ପୁଣେ ପୋର୍ସେ କାର୍ ଦୁର୍ଘଟଣା: ଅଭିଯୁକ୍ତ ନାବାଳକକୁ ମିଳିଲା ଜାମିନ୍

Advertisment
ପୁଣେ ପୋର୍ସେ କାର୍ ଦୁର୍ଘଟଣା: ଅଭିଯୁକ୍ତ ନାବାଳକକୁ ମିଳିଲା ଜାମିନ୍

ପୁଣେ: ବହୁ ଚର୍ଚ୍ଚିତ ପୁଣେ ପୋର୍ସେ କାର୍ ଦୁର୍ଘଟଣା ମାମଲାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ପ୍ରା‌ୟ ମାସେ ରିମାଣ୍ଡ ହୋମରେ ରହିବା ପରେ ଆଜି ଅଭିଯୁକ୍ତ ନାବାଳକକୁ ଜାମିନ୍ ମିଳିଛି। ମେ’ ୧୯ରେ ନିଶାଗ୍ରସ୍ତ ହୋଇ ଦ୍ରୁତ ଗତିରେ ପୋର୍ସେ କାର୍ ଚଳାଉଥିବା ବେଳେ ୨ଜଣ ଇଞ୍ଜିନିୟରଙ୍କୁ ଧକ୍କା ଦେଇଥିଲେ ନାବାଳକ। ଏହା ଫଳରେ ଘଟଣାସ୍ଥଳରେ ହିଁ ଦୁହିଁଙ୍କର ମୃତ୍ୟୁ ହୋଇଥିଲା। ଦୁହିଁଙ୍କ ମୃତ୍ୟୁ ପରେ ନାବାଳକକୁ ରିମାଣ୍ଡ ହୋମ ପଠାଯାଇଥିବା ବେଳେ ଆଜି ତାଙ୍କୁ ଜାମିନ ମିଳିଛି। ବାହାରକୁ ଆସିବା ପରେ ସେ ନିଜ ସମ୍ପର୍କୀୟଙ୍କ ଘରେ ରହିବେ ବୋଲି ଜଣାପଡ଼ିଛି।

ପ୍ରମାଣ ନଷ୍ଟ କରିବାର ଆରୋପ ଲାଗିବା ପରେ ନାବାଳକର ମାତ‌ାପିତା ଏବେ ଗିରଫ ହୋଇ ଜେଲରେ ଅଛନ୍ତି। ତେଣୁ ନାବାଳକ ନିଜ ସମ୍ପର୍କୀୟଙ୍କ ଘରେ ରହିବେ ।

ଉଲ୍ଲେଖଯୋଗ୍ୟ, ୨ଜଣ ଇଞ୍ଜିନିୟର(ଜଣେ ମହିଳା ଓ ଜଣେ ପୁରୁଷ) ସାଙ୍ଗମାନଙ୍କୁ ଦେଖା କରି ଘରକୁ ଫେରୁଥିବା ବେଳେ ନାବାଳକ ଚଳାଉଥିବା ପୋର୍ସେ କାର୍ ତାଙ୍କୁ ଧକ୍କା ଦେଇଥିଲା। ଏହା ଫଳରେ ଦୁହିଁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ମୃତକମାନେ ଥିଲେ ଅନୀଷ ଅୱଧୀୟ ଓ ଅଶ୍ବିନୀ କୋଶଟା। ଦୁର୍ଘଟଣା ଘଟାଇଥିବା ଅଭିଯୁକ୍ତ ନାବାଳକ ଥିବାରୁ ତାକୁ ଜାମିନ୍ ଦିଆଯାଇ ତା’ର ବାପାକୁ ଗିରଫ କରିଥିଲା ପୁଲିସ। ହେଲେ ନାବାଳକର ଜାମିନକୁ ବିରୋଧ କରାଯିବାରୁ ଜୁଭେନାଇଲ ଜଷ୍ଟିସ ବୋର୍ଡ ଅଭିଯୁକ୍ତର ଜାମିନ ରଦ୍ଦ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe