଜିତେନ୍ଦ୍ର ଏସ ଗିରନାରଙ୍କ କାର ପଛପାର୍ଶ୍ବକୁ ଏକ କଣ୍ଟେନର ଟ୍ରକ ଧକ୍କା ଦେଇଥିଲା। ଏହି ଧକ୍କାରେ ପୁଲିସ ଇନ୍ସପେକ୍ଟର ଗୁରୁତର ଆହତ ହୋଇଥିଲେ।

ଅଧିକପଢ଼ନ୍ତୁ:ଯାଆଁଳା ସନ୍ତାନକୁ ବିଷ ଦେଇ ନିଜେ ବିଷ ପିଇଲା ମା’

ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରୁ ପୁଲିସ ଇନ୍ସପେକ୍ଟର ଜିତେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟଲୋକେ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଇନ୍ସପେକ୍ଟରଙ୍କୁ ଭର୍ତ୍ତି କରାଯାଇଥିବା ହସ୍ପିଟାଲରେ ପହଞ୍ଚିଥିଲା। ଡାକ୍ତରଙ୍କ ଅନେକ ଚେଷ୍ଟା ପରେ ବି  ପୁଲିସ ଇନ୍ସପେକ୍ଟର ଜିତେନ୍ଦ୍ରଙ୍କ ଜୀବନ ରକ୍ଷା କରାଯାଇ ପାରି ନଥିଲା। ନୂତନବର୍ଷରେ ଜିତେନ୍ଦ୍ରଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ଯାଞ୍ଚ ଆରମ୍ଭ କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe