ଭାରସା୍ମ୍ୟ ହରାଇ ଓଲଟି ପଡ଼ିଲା ପିକଅପ ଭ୍ୟାନ; ୭ଜଣ ମହିଳା ଶ୍ରଦ୍ଧାଳୁଙ୍କ ମୃତ୍ୟୁ

Advertisment

ଦେଶ ବିଦେଶ। ମହାରାଷ୍ଟ୍ରର ପୁଣେର ଖେଦ୍ ନିକଟରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୭ଜଣ ମହିଳା ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫/୩୦ଜଣ ଯାତ୍ରୀ ଆହତ ‌ହୋଇଥିବା ଜଣାପଡ଼ିଛି।

ଦେଶ ବିଦେଶ। ମହାରାଷ୍ଟ୍ରର ପୁଣେର ଖେଦ୍ ନିକଟରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୭ଜଣ ମହିଳା ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫/୩୦ଜଣ ଯାତ୍ରୀ ଆହତ ‌ହୋଇଥିବା ଜଣାପଡ଼ିଛି।

New Project (28)


ପୁଣେ: ଅଗଷ୍ଟ ୧୧ ତାରିଖ ସୋମବାର ଦିନ ମହାରାଷ୍ଟ୍ରର ପୁଣେର ଖେଦ୍ ନିକଟରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୭ଜଣ ମହିଳା ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। 

ସୂଚନାଯୋଗ୍ୟ, ସୋମବାର ଥିବାରୁ ମହିଳାଙ୍କ ୪୦ଜଣିଆ ଗୋଷ୍ଠୀ ଭଗବାନ କୁଣ୍ଡେଶ୍ୱରଙ୍କ ମନ୍ଦିରକୁ ଦର୍ଶନ ପାଇଁ ବାହାରିଥିଲେ। ମନ୍ଦିର ପହଞ୍ଚିବାକୁ ଆଉ କିଛିବ‌ାଟ ଥିବା ବେ‌ଳେ ଶ୍ରଦ୍ଧାଳୁ ଭର୍ତ୍ତି ପିକଅପ୍ ଭ୍ୟାନ ଭାରସାମ୍ୟ ହରାଇ ୫/୬ ଗଡ଼ା ଖାଇ ରାସ୍ତାରୁ ତଳକୁ ଓଲଟି ପଡ଼ିଥିଲା। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଘଟଣାସ୍ଥଳରେ ୭ ମହିଳା ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ୨୫ରୁ ୩୦ଜଣ ଯାତ୍ରୀ ଆହତ ହୋଇଛନ୍ତି।

ପୁଲିସ ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇ ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରି ସେମାନଙ୍କ ସମ୍ପର୍କୀୟମାନଙ୍କୁ ଖବର ଦେଇଛି। ଏଥିସହିତ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe