ସୋସିଆଲ ମିଡିଆରେ ଏଲନ ମସ୍କଙ୍କ ସହ ୪ ବର୍ଷ ହେଲା କଥା ହେଉଛନ୍ତି ପୁଣେର ଯୁବକ

Advertisment
ସୋସିଆଲ ମିଡିଆରେ ଏଲନ ମସ୍କଙ୍କ ସହ ୪ ବର୍ଷ ହେଲା କଥା ହେଉଛନ୍ତି ପୁଣେର ଯୁବକ

Image Courtesy: Telangana Today

ପୁଣେ: ପୁଣେର ୨୩ ବର୍ଷୀୟ ସଫ୍ଟଓ୍ଵେର୍ ଇଞ୍ଜିନିୟର ପ୍ରଣୟ ପାଥୋଲେଙ୍କ ଟ୍ବିଟ୍‌ର ଜବାବ ଟେସ୍ଲା କମ୍ପାନିର ମୁଖ୍ୟ ଏଲନ ମସ୍କ ୪ ବର୍ଷ ଆଗରୁ ଦେଇଥିଲେ। ଏହାପର ଠାରୁ ପ୍ରଣୟ ଟ୍ଵିଟରରେ ଡାଇରେକ୍ଟ ମେସେଜ୍ (ଡିଏମ୍) ଦ୍ଵାରା କ୍ରମାଗତ ଭାବେ ଏଲନ ମସ୍କଙ୍କ ସହ ଯୋଗାଯୋଗରେ ଅଛନ୍ତି।

ଏଲନ ମସ୍କ ଯେତେବେଳେ ପ୍ରଥମ ଥର ପାଇଁ ପ୍ରଣୟଙ୍କ ଟ୍ଵିଟର ଜବାବ ଦେଇଥିଲେ ସେତେବେଳେ ସେ ଇଞ୍ଜିନିୟରିଂ ଛାତ୍ର ଥିଲେ। ପ୍ରଣୟ ଏବେ ଟାଟା କନସଲଟେନ୍ସି ସର୍ଭିସରେ କାମ କରୁଛନ୍ତି। ପ୍ରଣୟ କହିଛନ୍ତି, ମୁଁ ମସ୍କଙ୍କ ଦ୍ଵାରା ଅତ୍ୟନ୍ତ ପ୍ରଭାବିତ। ମୁଁ ତାଙ୍କୁ ଟେକ୍ନୋଲୋଜିକୁ ନେଇ ଟ୍ଵିଟ୍ କରୁଥିଲି। ମୁଁ ପାଣିର ବିନ୍ଦୁ ପଡିବା ମାତ୍ରେ କାର୍ଯ୍ୟକ୍ଷମ ହେଉଥିବା ସ୍ଵୟଂଚାଳିତ ଓ୍ଵାଇପର୍ ସେନ୍ସରକୁ ନେଇ ତାଙ୍କୁ ୨୦୧୮ରେ ଏକ ଟ୍ଵିଟ୍ କରିଥିଲି। ଏଲନ ମସ୍କ କିଛି ଦିନ ମଧ୍ୟରେ ଏହାର ଜବାବ ଦେଇ କହିଥିଲେ, ଆଗାମୀ ନୂଆ ଭେରିଏଣ୍ଟରେ ଏହାକୁ ଲାଗୁ କରାଯିବ।

ମସ୍କ ତାଙ୍କ ମାଲିକାନାରେ ଥିବା ସ୍ପେସ୍-ଏକ୍ସର ବଡ ରକେଟ ‘ଷ୍ଟାରସିପ୍’ର ନିର୍ମାଣରେ ବ୍ୟବହାର ହେଉଥିବା ରେପ୍ଟର ଇଞ୍ଜିନ ବିଷୟରେ ପ୍ରଣବଙ୍କ ଏକ ପ୍ରଶ୍ନର ଉତ୍ତର ଟ୍ଵିଟରରେ ଡିସେମ୍ବର ୨୦୨୦ରେ ଡିଏମ୍ କରି ଉତ୍ତର ଦେଇଥିଲେ। ପ୍ରଣବ କହିଛନ୍ତି, ଏହାପର ଠାରୁ ଡିଏମ୍ (ଡାଇରେକ୍ଟ ମେସେଜ୍)ରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ମୁଁ ତାଙ୍କୁ ଟେକ୍ନୋଲୋଜି ସହ ଜଡିତ କିଛି ହୃଦୟସ୍ପର୍ଶୀ କଥା ଟ୍ଵିଟ୍ କରୁଥିଲି, ସେ ଏହାର ଜବାବ ଦେଉଥିଲେ। ମୋତେ ଲାଗୁଛି ମୋର ଟ୍ଵିଟ୍ ତାଙ୍କୁ ପସନ୍ଦ ଆସୁଥିଲା।

ପ୍ରଣୟଙ୍କ ପ୍ରଶ୍ନର ଉତ୍ତର ଏଲନ ମସ୍କ ଦେବାପରେ ଟ୍ଵିଟରରେ ପ୍ରଣୟଙ୍କ ଫୋଲୋଇର୍ସଙ୍କ ସଂଖ୍ୟା ବଢିବାରେ ଲାଗିଥିଲା। ପ୍ରଣୟଙ୍କ ଅନୁସାରେ ସେ ଫୋଲୋଅର୍ସ ବଢାଇବା ପାଇଁ ମସ୍କଙ୍କୁ ଟ୍ଵିଟ୍ କରି ନଥିଲେ। ସେ ମସ୍କଙ୍କୁ  ତାଙ୍କର ଆଦର୍ଶ ବୋଲି ମାନିଥାନ୍ତି ତେଣୁ ସେ ମସ୍କଙ୍କୁ ଟ୍ଵିଟ୍ କରିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe