ପୁଣି ଆଫଗାନିସ୍ତାନକୁ ଫେରିବ 'ହାତକଟା' ଦଣ୍ଡ, ଏକାନ୍ତ ସ୍ଥାନରେ କଟାଯିବ ବିଦ୍ରୋହୀଙ୍କ ହାତ

Advertisment
ପୁଣି ଆଫଗାନିସ୍ତାନକୁ ଫେରିବ 'ହାତକଟା' ଦଣ୍ଡ, ଏକାନ୍ତ ସ୍ଥାନରେ କଟାଯିବ ବିଦ୍ରୋହୀଙ୍କ ହାତ

photo-live hindustan

ନୂଆଦିଲ୍ଲୀ: ଗୋଟିଏ ପଟେ ତାଲିବାନ ବିଶ୍ୱକୁ କହୁଛି ଯେ ଏହା ବଦଳି ଯାଇଛି। ତାଲିବାନ ମିଳିତ ଜାତିସଂଘରେ ସ୍ଥାନ ପାଇବାକୁ ଚାଁହୁଛି | ତେବେ ତାଲିବାନର ଆଗାମୀ ରଣନୀତି କଣ ହେବ ସେ ନେଇ ଏକ ବଡ ବୟାନ ଦେଇଛନ୍ତି ତାଲିବାନର ଅନ୍ୟତମ ପ୍ରତିଷ୍ଠାତା ମୁଲ୍ଲା ନୁରୁଦ୍ଦିନ ତୁରାବୀ | ସେ କହିଛନ୍ତି ଯେ ଆଫଗାନିସ୍ତାନରେ ପୁଣି ଥରେ ଫାଶୀ ଦେବା ଏବଂ ହାତ କାଟିବାର ଦଣ୍ଡ ପୁନଃ ପ୍ରଚଳନ କରାଯିବ | ପୂର୍ବରୁ ସର୍ବସାଧାରଣ ସ୍ଥାନରେ ଏପରି ଦଣ୍ଡ ଦିଆଯାଉଥିବାବେଳେ ଏଥର କିନ୍ତୁ ଏକାନ୍ତ ସ୍ଥାନରେ ଦଣ୍ଡ ଦିଆଯିବ ବୋଲି ସେ ପରୋକ୍ଷରେ କହିଛନ୍ତି | ତୁରାବୀ କହିଛନ୍ତି ଯେ ପୂର୍ବରୁ ଷ୍ଟାଡିୟମରେ ଦଣ୍ଡ ଦିଆଯିବା ଘଟଣାକୁ ନେଇ ସାରା ବିଶ୍ୱରେ ଆଲୋଚନା ହେଉଛି |

ଏଭଳି ପରିସ୍ଥିତିରେ ଆମ ନିୟମ କ’ଣ ହେବା ଉଚିତ ତାହା ଆମକୁ କେହି କହିବା ଉଚିତ୍ ନୁହେଁ। ଆମେ ଇସଲାମକୁ ଅନୁସରଣ କରିବୁ ଏବଂ କୁରାନ ଉପରେ ଆମର ନିୟମ କରିବୁ। ଅଗଷ୍ଟ ୧୫ ରେ ତାଲିବାନ କାବୁଲକୁ କବଜା କରିବା ପରଠାରୁ ଆଫଗାନିସ୍ତାନ ଉପରେ ୧୯୯୦ ଦଶକର ନିୟମ ପୁଣି ଲାଗୁ ହେବ କି ନାହିଁ ତାହା ଉପରେ ସମଗ୍ର ବିଶ୍ୱ ଦୃଷ୍ଟି ରଖିଛି। କିନ୍ତୁ ତୁରାବୀଙ୍କ ବିବୃତ୍ତିରୁ ଏହା ସ୍ପଷ୍ଟ ହୋଇଛି ଯେ ତାଲିବାନର ଆଦର୍ଶ ସମାନ ରହିଛି। ପୂର୍ବ ତାଲିବାନ ଶାସନ କାଳରେ କୌଣସି ହତ୍ୟାକାରୀଙ୍କୁ ସର୍ବସାଧାରଣରେ ଗୁଳି ଚଳାଇବାର ନିୟମ ଥିଲା । ସେହିପରି ଡକାୟତମାନଙ୍କ ହାତ ଏବଂ ଗୋଡ କାଟିଦିଆଯାଉଥିଲା |

ତୁରାବୀଙ୍କ ବିବୃତ୍ତିରୁ ଏହା ସ୍ପଷ୍ଟ ଯେ ଏହି ନିୟମରେ କୌଣସି ପରିବର୍ତ୍ତନ ହେବ ନାହିଁ | ତୁରାବୀ କହିଛନ୍ତି ଯେ ଆମେ ସର୍ବସାଧାରଣ ସ୍ଥାନରେ ଦଣ୍ଡ ଦେବା ବିଷୟରେ ଆଲୋଚନା କରୁଛୁ ଏବଂ ଆମେ ଶୀଘ୍ର ଏହି ବିଷୟରେ ଏକ ନୂତନ ନୀତି ପ୍ରସ୍ତୁତ କରିବୁ | ସୂଚନା ଥାଉ କି ଯେ ନୂତନ ତାଲିବାନ ସରକାରଙ୍କ ଅଧୀନରେ ତୁରାବୀ ସମସ୍ତ ଜେଲ ର ଦାୟିତ୍ୱରେ ଅଛନ୍ତି। ଜାତିସଂଘର ପ୍ରତିବନ୍ଧକ ତାଲିକାରେ ତାଙ୍କ ନାମ ରହିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe