ବିବାହ ବନ୍ଧନରେ ବାନ୍ଧି ହେଲେ କୋରିଓଗ୍ରାଫର ପୁନିତ ପାଠକ

Advertisment
ବିବାହ ବନ୍ଧନରେ ବାନ୍ଧି ହେଲେ କୋରିଓଗ୍ରାଫର ପୁନିତ ପାଠକ

Yahoo Lifestyle India

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଜଣାଶୁଣା ନୃତ୍ୟଶିଳ୍ପୀ, ଡ୍ୟାନ୍ସ ରିଆଲିଟି ସୋ’ର ଜଜ୍ ତଥା କୋରିଓଗ୍ରାଫର ପୁନିତ ପାଠକ। ସେ ନିଜ ଗର୍ଲଫ୍ରେଣ୍ଡ ନିଧି ସିଂଙ୍କୁ ବିବାହ କରିଛନ୍ତି। ତାଙ୍କ ବିବାହର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ପୁନିତ ଲୋନାବଲାରେ ନିଜର ପରିବାର ଏବଂ କିଛି ବନ୍ଧୁଙ୍କ ଉପସ୍ଥିତିରେ ବିବାହ କରିଛନ୍ତି। ପୁନିତ ପାଠକଙ୍କ ବିବାହର ଏକ ଭିଡିଓ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି, ଯେଉଁଥିରେ ସେ ଏବଂ ନିଧି ସିଂ, ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କ ସହ ନାଚୁଥିବାର ନଜର ଆସିଛନ୍ତି। ପୁନିତଙ୍କ ବିବାହର ଫଟୋ ଭାଇରାଲ ହେବା ପରେ ଏବେ ତାଙ୍କୁ ତାଙ୍କ ପ୍ରଶଂସକ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ପୁନିତ ଡ୍ୟାନ୍ସ ରିୟାଲିଟି ସୋ’ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସରେ ପ୍ରତିଯୋଗୀ ଭାବେ ଭାଗ ନେଇ ଲୋକପ୍ରିୟ ହୋଇଥିଲେ। ଏହା ପରେ ପରେ ସେ ଅନେକ ମ୍ୟୁଜିକ ଭିଡିଓରେ ନଜର ଆସିବା ସହ ଫିଲ୍ମ ଏବିିସିଡିରେ ମଧ୍ୟ ଅଭିନୟ କରିଥିଲେ। ଫିଲ୍ମ ଏବିିସିଡିରେ ତାଙ୍କ ଚରିତ୍ରର ନାଁ ଚନ୍ଦୁ ଥିବା ବେଳେ ତାଙ୍କ ଚରିତ୍ରଟି ଖୁବ ଲୋକପ୍ରିୟ ହୋଇଥିଲା। ଏହା ପରେ ପରେ ସେ ଡ୍ୟାନ୍ସ ରିୟାଲିଟି ସୋ’ ଡ୍ୟାନ୍ସ ପ୍ଲସରେ ଜଜ୍ ଭାବେ ନଜର ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe