ଲକ୍‌ଡାଉନ୍‌କୁ ପୁନେ ବ୍ୟବସାୟୀଙ୍କ ବିରୋଧ, ଆମକୁ ମରିବାକୁ ଦିଅ: ବେପାରୀ ସଂଘ

ରାଜଧାନୀରେ ଆଜି ‘ପ୍ରତିବାଦ’ ରାଜନୀତି

yuvaharyana.com

ପୁନେ: କୋଭିଡ୍‌-୧୯ ସଂକ୍ରମଣ ମୁକାବିଲା ପାଇଁ ଗତ ୧୩ ତାରିଖରୁ ୨୩ ଜୁଲାଇ ଯାଏ ବଢ଼ାଯାଇଥିବା ଲକ୍‌ଡାଉନ୍‌ ସ୍ଥିତିର ପ୍ରତିବାଦ କରି ପୁଣେର ଦୋକାନୀ ଓ ବ୍ୟବସାୟୀମାନେ ନିଆରା ଦାବି ମାନ ଉଠାଇଛନ୍ତି। ବିଭିନ୍ନ କ୍ଷେତ୍ରରେ ରିହାତି ପ୍ରଦାନ ସହ ସେମାନଙ୍କୁ ଆତ୍ମହତ୍ୟା ପାଇଁ ସୁଯୋଗ ଦେବାକୁ ସେମାନେ ଆଜି ମ୍ୟୁନିସିପାଲ ନିଗମ କମିସନରଙ୍କୁ ଭେଟି ଦାବି ଜଣାଇଛନ୍ତି। ସହରର ବିଭିନ୍ନ ବେପାରୀ ସଂଘର କହିବାନୁଯାୟୀ, ଗତ ୪ ମାସ ଭିତରେ ସେମାନଙ୍କୁ ଲକ୍ଷଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡ଼ିଛି।

ଏଭଳି ସ୍ଥିତିରେ ମଝିରେ ମଝିରେ ଏମିତି ଲକ୍‌ଡାଉନ୍‌ ଜାରି ହେବା ଦ୍ବାରା ସେମାନଙ୍କ ପାଖରେ ବଞ୍ଚିବା ଲାଗି ବାକି ରହିଥିବା ସାଧନଗୁଡ଼ିକ ମଧ୍ୟ ନଷ୍ଟ ହେବାକୁ ବସିଛି। ତେଣୁ ଆତ୍ମହତ୍ୟା କରିବା ଛଡ଼ା ଆଉ କିଛି ଉପାୟ ନାହିଁ ବୋଲି କିଛି ସଂଘ ମର୍ମାହତ ହୋଇ କହିଛନ୍ତି। ସେହିପରି ସେମାନଙ୍କ ବେପାର ପୁଣି କେବେଠାରୁ ଚାଲୁ ହେବ ସେ ସମ୍ପର୍କରେ ସ୍ପଷ୍ଟ କରିବା ଲାଗି କିଛି ସଂଘ ମ୍ୟୁନିସିପାଲ ନିଗମ କମିସନରଙ୍କୁ ଭେଟି ପଚାରିଛନ୍ତି। ଅପରପକ୍ଷେ କିଛି ଦୋକାନୀ ମଧ୍ୟ ସେମାନଙ୍କ ବକୈୟା କରରେ କିଛି ରିହାତି ପ୍ରଦାନ ସହ ପୈଠ ପାଇଁ ସମୟସୀମା ବଢ଼ାଇବାକୁ ମଧ୍ୟ ଦାବି ରଖିଛନ୍ତି। ମୋଟାମୋଟି ଭାବେ ଆଉ ଭବିଷ୍ୟତରେ ଲକ୍‌ଡାଉନ୍‌ ଜାରି ନକରିବା ପାଇଁ ସରକାର ନିଶ୍ଚିତ କରାନ୍ତୁ କିମ୍ବା ସେମାନଙ୍କୁ ଆତ୍ମହତ୍ୟା କରିବା ଲାଗି ସୁଯୋଗ ଦିଅନ୍ତୁ ବୋଲି ବ୍ୟବସାୟୀମାନେ ଦାବି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe