ଫୁଟ୍‌ପାଥରେ ଶୋଇଥିବା ବେଳେ ଡମ୍ପର୍‌ ଚଢ଼ି ୨ ଶିଶୁଙ୍କ ସମେତ ୩ ମୃତ

ପୁଣେରେ ସୋମବାର ସକାଳୁ ଏକ ଭୟାନକ ଦୁର୍ଘଟଣା ଘଟିଯାଇଛି। ଫୁଟ୍‌ପାଥରେ ଶୋଇଥିବା ବେଳେ ଏକ ଡମ୍ପର୍‌ ଚଢ଼ିଯିବାରୁ ୨ ଜଣ ଶିଶୁଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି।

dumper

ପୁଣେ: ପୁଣେରେ ସୋମବାର ସକାଳୁ ଏକ ଭୟାନକ ଦୁର୍ଘଟଣା ଘଟିଯାଇଛି। ଫୁଟ୍‌ପାଥରେ ଶୋଇଥିବା ବେଳେ ଏକ ଡମ୍ପର୍‌ ଚଢ଼ିଯିବାରୁ ୨ ଜଣ ଶିଶୁଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଛି। 

ତେବେ ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ଥିବା ଜଣାପଡ଼ିଛି। 

ଫୁଟ୍‌ପାଥରେ ପ୍ରାୟ ୯ ଜଣ ଲୋକ ଶୋଇଥିବା ବେଳେ ପୁଣେରୁ ଏକ ଘରୋଇ କମ୍ପାନିର ଡମ୍ପର ସେଇ ବାଟ ଦେଇ ଯାଉଥିଲା। ସେଠାରେ ଥିବା ସମସ୍ତ ଶ୍ରମିକ ଶୋଇଥିବା ବେଳେ ଡମ୍ପରଟି ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ସଂପୃକ୍ତ ଘଟଣାର ଏ‌କ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି। ଡମ୍ପର ଚାଳକ ଜଣକ ନିଶାସକ୍ତ ଥିଲେ ବୋଲି ପୁଲିସ୍‌ ସୂଚନା ଦେଇଛି। ନିଶାସକ୍ତ ଡ୍ରାଇଭର୍କୁ ପୁଲିସ୍‌ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe