ପୁଣେ: ଉବେର୍‌ ଡ୍ରାଇଭର୍‌ ମଦ ଯାଚିବାରୁ ଆଚମ୍ବିତ ହୋଇଗଲେ ମହିଳା ଯାତ୍ରୀ

Advertisment
ପୁଣେ: ଉବେର୍‌ ଡ୍ରାଇଭର୍‌ ମଦ ଯାଚିବାରୁ ଆଚମ୍ବିତ ହୋଇଗଲେ ମହିଳା ଯାତ୍ରୀ

ପୁଣେ: ଡ୍ରାଇଭର୍‌ ‘ନାଇଟ୍‌ ପାର୍ସଲ୍‌’ ଯାଚିବାରୁ ବୁଧବାର ରାତି ୮ଟା ବେଳେ ଅଫିସ୍‌ରୁ ଘରକୁ ଯିବା ପାଇଁ ଏକ ଉବେର୍‌ କାର୍‌ ବୁକ୍‌ କରିଥିବା ଜଣେ ମହିଳା ଆଚମ୍ବିତ ହୋଇ ଯାଇଥିଲେ। ‘ନାଇଟ୍‌ ପାର୍ସଲ୍‌’ କ’ଣ ବୋଲି ମହିଳା ଜଣକ ଡ୍ରାଇଭର ଠାରୁ ଜାଣିବାକୁ ଚାହିଁବାରୁ ସେ କହିଲେ- ତା’ ମାନେ ହେଲା ‘ଭୋଡ୍‌କା’। ମହିଳା ଜଣକ ତୁରନ୍ତ ଯାତ୍ରା ବନ୍ଦ କରି ଡ୍ରାଇଭର୍‌ଙ୍କ ବିରୋଧରେ ଉବେର ଅଫିସ୍‌କୁ ଜଣାଇଲେ।

ମହିଳା ଜଣକ କହନ୍ତି: ଡ୍ରାଇଭର୍‌ ଗାଡ଼ି ନେଇ ୧୦ ମିନିଟ୍‌ ବିଳମ୍ବରେ ପହଞ୍ଚିବାରୁ ସେ ଆସି ରାସ୍ତାକଡ଼ରେ ଠିଆ ହୋଇଥିଲେ। କାହିଁକି ଡେରି ହେଲା ବୋଲି ସେ ଜାଣିବାକୁ ଚାହିଁଥିଲେ। ତା’ର ନାଁ ବାଲାଜୀ ବୋଲି କହିବା ସହ ମହିଳାଙ୍କ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲା।

ପ୍ରଥମେ ସେ କହିଥିଲା ଯେ ୫ ମିନିଟ୍‌ ଭିତରେ ପହଞ୍ଚୁଛି। ତା’ପରେ ପଚାରିଲା ଆପଣ ‘ନାଇଟ୍‌ ପାର୍ସଲ୍‌’ ଚାହୁଁଛନ୍ତି କି। ତା’ ଅର୍ଥ କ’ଣ ମହିଳାଙ୍କୁ ଜଣା ନ ଥିଲା। ତେଣୁ ସେ ତା’ର ଅର୍ଥ ପଚାରିଲେ। ସେ କହିଲା- ‘ନାଇଟ୍‌ ପାର୍ସଲ୍‌’ ଅର୍ଥ ଭୋଡ୍‌କା। ଆପଣ ପିଇବେ କି?

publive-image

ଏ କଥାରେ ମହିଳା ଜଣକ ଆଘାତ ପାଇ ଫୋନ୍‌ କାଟିଦେଲେ। ତା’ପରେ ଡ୍ରାଇଭର୍‌ ତାଙ୍କ ପାଖକୁ ୩ ଥର ଫୋନ୍‌ କରିଥିଲା। କିନ୍ତୁ, ମହିଳା ଜଣକ କଲ୍‌ ରିସିଭ୍‌ କରି ନ ଥିଲେ। ଆପ୍ଲିକେସନ୍‌ ଯାଞ୍ଚ କରିବା ପରେ ମହିଳା ଜଣକ ଜାଣିଲେ ଯେ ସେ ଅପେକ୍ଷା କରିଥିବା ସ୍ଥାନ ଠାରୁ ଡ୍ରାଇଭର ଦୁଇ ତିନି ମିନିଟ୍‌ ଦୂରରେ ପହଞ୍ଚିଲାଣି। ମହିଳା ଏଥର ଗାଡ଼ି କ୍ୟାନ୍‌ସଲ୍‌ କରି ଚିହ୍ନା ନ ପଡ଼ିବାକୁ ରାସ୍ତା ପାରି ହୋଇ ଆର ପଟକୁ ଚାଲିଗଲେ।

ସେଠାରୁ ଅଟୋରିକ୍ସା କରି ସେ ମହିଳା ଘରକୁ ଯାଇଥିଲେ ଏବଂ ଏ ସମ୍ପର୍କରେ ଉବେର୍‌ ଅଫିସକୁ ଜଣାଇ ଥିଲେ। କିନ୍ତୁ, ଏବେ ଏ ମାମଲା ଥାନାକୁ ନେବେ ନାହିଁ ବୋଲି କହିଛନ୍ତି। ଚତୁଶୃଙ୍ଗୀ ଥାନାର ଜଣେ ଅଧିକାରୀ କହିଛନ୍ତି ଯେ ଯଦି ସେ ମହିଳା ଥାନାରେ ଅଭିଯୋଗ କରନ୍ତି ତେବେ ଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଉବେର୍‌ ମୁଖପାତ୍ର କହିଛନ୍ତି ଯଦି ସେ ମହିଳା ଘଟଣା ସଂକ୍ରାନ୍ତରେ ସ୍ଥାନୀୟ ଆଇନ ପ୍ରବର୍ତ୍ତନ କର୍ତ୍ତୃପକ୍ଷଙ୍କ ଠାରେ ଅଭିଯୋଗ କରନ୍ତି, ସେମାନେ ତଦନ୍ତ ପ୍ରକ୍ରିୟାରେ ପୂର୍ଣ୍ଣ ସହଯୋଗ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe