ନୂଆଦିଲ୍ଲୀ: ପଞ୍ଜାବ ଆପ୍ ବିଧାୟକ ଗୁରପ୍ରୀତ ଗୋଗୀଙ୍କର ଆଜି ଲୁଧିଆନା ସ୍ଥିତ ତାଙ୍କ ବାସଭବନରେ ଗୁଳି ବାଜିବାରୁ ମୃତ୍ୟୁ ହୋଇଯାଇଛି। ତାଙ୍କ ମୁଣ୍ଡରେ ଗୁଳି ବାଜିଛି। ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ବିଧାୟକ ଗୁରପ୍ରୀତ ତାଙ୍କ ଲାଇସେନ୍ସପ୍ରାପ୍ତ ବନ୍ଧୁକ ସଫା କରୁଥିବା ବେଳେ ଗୁଳି ଫୁଟି ତାଙ୍କ ମୁଣ୍ଡରେ ବାଜିଥିଲା। ଏନେଇ ତଦନ୍ତ ଜାରି ରହିଛି ଏବଂ ଏହା ଆତ୍ମହତ୍ୟା ନା’ ଦୁର୍ଘଟଣା ତାହା ତଦନ୍ତ ପରେ ଜଣାପଡ଼ିବ। ଗୁଳି ଫୁଟିବା ପରେ ଗୋଗୀଙ୍କୁ ଦୟାନନ୍ଦ ମେଡିକାଲ କଲେଜ ହସ୍ପିଟାଲ୍ (ଡିଏମ୍ସିଏଚ୍) ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଲୁଧିଆନା ପୌର ନିଗମର ୪ ଥର କଂଗ୍ରେସ କାଉନସିଲର ରହିଥିବା ତଥା ଲୁଧିଆନା କଂଗ୍ରେସ (ଅର୍ବାନ୍)ର ପୂର୍ବତନ ଜିଲ୍ଲା ସଭାପତି ଗୋଗୀ ୨୨ ବର୍ଷ କଂଗ୍ରେସରେ ରହିବାପରେ ୨୦୨୨ରେ କଂଗ୍ରେସ ଛାଡ଼ି ଆପ୍ରେ ଯୋଗ ଦେଇଥିଲେ। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲ ଶୋକବ୍ୟକ୍ତ କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us